ଧର୍ମ, ରାଜନୀତି ଊର୍ଦ୍ଧ୍ୱରେ ପ୍ରକୃତି: ପାୟେଙ୍ଗ

ଭୁବନେଶ୍ୱର, ୨୫।୧୧(ବନ୍ଦନା ସେଠୀ/ଶର୍ମିଷ୍ଠା ପାଣିଗ୍ରାହୀ) : ଧର୍ମ, ରାଜନୀତି ଓ ଅର୍ଥନୀତି ସବୁଠୁୁ ଉପରେ ପ୍ରକୃତି। ତେଣୁ ପ୍ରକୃତିର ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ଧରିତ୍ରୀ ମାତାର ସୁରକ୍ଷା ହେଲେ ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି ଭାରତର ଅରଣ୍ୟ ମାନବ (ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ) ପଦ୍ମଶ୍ରୀ ଯାଦବ ପାୟେଙ୍ଗ୍‌ କହିଛନ୍ତି। ଧରିତ୍ରୀର ୫୦ବର୍ଷ ପାଳନ ଅବସରରେ ଶୁକ୍ରବାର ସ୍ଥାନୀୟ ରେଲ୍‌ଓ୍ବେ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ୟୁଥ୍‌ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ‘କ୍ଲାଇମେଟ୍‌ ଚେଞ୍ଜ୍‌: ଦି ପାଥ୍‌ ଆହେଡ୍‌’ରେ ଯୋଗଦେଇ ସେ ଏହା କହିଛନ୍ତି। ଆସାମର ଜୋର୍‌ହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀର ମଜୁଲୀ ଦ୍ୱୀପପୁଞ୍ଜରେ ଥିବା ଏକ ଚଡ଼ାକୁ ଜଙ୍ଗଲରେ କିଭଳି ପରିଣତ କରିଥିଲେ ସେ ସମ୍ପର୍କରେ କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୃକ୍ତ ଅଞ୍ଚଳରେ ସେ ମାତ୍ର କେତୋଟି ଗଛ ଲଗାଇଥିଲେ। ପରବର୍ତ୍ତୀ ସମୟରେ ୫୫୦ ହେକ୍ଟର ଜାଗାରେ ଗଛ ଲଗାଇ ତାହାକୁ ଜଙ୍ଗଲରେ ପରିଣତ କରିବାର ଯାତ୍ରା ସୁଦୀର୍ଘ ଥିଲା ବୋଲି କହିଛନ୍ତି। ଜଙ୍ଗଲ ବୃଦ୍ଧି ପାଇବା ସହ ସେଠାରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢିବାରୁ ତାଙ୍କୁ ସ୍ଥାନୀୟ ଅଧିବାସୀମାନେ ଘୋର ବିରୋଧ କରିଥିଲେ। ତୁମ ଯୋଗୁ ବାଘ, ହାତୀ, ଭାଲୁ ଆମ ଅଞ୍ଚଳରେ ପଶିଲେ ବୋଲି ଅଭିଯୋଗ ଆଣି ସେମାନେ ଗଛ କାଟିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ଗଛ କାଟିବା ଆଗରୁ ମୋତେ କାଟିଦିଅ ବୋଲି କହି ସେତେବେଳେ ସେ ଚର୍ଚ୍ଚାରେ ଆସିଥିଲେ। ଆଜି ଯେତେବେଳେ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଉପୁଜୁଛି ସେଥିରେ ଗଛର ମହତ୍ତ୍ୱ ବଢିଛି। ଭାରତର ପାଠ୍ୟକ୍ରମଗୁଡିକରେ ଧରିତ୍ରୀ ମାତାକୁ କିଭଳି ସମ୍ମାନ ଦିଆଯିବ ସେ ବିଷୟରେ ଶିକ୍ଷା ଦିଆଯାଉ ନାହିଁ ବୋଲି ପାୟେଙ୍ଗ କହିଛନ୍ତି।
ପୂର୍ବାହ୍ନରେ ଧରିତ୍ରୀ ୟୁଥ କନ୍‌କ୍ଲେଭ ଉଦ୍‌ଘାଟନ ହେବାପରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେଇ କହିଲେ, ଗତ କିଛିବର୍ଷ ହେବ ପରିବେଶ ସମସ୍ୟା ବଢ଼ି ଚାଲିଛି। ଏହାର ସୁରକ୍ଷା ନେଇ କିଛି ଯୁବପିଢ଼ି କାମ କରୁଥିବାବେଳେ ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ଧରିତ୍ରୀ’ ପକ୍ଷରୁ ‘ୟୁଥ କନ୍‌କ୍ଲେଭ’ର ଆୟୋଜନ କରାଯାଉଛି। ପରିବେଶ ସମସ୍ୟା ରୋକିବା ଦିଗରେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ତେବେ ଅଧିକରୁ ଅଧିକ ଯୁବପିଢ଼ି କିପରି ଏଥିରେ ଜଡ଼ିତ ହୋଇପାରିବେ ସେ ନେଇ ‘ଧରିତ୍ରୀ’ ସର୍ବଦା ପ୍ରଚେଷ୍ଟା କରି ଆସୁଛି। ସେହିପରି ସୁରକ୍ଷିତ ପରିବେଶ ନେଇ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ଦାୟିତ୍ୱବୋଧ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାପରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମକୁ ବକୁଳ ଫାଉଣ୍ଡେଶନର ମୁଖ୍ୟ ସୁଜିତ୍‌ ମହାପାତ୍ର ସଞ୍ଚାଳନ କରିଥିଲେ। ଏଥିରେ ‘ଡାଉନ୍‌ ଟୁ ଆର୍ଥ’ ପତ୍ରିକାର ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର, ଏନ୍‌ଭାରମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ)ର ମୁଖ୍ୟ ଅରୁଣ କ୍ରିଷ୍ଣମୂର୍ତ୍ତି, ପରିବେଶବିତ୍‌ ସ୍ନେହା ସାହି, ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇଥିଲେ। ସଞ୍ଚାଳକଙ୍କ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରିଚାର୍ଡ କହିଲେ, ଜଳବାୟୁ ପରିବର୍ତ୍ତନ ହେଉଛି ସବୁଠାରୁ ବଡ଼ ପରିବର୍ତ୍ତନ। ମାତ୍ର ଅନେକେ ଏନେଇ ସଚେତନ ନାହାନ୍ତି ବା ଜାଣିବାକୁ ଚେଷ୍ଟା କରୁନାହାନ୍ତି। ସେହିପରି ଅଧିକାଂଶ ଲୋକ ସାଧାରଣ ତାପମାତ୍ରା କ’ଣ ତାହା ମଧ୍ୟ ଜାଣି ନାହାନ୍ତି। ତେବେ ଏ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ଯୁବପିଢ଼ି ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ସଚେତନତା ବୃଦ୍ଧି କରି ପାରିବେ ବୋଲି ସେ କହିଛନ୍ତି। ଅନୁରୂପ ଭାବେ ସ୍ନେହା ସାହି ନିଜେ କିପରି ଛୋଟବେଳୁ ପରିବେଶର ସୁରକ୍ଷା ନେଇ କାମ ଆରମ୍ଭ କରିଥିଲେ ତାହା ବଖାଣି ଥିଲେ। ପ୍ରଥମେ ନିଜ ଆଖପାଖରୁ ହିଁ ପରିବର୍ତ୍ତନ ଆରମ୍ଭ କରିବା ଆବଶ୍ୟକ। ଛୋଟଛୋଟ କାମ ଧୀରେଧୀରେ ବଡ଼ ପରିବର୍ତ୍ତନକୁ ଜନ୍ମ ଦେଇଥାଏ। ବ୍ୟକ୍ତିଗତସ୍ତରରେ ପରିବର୍ତ୍ତନ ଆଣିପାରିଲେ ପରବର୍ତ୍ତୀ ସମୟରେ ତାହା ଗୋଷ୍ଠୀସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। କାର୍ଯ୍ୟକ୍ରମରେ ଅରୁଣ କ୍ରିଷ୍ଣମୂର୍ତ୍ତି କହିଥିଲେ, ଜଳବାୟୁ ପରିବର୍ତ୍ତନ ବିଷୟରେ କେବଳ କଥା ହେଲେ ହେବନାହିଁ, ତାହା କିଭଳି ଫଳପ୍ରଦ ହେବ ସେ ବିଷୟରେ ଧ୍ୟାନ ଦିଆଯିବା ଦରକାର। ନିର୍ବାଚନ ସମୟରେ ଯେଉଁ ପ୍ରାର୍ଥୀ ପରିବେଶ ପ୍ରସଙ୍ଗ ଉପସ୍ଥାପନ କରିବେ, ସେହିମାନଙ୍କୁୁ ଆଜିର ଯୁବପିଢ଼ି ଚୟନ କରିବା ଦରକାର। ତାହା ହିଁ ହେଲେ ନୀତିରେ ପରିବର୍ତ୍ତନ ଆସିବା ସହ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଚାରିଆଡ଼େ ବିପ୍ଳବର ବାତାବରଣ ଆସିପାରିବ।
ୟୁଥ୍‌ କନ୍‌କ୍ଲେଭ୍‌ ଆୟୋଜନ ସମ୍ବନ୍ଧୀୟ ଉତ୍ତରରେ ତଥାଗତ କହିଲେ, ଓଡ଼ିଶା ଏଭଳି ଏକ ରାଜ୍ୟ ଯିଏ ପ୍ରତିବର୍ଷ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହା ଲୋକଙ୍କ ଆର୍ଥିକ ଏବଂ ସାମାଜିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ସାମ୍ପ୍ରତିକ ସ୍ଥିତିକୁ ନେଇ ଉଦାହରଣ ଦେବାକୁ ଯାଇ ସେ କହିଥିଲେ, ଚଳିତ ବର୍ଷ ଦୀପାବଳିରେ ଯେଉଁଭଳି ଭାବରେ ବାଣ ଫୁଟାଗଲା ତାହାଦ୍ୱାରା ଦିଲ୍ଲୀ ପରେ ଭୁବନେଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ହୋଇଗଲା। ଏବେ ସମୟ ଆସିଛି ଯେ ଆମେ ପରିବେଶର ସୁରକ୍ଷା ନେଇ ସଚେତନ ହେବା ସହ ଏ ଦିଗରେ କାର୍ଯ୍ୟ କରିବା। ଏଭଳି ଚିନ୍ତାଧାରା ରଖି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଯେଉଁମାନେ ପରିବେଶ ଦିଗରେ କାମ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୟୁଥ୍‌ କନ୍‌କ୍ଲେଭ ଆୟୋଜନ କରାଯାଉଛି। ‘ଧରିତ୍ରୀ’ ପକ୍ଷରୁ ପରିତ୍ୟକ୍ତ ହୋଇ ପଡ଼ିଥିବା ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି।  ନିକଟରେ ଖୋର୍ଦ୍ଧା ଜିଲାର ଏକ ଜଳାଶୟର ପୁନରୁଦ୍ଧାର କରାଯାଇଛି। ଆଗକୁ ରାଜ୍ୟର ଆହୁରି ୭ଟି ଜଳାଶୟକୁ ନେଇ କାମ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏ ଦିଗରେ ଅରୁଣ କ୍ରିଷ୍ଣମୂର୍ତ୍ତିଙ୍କ ଫାଉଣ୍ଡେଶନକୁ ‘ଧରିତ୍ରୀ’ ସହଯୋଗର ହାତ ବଢ଼ାଇ ଏଭଳି ପଦକ୍ଷେପ ନେଇଛି ବୋଲି ତଥାଗତ କହିଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ଅଭିନେତା ତଥା ୟୁଥ୍‌ ଆଇକନ୍‌ ସୋନୁ ସୁଦ୍‌। ସେ କୋଭିଡ୍‌ ସମୟର ଅନୁଭୂତି ବର୍ଣ୍ଣନା କରି କହିଥିଲେ, ତାଙ୍କର ଧାରଣା ଥିଲା ଜୀବନ ହେଉଛି ଲାଇଟ୍‌, କ୍ୟାମେରା ଓ ଆକ୍ସନ। ମାତ୍ର ଜୀବନ ଯେ କେବଳ ଆକ୍ସନ ତାହା ସେ କୋଭିଡ୍‌ବେଳେ ବୁଝିଥିଲେ। ସେହି ସମୟରେ ଅସହାୟରେ ପଡିଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରି ସେ ଯେଉଁ ଆତ୍ମସନ୍ତୋଷ ଲାଭ କରିଥିଲେ ତାହା ତାଙ୍କୁ ବାସ୍ତବରେ ଜୀବନ କ’ଣ ତାହା ଜଣାଇ ଦେଇଥିଲା। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ମା’ଙ୍କ ଠାରୁ ପ୍ରେରଣା ପାଇଥିବା କହିଥିଲେ। ଏହାପରେ ସେ ଯୁବପିଢ଼ିଙ୍କୁ ତାଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ’ ଓ ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ଫତେହ୍‌’ର ଡାଏଲଗ୍‌ କହି ଶୁଣାଇଥିଲେ। ଉପସ୍ଥିତ ଯୁବପିଢ଼ିଙ୍କୁ ତାଙ୍କ ଡାଏଲଗ୍‌ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ସେ ଯୁବପିଢ଼ିଙ୍କ ସହ ମତବିନିମୟ କରିଥିଲେ।
ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ‘ସାଥୀ ପରିବାର’, ‘ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟ’, ‘ଆହ୍ବାନ ଫାଉଣ୍ଡେଶନ୍‌’ ଏବଂ ବ୍ୟକ୍ତିଗତ ସ୍ତରରେ ଚନ୍ଦନ ପଣ୍ଡା ଓ ରାଜେନ୍ଦ୍ର ମହାଳିକଙ୍କୁ ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ଉତ୍ତରୀୟ ଓ ଫଳକ ଦିଆଯାଇଥିଲା। ସେହିପରି ‘ସାତ୍ତ୍ୱିକ ସୋଲ୍‌’କୁ ‘ୟୁଥ୍‌ ଆକ୍ସନ ଆୱାର୍ଡ’ ଦିଆଯାଇଛି।
ଅପରାହ୍ନ ଅଧିବେଶନରେ ୩ଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‌ ଓ ତାଙ୍କ ସାଥୀମାନେ ପରିବେଶ ଆଧାରିତ ‘ଓ୍ବାନ୍‌ସଙ୍ଗ୍‌’, ‘ଗଙ୍ଗା’, ‘ସାଇନ୍‌ ଇୟୋର ଲାଇଟ୍‌’, ‘କୁଦ୍‌ରତ୍‌’ ଆଦି ସଙ୍ଗୀତ ପରିବେଷଣ କରିଥିଲେ। ୟୁଥ୍‌ କନ୍‌କ୍ଲେଭ୍‌କୁ ଏମଜିଏମ୍‌ ମିନେରାଲ୍ସ ଲିମିଟେଡ୍‌, ଖିମ୍‌ଜୀ, ଓଏଚ୍‌ପିସି, ଓଡ଼ିଶା ପର୍ଯ୍ୟଟନ ବିଭାଗ, ଇଣ୍ଡିଆନ ଅଏଲ ଏବଂ ବେଦାନ୍ତ ସ୍ପନସର କରିଥିବାବେଳେ ବକୁଳ ଫାଉଣ୍ଡେଶନ ପାର୍ଟନର ଏବଂ ‘ଓଡ଼ିଶା ପୋଷ୍ଟ’ ମିଡିଆ ପାର୍ଟନର ରହିଥିଲା। କାର୍ଯ୍ୟକ୍ରମକୁ ଶୋଭ୍‌ନା ମିଶ୍ର ସଂଯୋଜନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri