କଂଗ୍ରେସର ପୌରାଧ୍ୟକ୍ଷା ପ୍ରାର୍ଥୀ ନାମ ଘୋଷଣା

ଜଗତ୍‌ସିଂହପୁର ଅଫିସ,୨।୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ପ୍ରକ୍ରିୟା ଜୋରଦାର କରାଯାଇଛି। ଯେହେତୁ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି, ତେଣୁ କାହାକୁ ପ୍ରାର୍ଥୀ କଲେ ଅଧିକ ବିଜୟ ସମ୍ଭାବନା ରହିଛି ତାକୁ ନେଇ ଆଲୋଚନା, ବିଚାର ବିମର୍ଷ ଚାଲିଛି। ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ପଦବୀ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ପ୍ରାର୍ଥୀପତ୍ର ଦାଖଲ ନେଇ ସମୟ ପାଖେଇ ଆସୁଥିବାରୁ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ପଦବୀ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମେ ନାମ ଘୋଷଣା କରାଯାଇଛି। ଦଳର ଆଗଧାଡିଆ ନେତା ଦିଲୀପ ସିଂହ (ଅମ୍ବୁଆ)ଙ୍କ ସ୍ତ୍ରୀ ଅର୍ଚ୍ଚନାଙ୍କୁ ସର୍ବସମ୍ମତିକ୍ରମେ ଦଳୀୟ ପ୍ରାର୍ଥୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ପରିସ୍ଥିତିରେ ବିଜେଡି ଓ ଭାଜପା ପକ୍ଷରୁ କେଉଁମାନଙ୍କୁ ଏବଂ କେବେ ପ୍ରାର୍ଥୀ ଘୋଷଣା କରାଯିବ ତାକୁ ନେଇ ଚର୍ଚ୍ଚା ଚାଲିଛି।
ପୌର ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସୋମବାର ସ୍ଥାନୀୟ ସିପିସ୍ଥିତ କଂଗ୍ରେସର ଜନସମ୍ପର୍କ କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ଏଥିରେ ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପସ୍ଥିତିରେ ଦଳୀୟ ସ୍ଥିତିର ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପୂର୍ବତନ ଜିଲା କଂଗ୍ରେସ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ଜଗତ୍‌ସିଂହପୁର ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି, ପୂର୍ବତନ ପାରିଷଦ ଦିଲୀପ ସିଂହ, ସୁବାସ ସାହୁ, ପ୍ରଶାନ୍ତ କୁମାରର ମଲ୍ଲିକ, ପ୍ରଦୀପ୍ତ ସାହୁ, ମିନୁ ଚୌଧୁରୀ, ରିତାଞ୍ଜଳୀ ଦାସ, ସୁମିତ୍ରା ବିଶ୍ୱାଳ, ନିକୁଞ୍ଜ କିଶୋର ବେହେରା, ରବି ଦାସ, ସଞ୍ଜୀବ ସ୍ବାଇଁ, ନିରଞ୍ଜନ ମହାପାତ୍ର, ପ୍ରମୋଦ କୁମାର ମହାପାତ୍ର, ବିଷ୍ଣୁ ଚରଣ ବେହେରା, ଜଗଦାନନ୍ଦ ବେହେରା, ଗଗନ ବିଶ୍ୱାଳ, ସୂର୍ଯ୍ୟକାନ୍ତ ସାହୁ, ଅନିଲ ଦାସ, ରାକେଶ ରାଉତ, ଆଶିଷ ଗୋଛାୟତ, ଚିତ୍ତରଞ୍ଜନ ମାଣିଆ, ଲିପୁ ମାଣିଆ, ମୁନା ଖଁା, ଦାଶରଥି ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ପଦବୀ ପାଇଁ ଅର୍ଚ୍ଚନାଙ୍କୁ ପ୍ରାର୍ଥୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଅର୍ଚ୍ଚନାଙ୍କ ସ୍ବାମୀ ଅମ୍ବୁଆ ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୪ନଂ. ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ହୋଇ ଲଗାତର ୨ ଥର କାଉନସିଲର ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ଏହି ୱାର୍ଡରୁ ୩ ଥର କଂଗ୍ରେସ ପ୍ରାର୍ଥୀମାନେ ଜିତିଛନ୍ତି। ତେଣୁ ୱାର୍ଡଟି କଂଗ୍ରେସର ଦୁର୍ଗ ବୋଲି ବିବେଚନା କରାଯାଏ। ଏଥିସହ ଅମ୍ବୁଆଙ୍କ ରାଜନୈତିକ ଦକ୍ଷତା ଓ ଆର୍ଥିକ ସ୍ଥିତି ସୁହାଇବ ବୋଲି କଂଗ୍ରେସର କେତେଜଣ ନେତା ପ୍ରକାଶ କରିଛନ୍ତି। ବୈଠକ ଆରମ୍ଭରେ ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ୧୨ନଂ. ୱାର୍ଡର ପୂର୍ବତନ ପାରିଷଦ ରଶ୍ମିରଞ୍ଜନ ମାଣିଆ, ପୂର୍ବତନ ପାରିଷଦ ମିନତି ମାଣିଆଙ୍କ ସମେତ ଶତାଧିକ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ।
ଜଗତ୍‌ସିଂହପୁର ପୌର ପରିଷଦ ଅଧୀନ ୨୧ଟି ୱାର୍ଡ ମଧ୍ୟରୁ ୧୩ଟିରେ କାଉନସିଲର ପଦବୀ ପାଇଁ ଆସନ ସଂରକ୍ଷଣ ହୋଇଛି। ୨୦୧୩ ନିର୍ବାଚନରେ କଂଗ୍ରେସ ପରିଷଦ ଦଖଲ କରିଥିଲା। ଆଗାମୀ ନିର୍ବାଚନରେ କ’ଣ ହେବ ତାକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ୨୦୧୩ ନିର୍ବାଚନରେ କଂଗ୍ରେସ ୧୨ଟି ୱାର୍ଡ ଦଖଲକୁ ନେଇଥିଲା। ସେଗୁଡିକ ହେଲା ୨, ୪, ୫, ୭, ୯, ୧୦, ୧୨, ୧୪, ୧୫, ୧୬ ଓ ୧୭, ୧୯ ନଂ. ୱାର୍ଡ। ବିଜେଡି ସପକ୍ଷରେ ୱାର୍ଡ ସଂଖ୍ୟା ୧, ୩, ୬, ୮, ୧୧, ୧୩, ୧୮, ୨୦ ଓ ୨୧କୁ ମିଶାଇ ମୋଟ ୯ଟି ଯାଇଥିଲା। ପରବର୍ତ୍ତୀ ସମୟରେ ୨୧ ନଂ. ୱାର୍ଡ କାଉନସିଲର ଦୀର୍ଘଦିନ ଅନୁପସ୍ଥିତ ରହିବାରୁ କଂଗ୍ରେସ ତାର ଦବଦବା ଜାହିର କରିବାକୁ ଅଧିକ ବଳ ପାଇଥିଲା। ୩୦ା୯ା୧୮ରେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରି ଯାଇଥିଲା। ଏଥିମଧ୍ୟରେ ପାଖାପାଖି ୩ ବର୍ଷ ୪ ମାସ ଅତିକ୍ରାନ୍ତ ହୋଇଗଲାଣି। ଜିଲାପାଳ ପୌର ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଗାମୀ ନିର୍ବାଚନରେ ପରିଷଦ ଅଧୀନ ୧ନଂ. ୱାର୍ଡ ଅନୁସୂଚିତ ଜାତି (ମହିଳା), ୨ନଂ. ମହିଳା, ୩ନଂ. ଅନୁସୂଚିତ ଜାତି (ମହିଳା), ୪ନଂ. ମହିଳା, ୫ନଂ. ମହିଳା, ୬ନଂ. ମହିଳା, ୮ନଂ. ମହିଳା, ୧୦ନଂ. ଅନୁସୂଚିତ ଜାତି, ୧୧ନଂ. ମହିଳା, ୧୩ନଂ. ଅନୁସୂଚିତ ଜନଜାତି (ମହିଳା), ୧୬ନଂ. ଅନୁସୂଚିତ ଜାତି, ୧୯ନଂ. ମହିଳା ଓ ୨୧ନଂ. ୱାର୍ଡ କାଉନସିଲର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଉପାଧ୍ୟକ୍ଷ ପଦବୀ କିନ୍ତୁ କାଉନସିଲରମାନେ ବାଛିବେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri