ଯାଜପୁର ଜିଲାପାଳଙ୍କୁ ରିପୋର୍ଟ ତଲବ

ଯାଜପୁର ଅଫିସ,୪ା୬: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ୨୦୧୬ ଏପ୍ରିଲରେ ଅପପୁଷ୍ଟି କାରଣରୁ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ରାଜ୍ୟ ସରକାର ନଗଡ଼ାକୁ ଫୋକସ ଗ୍ରାମ ଭାବେ ଗ୍ରହଣ କରି ସେଠାକାର ବାସିନ୍ଦା ତଥା ଜୁଆଙ୍ଗ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ସ୍ବଳ୍ପ ଏବଂ ଦୀର୍ଘମିଆଦୀ ଯୋଜନା ହାତକୁ ନେଇଥିଲେ। ହେଲେ ଶିଶୁମୃତ୍ୟୁ ଘଟଣାର ପ୍ରାୟ ୬ ବର୍ଷ ପରେ ମଧ୍ୟ ନଗଡ଼ାରେ ସାମାଜିକ ଏବଂ ଅର୍ଥନୈତିକ ବିକାଶ ଯେଭଳି ହେବା କଥା ତାହା ହୋଇପାରିନାହିଁ। ପୂର୍ବଭଳି ବାଲ୍ୟବିବାହ ଚାଲିଛି। ଭାତ ଓ ଲୁଣ ଏବେ ବି ମୁଖ୍ୟ ଖାଦ୍ୟ ହୋଇଥିବାରୁ ଅପପୁଷ୍ଟିରୁ ଏହି ଅଖ୍ୟାତ ପଲ୍ଲୀ ମୁକୁଳିପାରୁନାହିଁ। ଶିକ୍ଷା ଓ ସଚେତନତାର ଅଭାବରୁ ସେଠାରେ ଅଜ୍ଞାନର ଅନ୍ଧକାର ରହିଛି। ପରିବାର ନିୟନ୍ତ୍ରଣ ହୋଇପାରୁନାହିଁ। ଏନେଇ ମାନବାଧିକାର କର୍ମୀ ଅଖଣ୍ଡ ଗତ ମେ ୧୨ରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ସେଥିରେ ସେ ‘ଓଡ଼ିଶା ପୋଷ୍ଟ’ରେ ଗତ ମେ ୧୧ ତାରିଖରେ ପ୍ରକାଶିତ ନଗଡ଼ାର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଖବରକୁ ଯୋଡ଼ିଥିଲେ। କମିଶନ ଏହି ପିଟିଶନର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ନଗଡ଼ାରେ ପାନୀୟ ଜଳ ଯୋଗାଣ ଓ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହୋଇଥିବା ଲୋକାୟୁକ୍ତରେ ମାମଲା ତଦନ୍ତାଧୀନ ରହିଛି। ଏହି ଆଦିବାସୀ ଗଁାର ଉନ୍ନୟନ ଉପରେ ସରକାରୀ ସ୍ତରରେ କେତେକାଂଶରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ସଚେତନତା କ୍ଷେତ୍ରରେ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ କିଛିଦିନ ମଧ୍ୟରେ ୧୬ ଜଣ ନାବାଳିକାଙ୍କ ବିବାହ ହୋଇଛି। ସେହିପରି ୨୦୧୬ ଜୁନ ସୁଦ୍ଧା ଏଠାରେ ୫୪୩ ଜନସଂଖ୍ୟା ରହିଥିଲାବେଳେ ଏବେ ତାହା ୭୬୦ରେ ପହଞ୍ଚିଛି। ଗୋଟିଏ ଗୋଟିଏ ପରିବାରରେ ୫ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମ ନେଉଛନ୍ତି। ସଚେତନତାର ଘୋର ଅଭାବ ଯୋଗୁ ବାଲ୍ୟ ବିବାହ ସହ ଜନସଂଖ୍ୟା ନିୟନ୍ତ୍ରଣରେ ଅଙ୍କୁଶ ଲାଗିପାରୁନାହିଁ।
ନଗଡ଼ାକୁ ନେଇ ମାନବାଧିକାର କର୍ମୀ ଅଖଣ୍ଡଙ୍କ ପକ୍ଷରୁ ପୂର୍ବରୁ ଏନ୍‌ଏଚ୍‌ଆର୍‌ସିରେ ରୁଜୁ ହୋଇଥିବା ୨ଟି ମାମଲାରେ ସରକାରଙ୍କୁ ନୋଟିସ ହୋଇଥିଲା। କାମ କରିବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଉକ୍ତ ୨ ମାମଲାରୁ ଖସିଯାଇଥିଲା। ଏବେ ପୁଣି ଥରେ ଜିଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି। ଅଖଣ୍ଡ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନଗଡ଼ାରେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ଏବେ ମଧ୍ୟ ଦେଖିବାକୁ ମିଳୁଛି। ସେଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲ ଠିକ ଭାବେ ଚାଲୁ ନାହିଁ। ପାହାଡ଼ ଉପରେ ଥିବା ଏହି ଗଁାରେ କଁା ଭଁା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ପାଦ ପଡ଼ୁଛି। ଫଳରେ ଉନ୍ନୟନ କାର୍ଯ୍ୟ ତଦାରଖ ଓ ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସ୍ବପ୍ନ ହୋଇଛି। ତିଆରି ହୋଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ସୁକିନ୍ଦାରୁ ନଗଡ଼ାକୁ ଗଡ଼ିଥିବା ‘ବିଜୁ ବସ୍‌’ କିଛିଦିନ ମଧ୍ୟରେ ବନ୍ଦ ହୋଇଯାଇଛି। ଏନ୍‌ଆର୍‌ଇଜିଏସ୍‌ରେ ଲୋକଙ୍କୁ କାମ ମିଳିପାରୁ ନାହିଁ। ଏ ବାବଦରେ ଆସୁଥିବା ଟଙ୍କା ଖର୍ଚ୍ଚ ହୋଇପାରିଥିଲେ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ଜୀବନଧାରଣ ସୁଦୃଢ଼ ହୋଇପାରିଥାନ୍ତା। ତେଣୁ କମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ନିଜସ୍ବ ତଦନ୍ତ ଟିମ୍‌ କିମ୍ବା ରାପୋର୍ଟିୟର୍‌ଙ୍କ ଦ୍ୱାରା ନଗଡ଼ାର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଖଣ୍ଡ ନିବେଦନ କରିଛନ୍ତି। ସେହିପରି ଲୋକଙ୍କ ଖାଦ୍ୟ ଓ ଜୀବନଧାରଣ ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ସେଠାରେ ବର୍ଷ ସାରା ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ସୁନିଶ୍ଚିତ କରିବା ଏବଂ ଭୁବନେଶ୍ୱରରୁ ଏକ ମନିଟରିଂ ଟିମ୍‌ ଦ୍ୱାରା ସମସ୍ତ ପ୍ରକଳ୍ପ କାର୍ଯ୍ୟର ଟିକିନିକି ତଦାରଖ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଅଖଣ୍ଡ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?