ରାସ୍ତାପାର୍ଶ୍ୱରେ ପଡ଼ିଥିବା ପେଟିଭିତରୁ ନବଜାତକର ମୃତଦେହ ଉଦ୍ଧାର

ବସ୍ତା,୧୮ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବାଲିଆପାଳ ରାସ୍ତାର ପେଜଗଳl ପୋଲ ନିକଟ ରାସ୍ତାପାର୍ଶ୍ୱରେ ରବିବାର ସକାଳେ ଏକ ପେଟି ଭିତରେ ନବଜାତକର ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ l
ପରେ ପୋଲିସକୁ ଖବର ଦେବାରୁ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇ ଅଧିକ ତଦନ୍ତ କରୁଛି। ତେବେ କିଏ କାହିଁକି ଏମିତି ଅବସ୍ଥାରେ ପିଲାଟିକୁ ପକାଇଛି ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।