୧୫ ବଦଳରେ ରହୁଛନ୍ତି ୧୭୯

କଟକ,୨୪।୯(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ତୁଳସୀପୁରସ୍ଥିତ ମହାନଦୀ କୂଳରେ ରହିଛି ହରିଣପାର୍କ। ଏହାକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷେ ପାର୍କର ରକ୍ଷଣାବେକ୍ଷଣ ନ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ବର୍ଷ ବର୍ଷ ଧରି ଛୋଟ ସ୍ଥାନରେ ହରିଣ ରହିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ କଟକ ମହାନଗର ନିଗମ ପକ୍ଷରୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଦୀର୍ଘଦିନ ହେବ କୁହାଯାଉଛି।

କଟକ ସହରକୁ ସୌନ୍ଦଯ୍ୟପୂର୍ଣ୍ଣ କରିବା ପାଇଁ ୧୯୮୧ରେ ତୁଳସୀପୁର ମହାନଦୀ କୂଳରେ ହରିଣପାର୍କ ପରିକଳ୍ପନା କରାଯାଇଥିଲା। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ଏହି ପାର୍କ ପ୍ରତିଷ୍ଠା କରିଥିଲେ। ଏହି ପାର୍କ ପ୍ରତିଷ୍ଠା ପରେ ନନ୍ଦନକାନନରୁ କିଛି ହରିଣ ଆଣି ଏଠାରେ ରଖାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ହରିଣପାର୍କ ସହରର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହା ଭିତରେ ୪୨ ବର୍ଷ ବିତିଗଲାଣି। ଇତିମଧ୍ୟରେ ହରିଣଙ୍କ ସଂଖ୍ୟା ମଧ୍ୟ ଢେର ବଢ଼ିଯାଇଛି। ବର୍ତ୍ତମାନ ପାର୍କରେ ମୋଟ୍‌ ୧୭୯ ହରିଣ ରହିଛନ୍ତି। ପ୍ରତ୍ୟେକ ଦିନ ହରିଣ ଦେଖିବା ପାଇଁ ଅନେକ ଲୋକ ଏଠାକୁ ଆସିଥାନ୍ତି । କିଛି ସମୟ ଏଠାରେ ଛିଡ଼ା ହୋଇ ହରିଣଙ୍କ ଗତିବଧିକୁ ଦେଖଥାନ୍ତି। ହେଲେ ବର୍ତ୍ତମାନ ଏଠାକାର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ଦୀର୍ଘ ସମୟ ହେବ ରାସ୍ତା ପଟେ ଥିବା ବୁଦା ଓ ଗଛକୁ କଟାଯାଉନାହିଁ। ଫଳରେ ପାର୍କର ଚତୁଃପାର୍ଶ୍ୱ ଜଙ୍ଗଲ ହୋଇଯାଇଛି। ରାସ୍ତା ଉପରେ ଛିଡା ହେଲେ କେବଳ ବୁଦା ଗଛ ଦେଖିବାକୁ ମିଳୁଛି। ହରିଣଙ୍କ ସୁରକ୍ଷା ପାଇଁ ଏହି ପାର୍କ ସ୍ଥାନାନ୍ତର ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏନେଇ ୧କୋଟି ୯ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୪ ବର୍ଷ ଧରି ଏହି ପାର୍କ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି।

ଗତ ବର୍ଷ ସିଏମ୍‌ସିର ଏକ ଟିମ୍‌ ଚନ୍ଦକାରେ ଚିହ୍ନଟ କରାଯାଇଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଉକ୍ତ କାର୍ଯ୍ୟ ୫ ମାସ ମଧ୍ୟରେ ଶେଷ ହେବ ବୋଲି ସେତେବେଳେ ସିଏମ୍‌ସି ପକ୍ଷରୁ କୁହାଯାଇଥିଲା। ହେଲେ ଏହା କେବଳ ଯୋଜନାରେ ସୀମିତ ହୋଇରହିଛି। ଏହି ହରିଣଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବର୍ଷକୁ ୫୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଉଛି । ଏହାସତ୍ତ୍ୱେ ହରିଣଗୁଡ଼ିକ ସ୍ଥାନ ଅଭାବରୁ ଅସୁବିଧାରେ ରହିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ କେନ୍ଦ୍ର ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ସତର୍କଘଣ୍ଟି ଦେଇସାରିଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହି ପାର୍କର କ୍ଷମତା ଅନୁଯାୟୀ ଅତିବେଶିରେ ଏଠାରେ ୧୫ଟି ହରିଣ ରହିପାରିବେ। କିନ୍ତୁ କ୍ଷମତାର ୧୨ଗୁଣ ଅଧିକ ହରିଣ ରହିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ୨୦୧୯ ଅକ୍ଟୋବର ୭ରେ ଏଠାରୁ ନିଜର ସ୍ବୀକୃତି ପ୍ରତ୍ୟାହର କରି ନେଇଥିଲେ। ଏହାପରେ ଉକ୍ତ ସ୍ଥାନରୁ ପାର୍କକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା। ଚନ୍ଦକା (ବନ୍ୟପ୍ରାଣୀ) ବନଖଣ୍ଡ ହଳଦିଆରେଞ୍ଜ ଅଧୀନସ୍ଥ ଅମ୍ବଲିକୁ ଏହାକୁ ସ୍ଥାନାନ୍ତର କାରିବାକୁ ସ୍ଥିର କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ଯଦି ଅର୍ଦ୍ଧାଧିକ ହରିଣଙ୍କୁ ସ୍ଥାନାନ୍ତର କରା ନ ଯାଏ ତେବେ ହରିଣମାନଙ୍କର ସ୍ଥିତି ସଙ୍କଟାପନ୍ନ ହୋଇଯିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି, ହରିଣମାନଙ୍କୁ ସ୍ଥାନାନ୍ତର ପାଇଁ ସ୍ଥାନ ପ୍ରସ୍ତୁତ ହୋଇଯାଇଛି, ଅତିକମ୍‌ରେ ଏକ ମାସ ମଧ୍ୟରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିସହ ରକ୍ଷଣାବେକ୍ଷଣ ନେଇ ସିଏମ୍‌ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri