ନିଯୁକ୍ତି ମାନଦଣ୍ଡର ନବୀକରଣ

କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପାଇଁ ଏହାର ନିର୍ଦ୍ଦେଶାବଳୀକୁ ନବୀକରଣ କରିଛିି। ଗତ ମାସରେ ଜାରି କରାଯାଇଥିବା ସଂଶୋଧନ ଅନୁଯାୟୀ, ଅବସର ପୂର୍ବରୁ କାର୍ଯ୍ୟକାଳ ଅତି କମ୍‌ରେ ୬ମାସ ବାକିଥିବା ପୋଲିସ ଅଧିକାରୀମାନେ ଏହି ପଦବୀ ପାଇଁ ବିଚାର ଯୋଗ୍ୟ ହେବେ। ଅଧିକନ୍ତୁ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆଇପିଏସ୍‌ ଅଧିକାରୀଙ୍କୁ ଡେପୁଟେଶନରୁ ମୁକ୍ତ କରାଯାଇପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଯଦି ରାଜ୍ୟ ସରକାରଙ୍କୁ ଅବଗତ କରେ ତେବେ ସେମାନଙ୍କୁ ରାଜ୍ୟ ଡିଜିପି ପାଇଁ ବିଚାରକୁ ନିଆଯିବ ନାହିଁ। ଅବସର ସମୟ ପାଖାପାଖିରେ ଡିଜିପି ନିଯୁକ୍ତ କରିବା କିମ୍ବା ୟୁପିଏସ୍‌ସି ପ୍ରକ୍ରିୟାକୁ ଅଣଦେଖାପୂର୍ବକ କାର୍ଯ୍ୟନିର୍ବାହୀ ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧିକରି ଡିଜିପି ଭାବେ ନିଯୁକ୍ତି ଦେବା ପ୍ରକ୍ରିୟାରୁ ରାଜ୍ୟଗୁଡ଼ିକୁ ବିରତ ରହିବା ପାଇଁ ଏହିସବୁ ପରିବର୍ତ୍ତନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆମ୍‌ ଆଦମୀ ପାର୍ଟି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଡିଜିପି ଭାବରେ ଗୌରବ ଯାଦବଙ୍କ ନିଯୁକ୍ତିକୁ ବିରୋଧ କରି ପଞ୍ଜାବର ପୂର୍ବତନ ଡିଜିପି ଭି.କେ. ଭୌରା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦରେ ୨ ବର୍ଷ ରହିବା ଲାଗି ୟୁପିଏସ୍‌ସିର ନିୟମ ଥିବା ସତ୍ତ୍ୱେ ଭୌରାଙ୍କୁ ତାଙ୍କ କାର୍ଯ୍ୟକାଳର ମଧ୍ୟଭାଗରେ ସ୍ଥାନାନ୍ତର କରାଯିବା ପରେ ସେ କୋର୍ଟକୁ ଯାଇଛନ୍ତି। ଚଳିତ ବର୍ଷ ଜୁନ୍‌ରେ ପଞ୍ଜାବ ସ୍ବାଧୀନ ଭାବରେ ରାଜ୍ୟ ଡିଜିପି ନିଯୁକ୍ତ କରିବାକୁ ଆଇନ ପ୍ରଣୟନ କରିଥିଲା। ତେବେ ପଞ୍ଜାବ ପୋଲିସ (ସଂଶୋଧନ) ବିଲ୍‌, ୨୦୨୩, ଆଇନ ହେବା ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ବିଚାରାଧୀନ ରହିଛି। କୌତୂହଳର ବିଷୟ, ୨୦୨୧ରେ କେନ୍ଦ୍ର ଆଇଏଏସ୍‌ , ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହମତି ନ ନେଇ ଡେପୁଟେଶନ ନିମନ୍ତେ ଆଇଏଏସ୍‌ କ୍ୟାଡର ନିୟମରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲା। ରାଜ୍ୟଗୁଡ଼ିକ ବିରୋଧ କରିବାରୁ ତାହାକୁ ସ୍ଥଗିତ ରଖାଯାଇଥିଲା। ତେବେ ରାଜ୍ୟଗୁଡ଼ିକ ଏହି ନୂତନ ନିର୍ଦ୍ଦେଶାବଳୀକୁ କିପରି ଗ୍ରହଣ କରିବେ ତାହା ଦେଖିବାର କଥା।

ଆଭିମୁଖ୍ୟରେ ପରିବର୍ତ୍ତନ
ବରିଷ୍ଠ ସିଭିଲ୍‌ ସର୍ଭାଣ୍ଟ ବିଶେଷକରି ଯୁଗ୍ମ ସଚିବ କିମ୍ବା ତଦୂର୍ଦ୍ଧ୍ୱ ପଦବୀରେ ଥିବା ସଚିବମାନଙ୍କ ପ୍ରଦର୍ଶନ ଉପରେ ଅନ୍ୟ କର୍ମଚାରୀ ମୂଲ୍ୟାୟନ କରିବା ପଦ୍ଧତି (୩୬୦-ଡିଗ୍ରୀ ମୂଲ୍ୟାଙ୍କନ ପଦ୍ଧତି)କୁ ମୋଦି ସରକାର ଏବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଭିମୁଖ୍ୟରେ ଏହି ଆକସ୍ମିକ ପରିବର୍ତ୍ତନ ମୋଦି ସରକାରଙ୍କ ଉତ୍ତରଦାୟିତ୍ୱ ଏବଂ ଏକ ସ୍ବଚ୍ଛ ତଥା ଯୋଗ୍ୟତାଭିତ୍ତିକ ଚୟନ ପ୍ରକ୍ରିୟାର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ୨୦୧୫ରେ ମୂଲ୍ୟାଙ୍କନ ପଦ୍ଧତି ଆରମ୍ଭ ବେଳେ ସରକାର କହିଥିଲେ ଯେ, ପୂର୍ବ ପ୍ରଦ୍ଧତିରେ ମୂଲ୍ୟାଙ୍କନ ସମୟରେ ସ୍ବଚ୍ଛତା ଏବଂ ସାମର୍ଥ୍ୟର ଅତ୍ୟାବଶ୍ୟକ ଦିଗଗୁଡ଼ିକୁ ଜାଣି ହେଉ ନ ଥିବାରୁ ୩୬୦-ଡିଗ୍ରୀ ମୂଲ୍ୟାଙ୍କନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ବାସ୍ତବରେ ଦିଲ୍ଲୀ ହାଇକୋର୍ଟ ଏହାର ବୈଧତାକୁ ଦର୍ଶାଇ ୨୦୧୭ରେ ନୂତନ ବ୍ୟବସ୍ଥାକୁ ସମର୍ଥନ କରିଥିଲେ। ତେବେ ଏଭଳି ସମ୍ପୂର୍ଣ୍ଣ ପରିବର୍ତ୍ତନ ଏବେ କାହିଁକି? ସରକାରଙ୍କ ଏହି ପଦ୍ଧତିକୁ ପ୍ରତ୍ୟାଖ୍ୟାନ କରିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ଏବଂ ଚିନ୍ତାଜନକ ମଧ୍ୟ । ଏହା ସଙ୍ଗତିର ଅଭାବକୁ ପ୍ରକାଶ କରେ। ଏହା ବିନା ସହମତିରେ ମୌଳିକ ପ୍ରକ୍ରିୟାଗୁଡ଼ିକୁ ପରିବର୍ତ୍ତନ କରିବା ଇଚ୍ଛାଶକ୍ତିକୁ ଦର୍ଶାଏ। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରାଖଣ୍ଡ କ୍ୟାଡରର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ସଞ୍ଜୀବ ଚତୁର୍ବେଦୀ ଟ୍ରିବ୍ୟୁନାଲରେ ଏକ ପିଟିଶନ ଦାୟର କରିବାରୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସିଏଟି)) ସର୍କିଟ ବେଞ୍ଚ ଆଗରେ କାହିଁକି ସତ୍ୟପାଠ ଦାଖଲ କରିଛି। ଚତୁର୍ବେଦୀ ଦାବି କରିଥିଲେ ଯେ, କେନ୍ଦ୍ର ସ୍ତରରେ ତାଙ୍କୁ ଜଣେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେବା ଲାଗି ତାଲିକାଭୁକ୍ତ କରାଯାଇ ନ ଥିଲା। ହ୍ବିସିଲ ବ୍ଲୋୟର ଚତୁର୍ବେଦୀଙ୍କୁ ଅଣଦେଖା କରିବା ପାଇଁ ପୂରା ସିଷ୍ଟମକୁ ବେକାର କରିବା ନିଶ୍ଚିତ ଭାବରେ ମାତ୍ରାଧିକ କାର୍ଯ୍ୟକୁ ସୂଚିତ କରୁଛି।

ରେଲ୍‌ଓ୍ବେରେ ଅଦଳବଦଳ
ଇଣ୍ଡିଆନ ରେଲଓ୍ବେ ମ୍ୟାନେଜମେଣ୍ଟ ସର୍ଭିସ( ଆଇଆର୍‌ଏମ୍‌ଏସ୍‌)ରୁ ୧୦ ଜଣ ବରିଷ୍ଠ ରେଲଓ୍ବେ ଅଧିକାରୀଙ୍କୁ ଜେନେରାଲ ମ୍ୟାନେଜର ଭାବରେ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି। କୌତୂହଳପ୍ରଦ ବିଷୟ ହେଉଛି, ପ୍ରମୁଖ ପଦବୀରେ ରହିଥିବା ୨ଜଣ ଜେନେରାଲ ମ୍ୟାନେଜରଙ୍କୁ ଅପେକ୍ଷାକୃତ କମ୍‌ ଭୂମିକା ଥିବା ପଦବୀକୁ ବଦଳି କରାଯିବା। ଏହି ପଦକ୍ଷେପକୁ ନେଇ ରେଲୱେ ପରିସରରେ ଗୁଜବ ସୃଷ୍ଟି ହୋଇଛି। ଗୁଜବ ଉଠିବାର କାରଣ ଗତ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରୁ ଠାବ କରାଯାଇପାରେ। ନିର୍ଦ୍ଦେଶାବଳୀରେ ବଡ଼ଧରଣର ଏପାଖସେପାଖ କରାଯାଇ ପୂର୍ବରୁ ଉତ୍ତର-ପୂର୍ବ ସୀମାନ୍ତ ରେଲଓ୍ବେ ନିର୍ମାଣ ବିଭାଗର ଜେନେରାଲ ମ୍ୟାନେଜର ଥିବା ଏସ୍‌.କେ.ଝାଙ୍କୁ ପୁଣେର ଭାରତୀୟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସିଭିଲ୍‌ ଇଞ୍ଜିନିୟରିଂର ମହାନିର୍ଦ୍ଦେଶକ ଭାବରେ ରାମ କରଣ ଯାଦବଙ୍କୁ ସ୍ଥାନାନ୍ତର କରାଯାଇ ନିଯୁକ୍ତ କରାଯାଇଥିଲା। ଯାଦବ ବି ଝାଙ୍କ ଦାୟିତ୍ୱ ଗ୍ର୍ରହଣ କରିଥିଲେ। ସମାନ ପ୍ରକାର ବିଚ୍ୟୁତି ସି.ଭି. ରମଣଙ୍କ କ୍ଷେତ୍ରରେ ଘଟିଥିଲା। ଉତ୍ତର ପୂର୍ବାଞ୍ଚଳ ରେଲଓ୍ବେ ଜେନେରାଲ ମ୍ୟାନେଜର ରମଣଙ୍କୁ ରେଳ ବୋର୍ଡର ଡିଭିଜନାଲ ପର୍ସନାଲ ଅଫିସର (ରେଳ ଷ୍ଟୋର୍‌ସ) ସଚିବଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ପଦକ୍ଷେପରେ ଲେଭଲ ୧୫ ପୋଷ୍ଟରୁ ଲେଭଲ ୧୬କୁ ସାମୟିକ ଭାବେ ନବୀକରଣ କରାଯାଇଛି, ଯାହା ସେପ୍ଟେମ୍ବର ୩୦, ୨୦୨୫ ପର୍ଯ୍ୟନ୍ତ ଚାଲିବ । ନିକଟ ସୂତ୍ରରୁ ଜଣାପଡ଼ିଛି ଯେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ମତାମତ ଏବଂ ଅଜ୍ଞାତ ସୂଚନା ଦ୍ୱାରା ଏହି ନିଷ୍ପତ୍ତି ପ୍ରଭାବିତ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri