ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ ପହଞ୍ଚତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି। ନବୀନ ନିର୍ବାଚିତ ଛାତ୍ର ନେତୃମଣ୍ଡଳୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ଛାତ୍ରୀଛାତ୍ରମାନେ ନିଷ୍ଠାବାନ ଏକାଗ୍ରତା ସ୍ବାଭିମାନ ସହ ନିଜକୁ ଗଢି ତୋଳି ରାଷ୍ଟ୍ର ଗଠନରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ସଂସଦ ସଭାପତି ସୌମ୍ୟଜିତ୍ ମଲିକ, ଉପସଭାପତି ସବ୍ୟସାଚୀ ଖଟୁଆ, ସମ୍ପାଦିକା ସମ୍ପୂର୍ଣ୍ଣା ଜେନା ଓ ସହ ସମ୍ପାଦକ ମଳୟ ସ୍ବାଇଁଙ୍କ ସମେତ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଷାଠିଏରୁ ଅଧିକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ନବୀନ ନିବାସରେ ଉପସ୍ଥିତ ଥିଲେ। ପରେ ଅପରାହ୍ନରେ ପ୍ରତିନିଧିମାନେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ସୁଜାତା କାର୍ତ୍ତିକେୟନଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରି କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।