ସମୁଦ୍ର ମଝିରୁ ୩ ବାଂଲାଦେଶୀ ଧୀବର ଉଦ୍ଧାର

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସ୍‌ଏସ୍‌ଇଇ) ୨୦୨୩ ଜାନୁୟାରୀ ୮ରେ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଛାତ୍ରୀଛାତ୍ର https://aissee.nta.nic.in ୱେବ୍‌ସାଇଟରେ ଆବେଦନ କରିପାରିବେ। ଅନ୍‌ଲାଇନରେ ଆବେଦନ କରାଯାଇ ନ ଥିଲେ ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ତେବେ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଉଭୟ ଝିଅ ଓ ପୁଅ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ପୁଅଙ୍କ ପାଇଁ ୧୦୩ ଏବଂ ଝିଅଙ୍କ ପାଇଁ ୧୨ଟି ସିଟ୍‌ରେ ନାମ ଲେଖାଯିବ। ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଛାତ୍ରୀଛାତ୍ରଙ୍କ ବୟସ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ସୂଚନାଯୋଗ୍ୟ, ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ଥିବା ପରିବାରର ଛାତ୍ରୀଛାତ୍ରଙ୍କୁ ସୈନିକ ସ୍କୁଲରେ ପାଠପଢ଼ା ନିମନ୍ତେ ଟ୍ୟୁଶନ ଫି’ ବାବଦରେ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ୨୦୧୯-୨୦ ଶିକ୍ଷା ବର୍ଷଠାରୁ ଆରମ୍ଭ ହୋଇଛି। ସେହିଭଳି ସୈନିକ ସ୍କୁଲରେ ପଢ଼ୁଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ୨୦୨୨-୨୩ ଶିକ୍ଷାବର୍ଷଠାରୁ ଖାଦ୍ୟ ସବ୍‌ସିଡି ଯୋଜନା ଆରମ୍ଭ କରିଛନ୍ତି। ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଅଣ ସ୍ବଚ୍ଛଳ ବର୍ଗ), ପ୍ରତିରକ୍ଷା ଓ ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କୁ ଦିନକୁ ୭୫ ଟଙ୍କା ଲେଖାଏ ୨୯୫ଟି କାର୍ଯ୍ୟ ଦିବସ ପାଇଁ ବର୍ଷକୁ ୨୨,୧୨୫ ଟଙ୍କା ଯୋଗାଇ ଦିଆଯିବ। ଏଥିସହିତ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା କାରଣରୁ ସାଧାରଣ ପରିବାରର ଛାତ୍ରୀଛାତ୍ରଙ୍କ ପାଇଁ ସୈନିକ ସ୍କୁଲରେ ପାଠ ପଢ଼ିବା ସହଜ ହୋଇପାରିଛି। ଏଭଳି ଏକ ପ୍ରୋତ୍ସାହନ ବ୍ୟବସ୍ଥା କାରଣରୁ ଓଡ଼ିଶାର ଆର୍ଥିକ ଦୁର୍ବଳ ପରିବାରର ଛାତ୍ରୀଛାତ୍ରଙ୍କ ସୈନିକ ସ୍କୁଲରେ ପଢ଼ିବାର ସ୍ବପ୍ନ ସାକାର ହୋଇପାରିବ। ଭୁବନେଶ୍ବର ସୈନିକ ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ, ପରୀକ୍ଷାଗାର, ପାଠାଗାର, କ୍ରୀଡ଼ା ସୁବିଧା, ଉନ୍ନତ ସୁବିଧା ଥିବା ଛାତ୍ରାବାସ ଓ କ୍ୟାଡେଟ୍‌ ମେସ୍‌ ସମେତ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଠାରେ ନାମ ଲେଖାଇବା ପାଇଁ ଅଭିଭାବକମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆବେଦନ କରିବାକୁ ଭୁବନେଶ୍ୱର ସୈନିକ ସ୍କୁଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri