ଯାଜପୁର ଜିଲାପାଳଙ୍କୁ ରିପୋର୍ଟ ତଲବ

ଯାଜପୁର ଅଫିସ,୪ା୬: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ୨୦୧୬ ଏପ୍ରିଲରେ ଅପପୁଷ୍ଟି କାରଣରୁ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ରାଜ୍ୟ ସରକାର ନଗଡ଼ାକୁ ଫୋକସ ଗ୍ରାମ ଭାବେ ଗ୍ରହଣ କରି ସେଠାକାର ବାସିନ୍ଦା ତଥା ଜୁଆଙ୍ଗ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ସ୍ବଳ୍ପ ଏବଂ ଦୀର୍ଘମିଆଦୀ ଯୋଜନା ହାତକୁ ନେଇଥିଲେ। ହେଲେ ଶିଶୁମୃତ୍ୟୁ ଘଟଣାର ପ୍ରାୟ ୬ ବର୍ଷ ପରେ ମଧ୍ୟ ନଗଡ଼ାରେ ସାମାଜିକ ଏବଂ ଅର୍ଥନୈତିକ ବିକାଶ ଯେଭଳି ହେବା କଥା ତାହା ହୋଇପାରିନାହିଁ। ପୂର୍ବଭଳି ବାଲ୍ୟବିବାହ ଚାଲିଛି। ଭାତ ଓ ଲୁଣ ଏବେ ବି ମୁଖ୍ୟ ଖାଦ୍ୟ ହୋଇଥିବାରୁ ଅପପୁଷ୍ଟିରୁ ଏହି ଅଖ୍ୟାତ ପଲ୍ଲୀ ମୁକୁଳିପାରୁନାହିଁ। ଶିକ୍ଷା ଓ ସଚେତନତାର ଅଭାବରୁ ସେଠାରେ ଅଜ୍ଞାନର ଅନ୍ଧକାର ରହିଛି। ପରିବାର ନିୟନ୍ତ୍ରଣ ହୋଇପାରୁନାହିଁ। ଏନେଇ ମାନବାଧିକାର କର୍ମୀ ଅଖଣ୍ଡ ଗତ ମେ ୧୨ରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ସେଥିରେ ସେ ‘ଓଡ଼ିଶା ପୋଷ୍ଟ’ରେ ଗତ ମେ ୧୧ ତାରିଖରେ ପ୍ରକାଶିତ ନଗଡ଼ାର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଖବରକୁ ଯୋଡ଼ିଥିଲେ। କମିଶନ ଏହି ପିଟିଶନର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ନଗଡ଼ାରେ ପାନୀୟ ଜଳ ଯୋଗାଣ ଓ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହୋଇଥିବା ଲୋକାୟୁକ୍ତରେ ମାମଲା ତଦନ୍ତାଧୀନ ରହିଛି। ଏହି ଆଦିବାସୀ ଗଁାର ଉନ୍ନୟନ ଉପରେ ସରକାରୀ ସ୍ତରରେ କେତେକାଂଶରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ସଚେତନତା କ୍ଷେତ୍ରରେ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ କିଛିଦିନ ମଧ୍ୟରେ ୧୬ ଜଣ ନାବାଳିକାଙ୍କ ବିବାହ ହୋଇଛି। ସେହିପରି ୨୦୧୬ ଜୁନ ସୁଦ୍ଧା ଏଠାରେ ୫୪୩ ଜନସଂଖ୍ୟା ରହିଥିଲାବେଳେ ଏବେ ତାହା ୭୬୦ରେ ପହଞ୍ଚିଛି। ଗୋଟିଏ ଗୋଟିଏ ପରିବାରରେ ୫ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମ ନେଉଛନ୍ତି। ସଚେତନତାର ଘୋର ଅଭାବ ଯୋଗୁ ବାଲ୍ୟ ବିବାହ ସହ ଜନସଂଖ୍ୟା ନିୟନ୍ତ୍ରଣରେ ଅଙ୍କୁଶ ଲାଗିପାରୁନାହିଁ।
ନଗଡ଼ାକୁ ନେଇ ମାନବାଧିକାର କର୍ମୀ ଅଖଣ୍ଡଙ୍କ ପକ୍ଷରୁ ପୂର୍ବରୁ ଏନ୍‌ଏଚ୍‌ଆର୍‌ସିରେ ରୁଜୁ ହୋଇଥିବା ୨ଟି ମାମଲାରେ ସରକାରଙ୍କୁ ନୋଟିସ ହୋଇଥିଲା। କାମ କରିବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଉକ୍ତ ୨ ମାମଲାରୁ ଖସିଯାଇଥିଲା। ଏବେ ପୁଣି ଥରେ ଜିଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି। ଅଖଣ୍ଡ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନଗଡ଼ାରେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ଏବେ ମଧ୍ୟ ଦେଖିବାକୁ ମିଳୁଛି। ସେଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲ ଠିକ ଭାବେ ଚାଲୁ ନାହିଁ। ପାହାଡ଼ ଉପରେ ଥିବା ଏହି ଗଁାରେ କଁା ଭଁା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ପାଦ ପଡ଼ୁଛି। ଫଳରେ ଉନ୍ନୟନ କାର୍ଯ୍ୟ ତଦାରଖ ଓ ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସ୍ବପ୍ନ ହୋଇଛି। ତିଆରି ହୋଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ସୁକିନ୍ଦାରୁ ନଗଡ଼ାକୁ ଗଡ଼ିଥିବା ‘ବିଜୁ ବସ୍‌’ କିଛିଦିନ ମଧ୍ୟରେ ବନ୍ଦ ହୋଇଯାଇଛି। ଏନ୍‌ଆର୍‌ଇଜିଏସ୍‌ରେ ଲୋକଙ୍କୁ କାମ ମିଳିପାରୁ ନାହିଁ। ଏ ବାବଦରେ ଆସୁଥିବା ଟଙ୍କା ଖର୍ଚ୍ଚ ହୋଇପାରିଥିଲେ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ଜୀବନଧାରଣ ସୁଦୃଢ଼ ହୋଇପାରିଥାନ୍ତା। ତେଣୁ କମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ନିଜସ୍ବ ତଦନ୍ତ ଟିମ୍‌ କିମ୍ବା ରାପୋର୍ଟିୟର୍‌ଙ୍କ ଦ୍ୱାରା ନଗଡ଼ାର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଖଣ୍ଡ ନିବେଦନ କରିଛନ୍ତି। ସେହିପରି ଲୋକଙ୍କ ଖାଦ୍ୟ ଓ ଜୀବନଧାରଣ ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ସେଠାରେ ବର୍ଷ ସାରା ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ସୁନିଶ୍ଚିତ କରିବା ଏବଂ ଭୁବନେଶ୍ୱରରୁ ଏକ ମନିଟରିଂ ଟିମ୍‌ ଦ୍ୱାରା ସମସ୍ତ ପ୍ରକଳ୍ପ କାର୍ଯ୍ୟର ଟିକିନିକି ତଦାରଖ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଅଖଣ୍ଡ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ବରିଷ୍ଠ ଓଏଫ୍‌ଏସ୍‌ ଅଧିକାରୀ ଲାବଣ୍ୟ ଶବର...

‘ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବ’

ଭୁବନେଶ୍ୱର,୮।୨(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ...

ଆସିଥିଲେ ଛାଡ଼ପତ୍ର ମାମଲାର ବିଚାର ପାଇଁ : କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ବାଲେଶ୍ୱର ପରିବାର ଅଦାଲତ ପରିସର ମଙ୍ଗଳବାର ରଣକ୍ଷେତ୍ର ପାଲଟିଛି। ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ପାଇଁ ଆସିଥିବା ଦମ୍ପତିଙ୍କ...

ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା...

ସ୍ତ୍ରୀକୁ ପନିକିରେ ହାଣି ଗିରଫ ହେଲା ସ୍ବାମୀ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ ପନିକିରେ ହାଣିବାରୁ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଆନନ୍ଦପୁର ଥାନା ଖଡିପାଳ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ...

ଆମରଣ ଅନଶନରେ ବସିବ ଅଭିଭାବକ ମହାସଂଘ

ଭୁବନେଶ୍ୱର, ୩।୭(ବ୍ୟୁରୋ) – ସ୍କୁଲ ଫି’ ଛାଡ଼ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନେକ ଶିକ୍ଷାନୁଷ୍ଠାନ ପାଳନ କରୁନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୮ ତାରିଖରୁ ଓଡ଼ିଶା...

ଆଜି ଚିତାଲାଗି ଅମାବାସ୍ୟା

ପୁରୀ ଅଫିସ, ୨୦ା୭: ସୋମବାର ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଦାରୁ ବିଗ୍ରହଙ୍କୁ ଦଇତାପତି ସେବକମାନେ...

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରାଚାଲାଣ: ୪ ଗିରଫ

ଜଳେଶ୍ୱର,୪ା୪(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଏକ ଟ୍ରକ ଯୋଗେ ୩ ବସ୍ତା (୫୪ କିଲୋ ୧୮୦ଗ୍ରାମ) ଗଞ୍ଜେଇ ଚାଲାଣ ବେଳେ ୬୦ନଂ. ଜାତୀୟ ରାଜପଥରୁ ଜଳେଶ୍ୱର ପୋଲିସ ଧରିବାରେ...

Advertisement
Archives

Model This Week