ବଦଳିଲେ ୩ ଜେଲ୍‌ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର,୧୩।୫(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି।

ବୁଧବାର ଆଇଏଏସ୍‌ସ୍ତରରେ ଅଦଳବଦଳ କରାଯାଇଥିବାବେଳେ ଗୁରୁବାର ୩ ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ବଦଳି କରାଯାଇଛି। ଝାରପଡ଼ା, ପୁରୀ ଓ ବଲାଙ୍ଗୀର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଅଦଳବଦଳ କରାଯାଇଛି।

ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ବଦଳି କରାଯାଇଥିବା ବେଳେ ପୁରୀ ଜେଲ୍‌ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଝାରପଡ଼ା ବଦଳି କରାଯାଇଛି। ସେହିପରି ବଲାଙ୍ଗୀର ଜେଲ୍‌ ସୁପରିଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଥିବା ସୂଚନା ମିଳିଛି।