ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଏହା ସହିତ ଆରବିଆଇ କ୍ୟାସ ରିଜର୍ଭ ରେସିଓକୁ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇ ଏହା ୪.୫୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଅପରାହ୍ନ ୨ ଟାରେ ଏହା ଘୋଷଣା କରିବା ମାତ୍ରେ ଷ୍ଟକ ମାର୍କେଟରେ ହ୍ରାସ ଘଟିଛି। ବଣ୍ଡ ମାର୍କେଟ ସମେତ ଇକ୍ୱିଟି ବଜାରରେ ବଡ଼ ଧରଣର ହ୍ରାସ ଘଟିଛି। ସେନସେକ୍ସ ୧୧୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଘରୋଇ ଷ୍ଟକ ମାର୍କେଟଗୁଡିକରେ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ଅପରାହ୍ନ ୨ଟା ୪୪ରେ, ବିଏସ୍‌ଇର ୩୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ସେନ୍ସେକ୍ସ ୫୫,୮୩୧.୬୮ରେ କାରବାର କରୁଥିବାବେଳ ଏଥିରେ ୧୧୪୪.୩୧ ପଏଣ୍ଟ ଆର୍ଥାତ୍‌ ୨.୦୧ ପ୍ରତିଶତ ହ୍ରାସ ହୋଇଛି। ଏହା ବ୍ୟତୀତ, ଏନଏନଇର ୫୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୧୬,୭୨୪.୬୦ରେ କାରବାର କରୁଛି। ଏଥିରେ ୩୪୪.୫୦ ପଏଣ୍ଟ ଅର୍ଥାତ୍‌ ୨.୦୨ ପ୍ରତିଶତ ହ୍ରାସ ଘଟିଛି।

ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ କେବଳ ୫ଟିରେ ବୃଦ୍ଧି ଘଟିଛି ଏବଂ ଅବଶିଷ୍ଟ ୪୫ଟି ଷ୍ଟକ ହ୍ରାସର ଲାଲ ଚିହ୍ନ ସହିତ କାରବାର କରୁଛି। ବ୍ୟାଙ୍କ ନିଫ୍ଟିରେ ବଡ଼ ଧରଣର ହ୍ରାସ ଘଟିଛି। ଏହା ୯୫୨ ପଏଣ୍ଟ ହ୍ରାସ ପାଇଛି। ଏଥିରେ ୨.୬୨ ପ୍ରତିଶତ ହ୍ରାସ ଘଟିଛି। ବ୍ୟାଙ୍କ ନିଫ୍ଟି ୩୫୨୧୧ସ୍ତରରେ କାରବାର କରୁଛି। ବ୍ୟାଙ୍କ ନିଫ୍ଟିର ସମସ୍ତ ୧୨ଟି ବ୍ୟାଙ୍କିଙ୍ଗ ଷ୍ଟକ ହ୍ରାସ ସହିତ କାରବାର କରୁଛି।

Share