ନିଯୁକ୍ତି ମାନଦଣ୍ଡର ନବୀକରଣ

କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପାଇଁ ଏହାର ନିର୍ଦ୍ଦେଶାବଳୀକୁ ନବୀକରଣ କରିଛିି। ଗତ ମାସରେ ଜାରି କରାଯାଇଥିବା ସଂଶୋଧନ ଅନୁଯାୟୀ, ଅବସର ପୂର୍ବରୁ କାର୍ଯ୍ୟକାଳ ଅତି କମ୍‌ରେ ୬ମାସ ବାକିଥିବା ପୋଲିସ ଅଧିକାରୀମାନେ ଏହି ପଦବୀ ପାଇଁ ବିଚାର ଯୋଗ୍ୟ ହେବେ। ଅଧିକନ୍ତୁ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆଇପିଏସ୍‌ ଅଧିକାରୀଙ୍କୁ ଡେପୁଟେଶନରୁ ମୁକ୍ତ କରାଯାଇପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଯଦି ରାଜ୍ୟ ସରକାରଙ୍କୁ ଅବଗତ କରେ ତେବେ ସେମାନଙ୍କୁ ରାଜ୍ୟ ଡିଜିପି ପାଇଁ ବିଚାରକୁ ନିଆଯିବ ନାହିଁ। ଅବସର ସମୟ ପାଖାପାଖିରେ ଡିଜିପି ନିଯୁକ୍ତ କରିବା କିମ୍ବା ୟୁପିଏସ୍‌ସି ପ୍ରକ୍ରିୟାକୁ ଅଣଦେଖାପୂର୍ବକ କାର୍ଯ୍ୟନିର୍ବାହୀ ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧିକରି ଡିଜିପି ଭାବେ ନିଯୁକ୍ତି ଦେବା ପ୍ରକ୍ରିୟାରୁ ରାଜ୍ୟଗୁଡ଼ିକୁ ବିରତ ରହିବା ପାଇଁ ଏହିସବୁ ପରିବର୍ତ୍ତନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆମ୍‌ ଆଦମୀ ପାର୍ଟି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଡିଜିପି ଭାବରେ ଗୌରବ ଯାଦବଙ୍କ ନିଯୁକ୍ତିକୁ ବିରୋଧ କରି ପଞ୍ଜାବର ପୂର୍ବତନ ଡିଜିପି ଭି.କେ. ଭୌରା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦରେ ୨ ବର୍ଷ ରହିବା ଲାଗି ୟୁପିଏସ୍‌ସିର ନିୟମ ଥିବା ସତ୍ତ୍ୱେ ଭୌରାଙ୍କୁ ତାଙ୍କ କାର୍ଯ୍ୟକାଳର ମଧ୍ୟଭାଗରେ ସ୍ଥାନାନ୍ତର କରାଯିବା ପରେ ସେ କୋର୍ଟକୁ ଯାଇଛନ୍ତି। ଚଳିତ ବର୍ଷ ଜୁନ୍‌ରେ ପଞ୍ଜାବ ସ୍ବାଧୀନ ଭାବରେ ରାଜ୍ୟ ଡିଜିପି ନିଯୁକ୍ତ କରିବାକୁ ଆଇନ ପ୍ରଣୟନ କରିଥିଲା। ତେବେ ପଞ୍ଜାବ ପୋଲିସ (ସଂଶୋଧନ) ବିଲ୍‌, ୨୦୨୩, ଆଇନ ହେବା ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ବିଚାରାଧୀନ ରହିଛି। କୌତୂହଳର ବିଷୟ, ୨୦୨୧ରେ କେନ୍ଦ୍ର ଆଇଏଏସ୍‌ , ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହମତି ନ ନେଇ ଡେପୁଟେଶନ ନିମନ୍ତେ ଆଇଏଏସ୍‌ କ୍ୟାଡର ନିୟମରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲା। ରାଜ୍ୟଗୁଡ଼ିକ ବିରୋଧ କରିବାରୁ ତାହାକୁ ସ୍ଥଗିତ ରଖାଯାଇଥିଲା। ତେବେ ରାଜ୍ୟଗୁଡ଼ିକ ଏହି ନୂତନ ନିର୍ଦ୍ଦେଶାବଳୀକୁ କିପରି ଗ୍ରହଣ କରିବେ ତାହା ଦେଖିବାର କଥା।

ଆଭିମୁଖ୍ୟରେ ପରିବର୍ତ୍ତନ
ବରିଷ୍ଠ ସିଭିଲ୍‌ ସର୍ଭାଣ୍ଟ ବିଶେଷକରି ଯୁଗ୍ମ ସଚିବ କିମ୍ବା ତଦୂର୍ଦ୍ଧ୍ୱ ପଦବୀରେ ଥିବା ସଚିବମାନଙ୍କ ପ୍ରଦର୍ଶନ ଉପରେ ଅନ୍ୟ କର୍ମଚାରୀ ମୂଲ୍ୟାୟନ କରିବା ପଦ୍ଧତି (୩୬୦-ଡିଗ୍ରୀ ମୂଲ୍ୟାଙ୍କନ ପଦ୍ଧତି)କୁ ମୋଦି ସରକାର ଏବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଭିମୁଖ୍ୟରେ ଏହି ଆକସ୍ମିକ ପରିବର୍ତ୍ତନ ମୋଦି ସରକାରଙ୍କ ଉତ୍ତରଦାୟିତ୍ୱ ଏବଂ ଏକ ସ୍ବଚ୍ଛ ତଥା ଯୋଗ୍ୟତାଭିତ୍ତିକ ଚୟନ ପ୍ରକ୍ରିୟାର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ୨୦୧୫ରେ ମୂଲ୍ୟାଙ୍କନ ପଦ୍ଧତି ଆରମ୍ଭ ବେଳେ ସରକାର କହିଥିଲେ ଯେ, ପୂର୍ବ ପ୍ରଦ୍ଧତିରେ ମୂଲ୍ୟାଙ୍କନ ସମୟରେ ସ୍ବଚ୍ଛତା ଏବଂ ସାମର୍ଥ୍ୟର ଅତ୍ୟାବଶ୍ୟକ ଦିଗଗୁଡ଼ିକୁ ଜାଣି ହେଉ ନ ଥିବାରୁ ୩୬୦-ଡିଗ୍ରୀ ମୂଲ୍ୟାଙ୍କନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ବାସ୍ତବରେ ଦିଲ୍ଲୀ ହାଇକୋର୍ଟ ଏହାର ବୈଧତାକୁ ଦର୍ଶାଇ ୨୦୧୭ରେ ନୂତନ ବ୍ୟବସ୍ଥାକୁ ସମର୍ଥନ କରିଥିଲେ। ତେବେ ଏଭଳି ସମ୍ପୂର୍ଣ୍ଣ ପରିବର୍ତ୍ତନ ଏବେ କାହିଁକି? ସରକାରଙ୍କ ଏହି ପଦ୍ଧତିକୁ ପ୍ରତ୍ୟାଖ୍ୟାନ କରିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ଏବଂ ଚିନ୍ତାଜନକ ମଧ୍ୟ । ଏହା ସଙ୍ଗତିର ଅଭାବକୁ ପ୍ରକାଶ କରେ। ଏହା ବିନା ସହମତିରେ ମୌଳିକ ପ୍ରକ୍ରିୟାଗୁଡ଼ିକୁ ପରିବର୍ତ୍ତନ କରିବା ଇଚ୍ଛାଶକ୍ତିକୁ ଦର୍ଶାଏ। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରାଖଣ୍ଡ କ୍ୟାଡରର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ସଞ୍ଜୀବ ଚତୁର୍ବେଦୀ ଟ୍ରିବ୍ୟୁନାଲରେ ଏକ ପିଟିଶନ ଦାୟର କରିବାରୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସିଏଟି)) ସର୍କିଟ ବେଞ୍ଚ ଆଗରେ କାହିଁକି ସତ୍ୟପାଠ ଦାଖଲ କରିଛି। ଚତୁର୍ବେଦୀ ଦାବି କରିଥିଲେ ଯେ, କେନ୍ଦ୍ର ସ୍ତରରେ ତାଙ୍କୁ ଜଣେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେବା ଲାଗି ତାଲିକାଭୁକ୍ତ କରାଯାଇ ନ ଥିଲା। ହ୍ବିସିଲ ବ୍ଲୋୟର ଚତୁର୍ବେଦୀଙ୍କୁ ଅଣଦେଖା କରିବା ପାଇଁ ପୂରା ସିଷ୍ଟମକୁ ବେକାର କରିବା ନିଶ୍ଚିତ ଭାବରେ ମାତ୍ରାଧିକ କାର୍ଯ୍ୟକୁ ସୂଚିତ କରୁଛି।

ରେଲ୍‌ଓ୍ବେରେ ଅଦଳବଦଳ
ଇଣ୍ଡିଆନ ରେଲଓ୍ବେ ମ୍ୟାନେଜମେଣ୍ଟ ସର୍ଭିସ( ଆଇଆର୍‌ଏମ୍‌ଏସ୍‌)ରୁ ୧୦ ଜଣ ବରିଷ୍ଠ ରେଲଓ୍ବେ ଅଧିକାରୀଙ୍କୁ ଜେନେରାଲ ମ୍ୟାନେଜର ଭାବରେ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି। କୌତୂହଳପ୍ରଦ ବିଷୟ ହେଉଛି, ପ୍ରମୁଖ ପଦବୀରେ ରହିଥିବା ୨ଜଣ ଜେନେରାଲ ମ୍ୟାନେଜରଙ୍କୁ ଅପେକ୍ଷାକୃତ କମ୍‌ ଭୂମିକା ଥିବା ପଦବୀକୁ ବଦଳି କରାଯିବା। ଏହି ପଦକ୍ଷେପକୁ ନେଇ ରେଲୱେ ପରିସରରେ ଗୁଜବ ସୃଷ୍ଟି ହୋଇଛି। ଗୁଜବ ଉଠିବାର କାରଣ ଗତ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରୁ ଠାବ କରାଯାଇପାରେ। ନିର୍ଦ୍ଦେଶାବଳୀରେ ବଡ଼ଧରଣର ଏପାଖସେପାଖ କରାଯାଇ ପୂର୍ବରୁ ଉତ୍ତର-ପୂର୍ବ ସୀମାନ୍ତ ରେଲଓ୍ବେ ନିର୍ମାଣ ବିଭାଗର ଜେନେରାଲ ମ୍ୟାନେଜର ଥିବା ଏସ୍‌.କେ.ଝାଙ୍କୁ ପୁଣେର ଭାରତୀୟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସିଭିଲ୍‌ ଇଞ୍ଜିନିୟରିଂର ମହାନିର୍ଦ୍ଦେଶକ ଭାବରେ ରାମ କରଣ ଯାଦବଙ୍କୁ ସ୍ଥାନାନ୍ତର କରାଯାଇ ନିଯୁକ୍ତ କରାଯାଇଥିଲା। ଯାଦବ ବି ଝାଙ୍କ ଦାୟିତ୍ୱ ଗ୍ର୍ରହଣ କରିଥିଲେ। ସମାନ ପ୍ରକାର ବିଚ୍ୟୁତି ସି.ଭି. ରମଣଙ୍କ କ୍ଷେତ୍ରରେ ଘଟିଥିଲା। ଉତ୍ତର ପୂର୍ବାଞ୍ଚଳ ରେଲଓ୍ବେ ଜେନେରାଲ ମ୍ୟାନେଜର ରମଣଙ୍କୁ ରେଳ ବୋର୍ଡର ଡିଭିଜନାଲ ପର୍ସନାଲ ଅଫିସର (ରେଳ ଷ୍ଟୋର୍‌ସ) ସଚିବଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ପଦକ୍ଷେପରେ ଲେଭଲ ୧୫ ପୋଷ୍ଟରୁ ଲେଭଲ ୧୬କୁ ସାମୟିକ ଭାବେ ନବୀକରଣ କରାଯାଇଛି, ଯାହା ସେପ୍ଟେମ୍ବର ୩୦, ୨୦୨୫ ପର୍ଯ୍ୟନ୍ତ ଚାଲିବ । ନିକଟ ସୂତ୍ରରୁ ଜଣାପଡ଼ିଛି ଯେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ମତାମତ ଏବଂ ଅଜ୍ଞାତ ସୂଚନା ଦ୍ୱାରା ଏହି ନିଷ୍ପତ୍ତି ପ୍ରଭାବିତ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri