ବଦଳିଲେ ଜିଲାପାଳ : ପାରୁଲ ଜଗତ୍‌ସିଂହପୁର, ସଂଗ୍ରାମ କେଶରୀ ଖୋର୍ଦ୍ଧା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଏବଂ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବୈଷୟିକ ଶିକ୍ଷା ଏବଂ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ତଥା ମଧ୍ୟାହ୍ନ ଭୋଜନର ନୋଡାଲ ଅଫିସର ଥିବା ଆଇଏଏସ୍‌ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶ ଭାବେ ବଦଳି କରାଯାଇଥିବା ବେଳେ ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟାରୀ ଥିବା ୨୦୧୫ ବ୍ୟାଚ ଆଇଏଏସ ଅଫିସର ପାରୁଲ ପଟଓ୍ବାରୀଙ୍କୁ ଜଗତସିଂହପୁର ଜିଲା ଭାବେ ବଦଳି କରାଯାଇଛି।

ସେହିପରି ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମାହାପାତ୍ରଙ୍କୁ ବୈଷୟିକ ଶିକ୍ଷା ଓ ଏସସିଇଆରଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।