ଅନ୍ତିମ ରଣକୌଶଳ ଉପରେ ଭରସା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୨୨ା୩:ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ପୌର ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି । ସେଥିପାଇଁ ସହରର ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ନୂଆ ରଣକୌଶଳ ଆପଣାଇଛନ୍ତି। ଦୁଇ ସହରରେ ବିଜେଡି ଦଳୀୟ ଷ୍ଟାର ପ୍ରଚାରକଙ୍କୁ ନେଇ ନିର୍ବାଚନ ପ୍ରଚାରରେ ବହୁ ଆଗରେ ରହିଥିବାବେଳେ ଭାଜପା ଓ କଂଗ୍ରେସ ନିର୍ବାଚନ ପୂର୍ବରୁ ହାତ ଟେକି ଦେଲା ଭଳି ମନେ ହେଉଛି। ଭାଜପା ଓ କଂଗ୍ରେସ ପକ୍ଷରୁ ଏଯାଏ କୌଣସି ହେଭିୱେଟ ନେତା କିମ୍ବା ଷ୍ଟାର ପ୍ରଚାରକ ପ୍ରଚାର ମଇଦାନରେ ଓହ୍ଲାଇ ପାରିନାହାନ୍ତି। ତେବେ ଭାଜପା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ କେବଳ ଭରସା ରଖିଥିବାବେଳେ କଂଗ୍ରେସ ଉଭୟ ଦଳର ଦୁର୍ନୀତି ଉପରେ ପ୍ରଚାର କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।
୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗରରେ ଭାଜପା ପ୍ରଥମ କରି ଅଧ୍ୟକ୍ଷା ପଦବୀ ହାତେଇବା ଉଦ୍ୟମରେ ପ୍ରଚାର ଅଭିଯାନରେ କମେଡିଆନ ହରିହର ମହାପାତ୍ରଙ୍କୁ ସାମିଲ କରିଛି। ତେବେ ଏହି ପ୍ରଚାରରେ କୌଣସି ହେଭିୱେଟ ନେତାଙ୍କ ଦେଖା ମିଳିନି। ଅନ୍ୟପକ୍ଷେ କଂଗ୍ରେସରୁ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡା ପ୍ରଚାରର ନେତୃତ୍ୱ ନେଉଛନ୍ତି। ବିଜେଡିରୁ କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ରସାନନ୍ଦ ମହାନ୍ତିଙ୍କ ସମେତ ନାରାୟଣ ରାଉତ, ମହେଶ ଧଳ, ମାଧବ କୁମାର ସାହୁ, ଗୋବର୍ଦ୍ଧନ ସ୍ବାଇଁ, ବିଜୟ କୁମାର ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି। ବ୍ୟାସନଗର ପୌର ପରିଷଦରେ ପ୍ରାୟ ୧୯ ଜଣ ବିଜେଡି ଅସନ୍ତୁଷ୍ଟ ନେତା ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବାରୁ ତାହା ଦଳୀୟ ପ୍ରାର୍ଥୀଙ୍କ ପାଇଁ କଣ୍ଟା ହୋଇପାରେ ବୋଲି ମତପ୍ରକାଶ ପାଇଛି। ଏଠାରେ ବିଜେଡି ଯାଜପୁର ଭଳି ସଫଳତା ପାଇ ନ ପାରେ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
୧୮ ୱାର୍ଡ ବିଶିଷ୍ଟ ଯାଜପୁରରେ ବିଜେଡି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା ଦାଶ। ସୋମବାର ଯାଜପୁରର ପ୍ରଶାସନିକ ଭବନଠାରୁ ଏକ ବିରାଟ ବାଇକ୍‌ ରାଲି ଆରମ୍ଭ କରାଯାଇ ୧୮ ୱାର୍ଡ ପରିକ୍ରମା କରିଥିଲା। ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ପୂର୍ବତନ ପୌରପାଳ ଭବପ୍ରସାଦ ଦାସ, ଯୁବ ବିଜେଡି ସଭାପତି ମନୋଜ ସାହୁ, ସନ୍ତୋଷ ମଲ୍ଲିକ, କର୍ନାଟକେଶରୀ ଦାସ ପ୍ରମୁଖ ଏହି ରାଲିରେ ସାମିଲ ହୋଇଥିଲେ। ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ରଞ୍ଜୁଲତା ହୋତାଙ୍କ ସମେତ ୧୮ ୱାର୍ଡର କାଉନସିଲର ପ୍ରାର୍ଥୀ ଓ ପ୍ରାର୍ର୍ଥିନୀ ଉପସ୍ଥିତ ଥିଲେ।
କଂଗ୍ରେସ ମଧ୍ୟ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିଛି। କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥତ୍ନୀ ପ୍ରିୟଦର୍ଶିନୀ ସାମନ୍ତ ଓ ସମସ୍ତ କାଉନ୍‌ସିଲର ପ୍ରାର୍ଥୀମାନେ ଭୋଟରଙ୍କ ହୃଦୟ ଜିଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଯାଜପୁର ବିଧାୟକ ପ୍ରାର୍ଥୀ ସନ୍ତୋଷ ନନ୍ଦ, ଜିଲା କଂଗ୍ରେସ ସଭାପତି ମନୋଜ ରାଉତ, ବଳଭଦ୍ର ଦାସ, ବିଭୂତି ମହାପାତ୍ର, ଶେଖ ସଲିମ, ନାରାୟଣ ସାମନ୍ତ ପ୍ରମୁଖ ନେତୃ ମଣ୍ଡଳୀମାନେ ଘର ଘର ବୁଲି ପ୍ରଚାରକୁ ଜୋରଦାର କରୁଛନ୍ତି। ତେବେ ଭାଜପା ପ୍ରାର୍ଥୀମାନେ ସ୍ଥାନୀୟ ନେତୃବର୍ଗଙ୍କ ଉପରେ ଭରସା କରିଛନ୍ତି। ଯାଜପୁର ମଣ୍ଡଳ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ସଞ୍ଜୟ ମିଶ୍ର, ଦୀପ୍ତିରେଖା ମିଶ୍ର, ସୁଦୀପ୍ତ ପଣ୍ଡା, ପରମେଶ୍ୱର ଦ୍ୱିବେଦୀ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି। ଏଠାରେ ମଧ୍ୟ ଭାଜପାର ହେଭିୱେଟ ନେତା ଭାବେ ପରିଚିତ କୌଣସି ନେତୃବର୍ଗଙ୍କ ଦେଖା ମିଳିନାହିଁ। ଜିଲାର ଉଭୟ ମ୍ୟୁନିସିପାଲିଟୀରେ ବିଜେଡି ପ୍ରଚାରରେ ଆଗରେ କଂଗ୍ରେସ ଓ ଭାଜପା ହାର ମାନି ଯାଇଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।
ବ୍ୟାସନଗର ସହରରେ ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର ସେତେଟା ପ୍ରଭାବୀ ପରିଲକ୍ଷିତ ହେଉ ନ ଥିବାବେଳେ କେତୋଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କଠାରୁ ମଧ୍ୟ ଆଗୁଆ ରହିଛନ୍ତି। ଧୂଆଁଧାର ପ୍ରଚାର ଅଭିଯାନ ପରେ କେତେକ ୱାର୍ଡରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନେ ଖୋଲାଖୋଲି ମତ ପ୍ରକାଶ କରୁଛନ୍ତି ା ଅଧିକାଂଶ ୱାର୍ଡରେ ଭୋଟରମାନେ ଏବେ ବି ନୀରବ ରହି ସ୍ଥିତି ସମୀକ୍ଷା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri