ରାତିରେ ଘରେ ପଶି ଖବରଦାତାଙ୍କୁ କାଠ ମାଫିଆଙ୍କ ଆକ୍ରମଣ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ…

ପାଟଣା,୨୮।୧୦(ବୀର କିଶୋର ଦାଶ): କେନ୍ଦୁଝର  ଜିଲା ପାଟଣା ଥାନା ଅନ୍ତର୍ଗତ କରଞ୍ଜିଆପଡା ଗ୍ରାମରେ ଏକ  ଜମିରୁ ମାଫିଆ ୟୁକାଲି ପଟାସ ଗଛ କାଟୁଥିବା ନେଇ ଏକ ୱେବ ଚ୍ୟାନେଲରେ ରବିବାର ଖବର ପ୍ରସାରଣ ହୋଇଥିଲା। ସୋମବାର ବିଳମ୍ବିତ ରାତ୍ରିରେ ଅନ୍ୟ ଏକ ୱେବ ଚ୍ୟାନେଲର ଖବରଦାତାଙ୍କୁ ସେ ଖବର ପ୍ରସାରଣ କରିଥିବା ସନ୍ଦେହ କରି କାଠ ମାଫିଆ ମାନେ ସଂଘ ବଦ୍ଧ ଭାବେ  ମାଡ଼ ମାରିଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି। କାଠମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବା ଖବରଦାତା ହେଉଛନ୍ତି ସାହରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଚୁଟିଆ ପୋଷି ଗ୍ରାମର ନିଶିକାନ୍ତ ବେହେରା।
ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଅଞ୍ଚଳରୁ ଆସି ତେଣ୍ଡରା ପଞ୍ଚାୟତ ଭଣ୍ଡାରି ବିଲାରେ ଘର ଜ୍ୱାଇଁ ଭାବେ ରହି କାଠ ବ୍ୟବସାୟ କରୁଥିବା ଶାହାରୁଖ ଖାନ ଚୁଟିଆ ପୋଷି ଗ୍ରାମର ତାଙ୍କ ସହଯୋଗୀ ହୃଷୀକେଶ ଦାସ ଓ ସିପୁ ଦାସ  ମିଶି ସୋମବାର ରାତ୍ରି ପ୍ରାୟ ୮.୩୦  ମିନିଟ ସମୟରେ  ଘରେ  ପହଞ୍ଚି ଗାଳି ଗୁଲଜ କରିବା ସହ ମାଡ ମାରି ହତ୍ୟା ଧମକ ଦେଇଥିବା ନିଶିକାନ୍ତ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅଭିଯୁକ୍ତଙ୍କୁ ସେ ଗିରଫ କରିବାକୁ ଦାବି କରିଛନ୍ତି।

ସୂଚନା ଥାଉ କି, ପାଟଣା ରେଞ୍ଜ ଅଞ୍ଚଳରେ କାଠ ମାଫିଆମାନେ ବନ କର୍ମଚାରୀଙ୍କ ସହ ମିଶି ବେଆଇନ କାଠ କାଟି ଜଙ୍ଗଲ ସଫା କରୁଥିବା ଅଭିଯୋଗ ହୋଇଆସୁଛି। ଏଭଳି ସମୟରେ କାଠ ମାଫିଆଙ୍କ ଆକ୍ରମଣରେ ଜଣେ ଖବରଦାତା ଆହତ ହେବାକୁ ନେଇର ପାଟଣା ଅଞ୍ଚଳର କାର୍ଯ୍ୟ ରତ ଖବରଦାତା ଓ ବୁଦ୍ଧି ଯିବି ନିନ୍ଦା କରିବା ସହ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ପାଟଣା ଥାନା ରେ ୨୬୧/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଳ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri