Posted inଜାତୀୟ

ଧାର୍ମିକ ସ୍ବତନ୍ତ୍ରତା ଆଇନ ହେଲା କଠୋର, ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍‌-ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ଶିମଲା, ୧୩।୮ : ହିମାଚଳ ସରକାର ଧାର୍ମିକ ସ୍ବତନ୍ତ୍ରତା ଆଇନ ଅଧିନିୟମ -୨୦୧୯କୁ କଡାକଡି କରିବାକୁ ଯାଉଛନ୍ତି। ଫ୍ରିଡମ ଅଫ ରିଲିଜିୟନ ସଂଶୋଧନ ବିଲ -୨୦୨୨ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିଲା। ଶନିବାର ଏହି ବିଲ ପାରିତ ହୋଇଛି।

ଏହା ଅନ୍ତର୍ଗତ ଯଦି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗର ଲୋକମାନେ ସେମାନଙ୍କର ଧର୍ମ ପରିବର୍ତ୍ତନ କରନ୍ତି, ତେବେ ସେମାନେ କୌଣସି ପ୍ରକାରର ସଂରକ୍ଷଣ ପାଇବେ ନାହିଁ।ଏହା ବ୍ୟତୀତ, ଯଦି ସେମାନେ ଧର୍ମପରିବର୍ତ୍ତନର ବିଷୟ ଲୁଚାଇ ସଂରକ୍ଷଣ ସୁବିଧା ନିଅନ୍ତି, ତେବେ ଏପରି ପରିସ୍ଥିତିରେ ସେମାନଙ୍କୁ ତିନି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡରେଦଣ୍ଡିତ କରାଯିବ ଏବଂ ୫୦ ହଜାର ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ।

ସଂଶୋଧିତ ବିଲ ପାସ ହେବାପରେ ରାଜ୍ୟରେ ଏଣିକି ବିବାହ ସମୟରେ ଜବରଦସ୍ତ, ମିଥ୍ୟା ତଥ୍ୟ ପ୍ରଦାନ ଏବଂ ସମ୍ପ୍ରଦାୟ ସମ୍ପର୍କରେ ତଥ୍ୟ ଲୁଚାଇବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି। ସଂଶୋଧିତ ଆଇନର ବ୍ୟବସ୍ଥା ଅନୁଯାୟୀ, ବଳ ପୂର୍ବକ ଧର୍ମ ପରିବର୍ତ୍ତନ କ୍ଷେତ୍ରରେ ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କରାଯିବ। ସଂଶୋଧିତ ଆଇନର ଡ୍ରାଫ୍ଟ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଅନ୍ୟ ଧର୍ମରେ ବିବାହ କରନ୍ତି ଏବଂ ଏପରି ବିବାହ ସମୟରେ ନିଜର ମୂଳ ଧର୍ମକୁ ଲୁଚାନ୍ତି ତେବେ ତିନି ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ। ଏହି ନିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି। ଫ୍ରିଡମ ଅଫ ରିଲିଜିୟନ ଅଧିନିୟମ ଅନୁଯାୟୀ ଗ୍ରହଣ କରାଯାଇଥିବା କୌଣସି ଅଭିଯୋଗ ପୋଲିସର ସବ-ଇନ୍ସପେକ୍ଟର ପଦବୀରୁ କମ ଅଧିକାରୀଙ୍କ ଦ୍ୱାରା ଅନୁସନ୍ଧାନ କରାଯିବ ନାହିଁ। ଏହାର ଶୁଣାଣି କୋର୍ଟରେ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri