ପଡ଼ିଆର ନବୀକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ। ୨୦୧୮ ମସିହାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସା ସାଉଁଟିଥିଲେ ଓଡ଼ିଶା ସରକାର। ଇତିହାସରେ ପ୍ରଥମଥର ପାଇଁ ୨୦୧୮ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ଆଖି ଝଲସାଇଦେବା ଭଳି ହୋଇଥିଲା। ଦେଶ ବିଦେଶର ଅନେକ ଖେଳାଳି ଓ ଦର୍ଶକ ଏକାଠି ହୋଇଥିଲେ ଭୁବନେଶ୍ୱରରେ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। କଳିଙ୍ଗ ଷ୍ଟାଡିୟମ ପରିବେଶ ହୋଇ ଉଠିଥିଲା ଚଳଚଞ୍ଚଳ। ସେହି ଅନୁଭୂତିକୁ ପାଥେୟ କରି ଓଡ଼ିଶା ସରକାର ଦ୍ୱିତୀୟ ଥରପାଇଁ ଆୟୋଜନ କରିବାକୁ ଯାଉଛନ୍ତି ଏହି ହକି ମହାକୁମ୍ଭ। ୨୦୨୩ ହକି ବିଶ୍ୱକପ ଓଡ଼ିଶାରେ ଅନୁଷ୍ଠିତ ହେବ। ତେବେ ଏଥର ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ି ଏଥର ପ୍ରତିଯୋଗିତାକୁ କେବଳ ଭୁବନେଶ୍ୱର ମଧ୍ୟରେ ସୀମିତ ନ ରଖି ରାଉରକେଲାକୁ ସାମିଲ କରିଛନ୍ତି। ଏଥିପାଇଁ ରାଉରକେଲାରେ ନିର୍ମାଣାଧୀନ ଅଛି ଭାରତର ସର୍ବବୃହତ୍‌ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ଏହା ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହେବ।
ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ନିୟମ ଅନୁସାରେ ପ୍ରତି ବିଶ୍ୱକପ ପୂର୍ବରୁ ଆୟୋଜନ ଭେନ୍ୟୁର ନବୀକରଣ ହୋଇଥାଏ। ଏହାର ଅଂଶବିଶେଷଭାବେ କଳିଙ୍ଗ ଷ୍ଟାଡିୟମର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସିନ୍ଥେଟିକ୍‌ ଟର୍ଫକୁ କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ସମ୍ପୂର୍ଣ୍ଣ କଢ଼ାଯିବା ପରେ ନୂଆ ଟର୍ଫ ବିଛାଯିବ। ଏଫ୍‌ଆଇଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ନୂଆ ଟର୍ଫ ବିଛାଇବା କାର୍ଯ୍ୟ କରିବ। ନୂଆ ଟର୍ଫ ସାଧାରଣତଃ ଜର୍ମାନୀରୁ ଆସିଥାଏ। ପୁରୁଣା ଟର୍ଫକୁ କଢ଼ାଯିବା ପରେ ମେ’ ମାସରେ ନୂଆ ଟର୍ଫ ବିଛାଯିବା କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ଉପ ସଚିବ ରଞ୍ଜିତ ପରିଡ଼ା ପ୍ରକାଶ କରିଛନ୍ତି। ସେହିପରି ରାଉରକେଲାରେ ନବନିର୍ମିତ ଷ୍ଟାଡିୟମ ଆସନ୍ତା ସେପ୍ଟେମ୍ବର ମାସସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
କଳିଙ୍ଗ ଷ୍ଟାଡିୟମରେ ଇତିମଧ୍ୟରେ ହକି ଚାମ୍ପିୟନ୍ସ ଟ୍ରଫି (୨୦୧୪), ଏଫ୍‌ଆଇଏଚ୍‌ ପୁରୁଷ ହକି ଓ୍ବାଲର୍‌ଡ ଲିଗ୍‌ (୨୦୧୬-୧୭), ପୁରୁଷ ହକି ବିଶ୍ୱକପ (୨୦୧୮), ଏଫ୍‌ଆଇଏଚ୍‌ ହକି ସିରିଜ ଫାଇନାଲ୍ସ (୨୦୧୮-୧୯), ମହିଳା ଓ ପୁରୁଷ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ (୨୦୧୯), ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ (୨୦୨୦-୨୧, ୨୦୨୧-୨୨) ଓ ଜୁନିୟର ପୁରୁଷ ହକି ବିଶ୍ୱକପ (୨୦୨୧) ଅନୁଷ୍ଠିତ ହୋଇଯାଇଛି। ତେବେ କେବଳ ୨୦୧୮ ପୁରୁଷ ହକି ବିଶ୍ୱକପ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପୁରୁଣା ଟର୍ଫ କଢ଼ାଯାଇ ନୂଆ ଟର୍ଫ ବିଛା ଯାଇଥିଲା। ୩ ବର୍ଷ ବ୍ୟବଧାନରେ ପୁଣିଥରେ ଷ୍ଟାଡିୟମରେ ନୂଆ ଟର୍ଫ ବିଛାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରକାଶଯୋଗ୍ୟ ଯେ, ଆଗାମୀ ବିଶ୍ୱକପକୁ ପୂର୍ବାପେକ୍ଷା ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ କରିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ନିକଟରେ ବିଶ୍ୱକପ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି। ”ହକି ବିଶ୍ୱକପର ଲୋଗୋ ଉନ୍ମୋଚନ କରି ମୁଁ ବହୁତ ଖୁସି। ଏଥର ଭୁବନେଶ୍ୱର ଓ ରାଉରକେଲା ଭାବେ ୨ଟି ଭେନ୍ୟୁ ହୋଇଥିବାରୁ ଆମେ ଖୁବ୍‌ ଆନନ୍ଦିତ। ୨୦୧୮ ହକି ବିଶ୍ୱକପର ଅନେକ ସ୍ମରଣୀୟ ସ୍ମୃତି ରହିଛି। ୨୦୨୩ ବିଶ୍ୱକପ ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱର ହକି ପ୍ରଶଂସକ ଏବଂ ଭାଗ ନେବାକୁ ଯାଉଥିବା ଶ୍ରେଷ୍ଠ ଦଳଗୁଡ଼ିକୁ ସ୍ବାଗତ କରିବାକୁ ଓଡ଼ିଶା ପ୍ରସ୍ତୁତ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ୨୦୨୩ ହକି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଭାରତ ସମେତ ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ୍‌, ଫ୍ରାନ୍ସ, ଓ୍ବେଲ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ଚିଲି, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏଥିପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ୨୦୨୨ ମେ’ ୨୩ରୁ ଜୁନ୍‌୧ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁଥିବା ଏସିଆ କପ୍‌ରୁ ଅବଶିଷ୍ଟ ୩ଟି ଦଳ ଯୋଗ୍ୟତା ଭିତ୍ତିରେ ଏଥିରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri