ଓଡ଼ିଶା ସମେତ ୮ରାଜ୍ୟରୁ ରିପୋର୍ଟ ତଲବ

ଭୁବନେଶ୍ୱର,୨ା୯(ବ୍ୟୁରୋ):ଓଡ଼ିଶା ସମେତ ୮ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଆକ୍ରମଣ ଘଟଣାରେ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର ସର୍ବୋଚ୍ଚ ଅଦାଲତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ୨ମାସ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା, ଉତ୍ତରପ୍ରଦେଶ, କର୍ନାଟକ ଏବଂ ବିହାରର ମୁଖ୍ୟ ଶାସନ ସଚିବଙ୍କ ଠାରୁ ତଥ୍ୟ ସଂଗ୍ରହ କରି ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିବେ। ଖ୍ରୀଷ୍ଟିଆନ ବିରୋଧୀ ଘଟଣା ସମ୍ପର୍କିତ କେତେ ଏତଲା ପଞ୍ଜୀକୃତ ହୋଇଛି, ତଦନ୍ତର ଅଗ୍ରଗତି, କେତେ ଗିରଫ ହୋଇଛନ୍ତି ଏବଂ କେତେ ମାମଲାର ଚାର୍ଜଶିଟ ଦାଖଲ ହୋଇଛି ସେନେଇ ମୁଖ୍ୟ ଶାସନ ସଚିବ ବିସ୍ତୃତ ତଥ୍ୟ ସଂଗ୍ରହ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଉପରୋକ୍ତ ୮ଟି ରାଜ୍ୟରେ ଖ୍ରୀଷ୍ଟିଆନଙ୍କ ଉପରେ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ଆକ୍ରମଣ ଘଟଣା ସମ୍ପର୍କରେ ଆବେଦନକାରୀ ସର୍ବୋଚ୍ଚ ଅଦାଲତରେ ଜଣାଇଥିଲେ। ସେଥିମଧ୍ୟରେ ଚର୍ଚ୍ଚ ଭଙ୍ଗାଯିବା ଏବଂ ବାଇବେଲ ପୋଡ଼ିବା ଭଳି ଘଟଣା ମଧ୍ୟ ରହିଛି। ୫୩ ଏଫ୍‌ଆଇଆର୍‌ ରୁଜୁ ହୋଇଥିବାବେଳେ ମାତ୍ର ୨୩ଜଣ ଗିରଫ ହୋଇ ଜାମିନରେ ଯାଇଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଆବେଦନକାରୀଙ୍କ ମାମଲାକୁ ଗ୍ରହଣ କରିବା ସହ ଆକ୍ରମଣ ଘଟଣାର ସବିଶେଷ ତଥ୍ୟ ୪ସପ୍ତାହ ମଧ୍ୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଦାନ କରିବାକୁ ଖଣ୍ଡପୀଠ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ରିପୋର୍ଟ ଦାଖଲ କରିବା ପରେ ସେଥିରୁ ଅଧିକାଂଶ ଅଭିଯୋଗ ମିଥ୍ୟା ଉପରେ ଆଧାରିତ ବୋଲି ସଲିସିଟର ଜେନେରାଲ ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲେ। ତେଣୁ କେବଳ ଆବେଦନକୁ ଆଧାରକରି କୌଣସି ରାୟ ପ୍ରକାଶ କରିବା ଠିକ୍‌ ହେବ ନାହିଁ ବୋଲି ମେହେଟ୍ଟା ଖଣ୍ଡପୀଠ ନିକଟରେ ଜଣାଇଥିଲେ। ସିଲିସିଟର ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ଏସମ୍ପର୍କିତ ବିସ୍ତୃତ ରିପୋର୍ଟ ୮ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କଠାରୁ ତଲବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri