୧୫ ବଦଳରେ ରହୁଛନ୍ତି ୧୭୯

କଟକ,୨୪।୯(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ତୁଳସୀପୁରସ୍ଥିତ ମହାନଦୀ କୂଳରେ ରହିଛି ହରିଣପାର୍କ। ଏହାକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷେ ପାର୍କର ରକ୍ଷଣାବେକ୍ଷଣ ନ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ବର୍ଷ ବର୍ଷ ଧରି ଛୋଟ ସ୍ଥାନରେ ହରିଣ ରହିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ କଟକ ମହାନଗର ନିଗମ ପକ୍ଷରୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଦୀର୍ଘଦିନ ହେବ କୁହାଯାଉଛି।

କଟକ ସହରକୁ ସୌନ୍ଦଯ୍ୟପୂର୍ଣ୍ଣ କରିବା ପାଇଁ ୧୯୮୧ରେ ତୁଳସୀପୁର ମହାନଦୀ କୂଳରେ ହରିଣପାର୍କ ପରିକଳ୍ପନା କରାଯାଇଥିଲା। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ଏହି ପାର୍କ ପ୍ରତିଷ୍ଠା କରିଥିଲେ। ଏହି ପାର୍କ ପ୍ରତିଷ୍ଠା ପରେ ନନ୍ଦନକାନନରୁ କିଛି ହରିଣ ଆଣି ଏଠାରେ ରଖାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ହରିଣପାର୍କ ସହରର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହା ଭିତରେ ୪୨ ବର୍ଷ ବିତିଗଲାଣି। ଇତିମଧ୍ୟରେ ହରିଣଙ୍କ ସଂଖ୍ୟା ମଧ୍ୟ ଢେର ବଢ଼ିଯାଇଛି। ବର୍ତ୍ତମାନ ପାର୍କରେ ମୋଟ୍‌ ୧୭୯ ହରିଣ ରହିଛନ୍ତି। ପ୍ରତ୍ୟେକ ଦିନ ହରିଣ ଦେଖିବା ପାଇଁ ଅନେକ ଲୋକ ଏଠାକୁ ଆସିଥାନ୍ତି । କିଛି ସମୟ ଏଠାରେ ଛିଡ଼ା ହୋଇ ହରିଣଙ୍କ ଗତିବଧିକୁ ଦେଖଥାନ୍ତି। ହେଲେ ବର୍ତ୍ତମାନ ଏଠାକାର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ଦୀର୍ଘ ସମୟ ହେବ ରାସ୍ତା ପଟେ ଥିବା ବୁଦା ଓ ଗଛକୁ କଟାଯାଉନାହିଁ। ଫଳରେ ପାର୍କର ଚତୁଃପାର୍ଶ୍ୱ ଜଙ୍ଗଲ ହୋଇଯାଇଛି। ରାସ୍ତା ଉପରେ ଛିଡା ହେଲେ କେବଳ ବୁଦା ଗଛ ଦେଖିବାକୁ ମିଳୁଛି। ହରିଣଙ୍କ ସୁରକ୍ଷା ପାଇଁ ଏହି ପାର୍କ ସ୍ଥାନାନ୍ତର ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏନେଇ ୧କୋଟି ୯ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୪ ବର୍ଷ ଧରି ଏହି ପାର୍କ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି।

ଗତ ବର୍ଷ ସିଏମ୍‌ସିର ଏକ ଟିମ୍‌ ଚନ୍ଦକାରେ ଚିହ୍ନଟ କରାଯାଇଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଉକ୍ତ କାର୍ଯ୍ୟ ୫ ମାସ ମଧ୍ୟରେ ଶେଷ ହେବ ବୋଲି ସେତେବେଳେ ସିଏମ୍‌ସି ପକ୍ଷରୁ କୁହାଯାଇଥିଲା। ହେଲେ ଏହା କେବଳ ଯୋଜନାରେ ସୀମିତ ହୋଇରହିଛି। ଏହି ହରିଣଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବର୍ଷକୁ ୫୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଉଛି । ଏହାସତ୍ତ୍ୱେ ହରିଣଗୁଡ଼ିକ ସ୍ଥାନ ଅଭାବରୁ ଅସୁବିଧାରେ ରହିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ କେନ୍ଦ୍ର ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ସତର୍କଘଣ୍ଟି ଦେଇସାରିଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହି ପାର୍କର କ୍ଷମତା ଅନୁଯାୟୀ ଅତିବେଶିରେ ଏଠାରେ ୧୫ଟି ହରିଣ ରହିପାରିବେ। କିନ୍ତୁ କ୍ଷମତାର ୧୨ଗୁଣ ଅଧିକ ହରିଣ ରହିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ୨୦୧୯ ଅକ୍ଟୋବର ୭ରେ ଏଠାରୁ ନିଜର ସ୍ବୀକୃତି ପ୍ରତ୍ୟାହର କରି ନେଇଥିଲେ। ଏହାପରେ ଉକ୍ତ ସ୍ଥାନରୁ ପାର୍କକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା। ଚନ୍ଦକା (ବନ୍ୟପ୍ରାଣୀ) ବନଖଣ୍ଡ ହଳଦିଆରେଞ୍ଜ ଅଧୀନସ୍ଥ ଅମ୍ବଲିକୁ ଏହାକୁ ସ୍ଥାନାନ୍ତର କାରିବାକୁ ସ୍ଥିର କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ଯଦି ଅର୍ଦ୍ଧାଧିକ ହରିଣଙ୍କୁ ସ୍ଥାନାନ୍ତର କରା ନ ଯାଏ ତେବେ ହରିଣମାନଙ୍କର ସ୍ଥିତି ସଙ୍କଟାପନ୍ନ ହୋଇଯିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି, ହରିଣମାନଙ୍କୁ ସ୍ଥାନାନ୍ତର ପାଇଁ ସ୍ଥାନ ପ୍ରସ୍ତୁତ ହୋଇଯାଇଛି, ଅତିକମ୍‌ରେ ଏକ ମାସ ମଧ୍ୟରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିସହ ରକ୍ଷଣାବେକ୍ଷଣ ନେଇ ସିଏମ୍‌ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri