ରାତିରେ ଘରେ ପଶି ଖବରଦାତାଙ୍କୁ କାଠ ମାଫିଆଙ୍କ ଆକ୍ରମଣ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ…

ପାଟଣା,୨୮।୧୦(ବୀର କିଶୋର ଦାଶ): କେନ୍ଦୁଝର  ଜିଲା ପାଟଣା ଥାନା ଅନ୍ତର୍ଗତ କରଞ୍ଜିଆପଡା ଗ୍ରାମରେ ଏକ  ଜମିରୁ ମାଫିଆ ୟୁକାଲି ପଟାସ ଗଛ କାଟୁଥିବା ନେଇ ଏକ ୱେବ ଚ୍ୟାନେଲରେ ରବିବାର ଖବର ପ୍ରସାରଣ ହୋଇଥିଲା। ସୋମବାର ବିଳମ୍ବିତ ରାତ୍ରିରେ ଅନ୍ୟ ଏକ ୱେବ ଚ୍ୟାନେଲର ଖବରଦାତାଙ୍କୁ ସେ ଖବର ପ୍ରସାରଣ କରିଥିବା ସନ୍ଦେହ କରି କାଠ ମାଫିଆ ମାନେ ସଂଘ ବଦ୍ଧ ଭାବେ  ମାଡ଼ ମାରିଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି। କାଠମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବା ଖବରଦାତା ହେଉଛନ୍ତି ସାହରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଚୁଟିଆ ପୋଷି ଗ୍ରାମର ନିଶିକାନ୍ତ ବେହେରା।
ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଅଞ୍ଚଳରୁ ଆସି ତେଣ୍ଡରା ପଞ୍ଚାୟତ ଭଣ୍ଡାରି ବିଲାରେ ଘର ଜ୍ୱାଇଁ ଭାବେ ରହି କାଠ ବ୍ୟବସାୟ କରୁଥିବା ଶାହାରୁଖ ଖାନ ଚୁଟିଆ ପୋଷି ଗ୍ରାମର ତାଙ୍କ ସହଯୋଗୀ ହୃଷୀକେଶ ଦାସ ଓ ସିପୁ ଦାସ  ମିଶି ସୋମବାର ରାତ୍ରି ପ୍ରାୟ ୮.୩୦  ମିନିଟ ସମୟରେ  ଘରେ  ପହଞ୍ଚି ଗାଳି ଗୁଲଜ କରିବା ସହ ମାଡ ମାରି ହତ୍ୟା ଧମକ ଦେଇଥିବା ନିଶିକାନ୍ତ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅଭିଯୁକ୍ତଙ୍କୁ ସେ ଗିରଫ କରିବାକୁ ଦାବି କରିଛନ୍ତି।

ସୂଚନା ଥାଉ କି, ପାଟଣା ରେଞ୍ଜ ଅଞ୍ଚଳରେ କାଠ ମାଫିଆମାନେ ବନ କର୍ମଚାରୀଙ୍କ ସହ ମିଶି ବେଆଇନ କାଠ କାଟି ଜଙ୍ଗଲ ସଫା କରୁଥିବା ଅଭିଯୋଗ ହୋଇଆସୁଛି। ଏଭଳି ସମୟରେ କାଠ ମାଫିଆଙ୍କ ଆକ୍ରମଣରେ ଜଣେ ଖବରଦାତା ଆହତ ହେବାକୁ ନେଇର ପାଟଣା ଅଞ୍ଚଳର କାର୍ଯ୍ୟ ରତ ଖବରଦାତା ଓ ବୁଦ୍ଧି ଯିବି ନିନ୍ଦା କରିବା ସହ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ପାଟଣା ଥାନା ରେ ୨୬୧/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଳ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri