ଅଧ୍ୟକ୍ଷା ଟିକେଟ ଲବିରେ ରେଣୁବାଳା, ସରିତା, ପୁଷ୍ପାଞ୍ଜଳି

କେନ୍ଦ୍ରାପଡା ଅଫିସ, ୨।୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନ ପତ୍ର ଦାଖଲ ହେବ। ଏହି ପ୍ରକ୍ରିୟା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୪ରେ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ପୌରାଞ୍ଚଳର ୨୧ ୱାର୍ଡର ୩୬, ୫୪୮ ଭୋଟର ୱାର୍ଡ କାଉନ୍‌ସିଲରଙ୍କ ସହ ଚେୟାରମ୍ୟାନ ନିର୍ବାଚିତ କରିବେ। ଏଥିପାଇଁ ଆଶାୟୀ ପ୍ରାର୍ଥୀ ଚଳଚଞ୍ଚଳ ହୋଇଛନ୍ତି। ଗତ ୨୦୧୬ରୁ ବିଭିନ୍ନ କାରଣରୁ ପୌର ପରିଷଦ ଗଠନ ହୋଇପାରି ନ ଥିଲା। ନିର୍ବାଚନ କମିଶନଙ୍କ ଘୋଷଣା ପରେ ବିଜେଡି ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ୧୫୩ ବର୍ଷର ପୌରାଞ୍ଚଳ ବିକାଶକୁ ଏକ ପ୍ରସଙ୍ଗ କରିବେ।
ଏ ସମ୍ପର୍କରେ ସହରର ଫକୀରାବାଦସ୍ଥ ମୀର ଅବୁ ଓବେଦା, ଅମରବର ବିଶ୍ୱାଳ, ଚିତ୍ତରଞ୍ଜନ ସାହୁ ପ୍ରମୁଖ କହିଛନ୍ତି, ନିକଟରେ ପଞ୍ଚାୟତ ନିର୍ବାଚନ ସରିଛି। ଜିଲାର ୩୨ ଜୋନ୍‌ରୁ ୩୧ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ମାତ୍ର ଗୋଟିଏରେ ଭାଜପା ଆସିଛି। ଏଥିପାଇଁ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ। କେନ୍ଦ୍ରାପଡା ପୌରାଧ୍ୟକ୍ଷ ପଦବୀ ଚଳିତ ଥର ମହିଳାବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ଅଧ୍ୟକ୍ଷା ପଦ ପାଇଁ ବିଜେଡି ଟିକେଟ ଲବିରେ ରେଣୁବାଳା କର, ସରିତା ସାହୁ ଓ ପୁଷ୍ପାଞ୍ଜଳି ବସ୍ତିଆ ଆଗୁଆ ଅଛନ୍ତି। ରେଣୁବାଳା ୧୯୯୪ରେ କାଉନ୍‌ସିଲର ଥିଲେ। ସେହି ସମୟରେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ; ଯାହା ପୌରାଞ୍ଚଳବାସୀଙ୍କ ହିତରେ ଅଛି। ଏବେ ଏହି ପୌରାଞ୍ଚଳ ପାଇଁ ସମୟ ଦେବାକୁ ସେ ଆଗଭର ହୋଇଛନ୍ତି। ରଞ୍ଜିତ ସାହୁ ଏହି ପୌରାଞ୍ଚଳରେ ୩ ଥର କାଉନ୍‌ସିଲର ହୋଇଛନ୍ତି। ଭାଇଚାରା ବଜାୟ ପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରହିଛି। ରଞ୍ଜିତଙ୍କ ସ୍ତ୍ରୀ ସରିତା ଅଧ୍ୟକ୍ଷା ପଦ ପାଇଁ ବିଜେଡି ଟିକେଟ ଦୌଡ଼ରେ ଅଛନ୍ତି। ପୁଷ୍ପଲତା ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ସ୍ତ୍ରୀ। ୨୦୧୧ରୁ ହିରଣ୍ୟ ବିଜେଡିର ବିଭିନ୍ନ ପଦପଦବୀରେ ରହିବା ସହ ପୌରାଞ୍ଚଳବାସୀଙ୍କ ପାଇଁ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି। ଅଧ୍ୟକ୍ଷା ଟିକେଟ ଲବିରେ ଏହି ୩ ଆଗୁଆ ଥିବା ବେଳେ ଅନ୍ୟ ଆଶାୟୀ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ଓ ଭାଜପା ପୌରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲା ପରିଷଦ ନିର୍ବାଚନରେ ବିଫଳ ପରେ ସ୍ବତନ୍ତ୍ର ରଣନୀତି ହିଁ ସେମାନଙ୍କୁ ବିଜୟୀ କରିବ। ତେବେ ଚଳିତଥର ପୌର ନିର୍ବାଚନ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ରାଜ୍ୟର ସର୍ବପୁରାତନ ଏହି ପୌରାଞ୍ଚଳରେ ଅଦ୍ୟାବଧି ଟ୍ରାଫିକଠାରୁ ଆରମ୍ଭ କରି ଜଳ ନିଷ୍କାସନ ପର୍ଯ୍ୟନ୍ତ ସମସ୍ୟା ଅଛି। ଏହାକୁ ଭାଜପା ଓ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ। ଅପରପକ୍ଷରେ ଶାସକ ଦଳ ପକ୍ଷରୁ ବିଗତ ୨୨ ବର୍ଷର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପ୍ରାର୍ଥୀମାନେ ମତ ରଖିବେ। ଗ୍ରାମାଞ୍ଚଳ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମ ଜୋରଦାର ହୋଇଛି। ବିଭିନ୍ନ ୱାର୍ଡରେ ଦଳୀୟ ନେତା ଓ ଆଶାୟୀ ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri