ଧର୍ମ ଓ ବିଜ୍ଞାନ

ଉମାଶଙ୍କର ପ୍ରସାଦ

 

ଧର୍ମ ଓ ବିଜ୍ଞାନ ଉଭୟେ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ। ଉଭୟଙ୍କର ଉଦ୍ଦେଶ୍ୟ ମଣିଷ ତଥା ସମାଜକୁ ମଙ୍ଗଳମୟ କରି ଗଢ଼ିବା। ଧର୍ମ ମଣିଷର ଅନ୍ତର୍ନିହିତ ଚିତ୍‌ ଶକ୍ତିକୁ ଜାଗ୍ରତ କରେ, ମଣିଷକୁ ଆନନ୍ଦ ଦିଏ। ମାତ୍ର ବିଜ୍ଞାନ ମଣିଷର ଭୌତ୍ତିକ ଆନନ୍ଦ ବିଧାନ କରେ। ବିଜ୍ଞାନ ଅର୍ବାଚୀନ। ଧର୍ମ ସୁପ୍ରାଚୀନ। ବିଜ୍ଞାନର ସୃଷ୍ଟି ଷୋଡ଼ଶ ଶତାବ୍ଦୀରୁ ମାତ୍ର ଧର୍ମ ମଣିଷ ଜାତିର ବିକାଶର ଆଦିକାଳରୁ। ଆଜି ସେହି ଧର୍ମ ଅବହେଳିତ ହୋଇଥିଲା ବେଳେ ବିଜ୍ଞାନ ଜଡ଼ବାଦୀ ମଣିଷମାନଙ୍କର ଏକାନ୍ତ କାମ୍ୟ ହୋଇଛି। ଧର୍ମର ଦୁର୍ଗତି ହୋଇଥିବା ବେଳେ ବିଜ୍ଞାନ ବଳୀୟାନ ହୋଇଛି। ଜୀବନର ପୂର୍ଣ୍ଣତା ପାଇଁ ଧର୍ମ ଓ ବିଜ୍ଞାନର ସମନ୍ବୟ ହେବା ଏକାନ୍ତ ଆବଶ୍ୟକ। ଗୋଟିଏ ମଣିଷକୁ ଭୌତ୍ତିକ ବିଳାସ ଦେଇଥିଲା ବେଳେ ଅନ୍ୟଟି ପ୍ରଦାନ କରିଥାଏ ଦୟା, ସ୍ନେହ ଓ ମମତା । ବିଜ୍ଞାନ ଓ ଧର୍ମର ପରିସର ସ୍ବତନ୍ତ୍ର। ବିଜ୍ଞାନ ପରୀକ୍ଷିତ ହୁଏ ବିଜ୍ଞାନାଗାରରେ। ଏକ ନିର୍ଦ୍ଦିଷ୍ଟ ବସ୍ତୁ ମଧ୍ୟରୁ କୌଣସି ବିଷୟକୁ ଗଭୀର ଭାବେ ପରୀକ୍ଷା କରାଯାଏ ଏବଂ ପରେ ସେହି ପରୀକ୍ଷାରୁ ପ୍ରକୃତିର ନିୟମ ବାହାର କରାଯାଇଥାଏ। ଯେଉଁଠି ପରୀକ୍ଷା ବିଫଳ ହୋଇଥାଏ ସେଠାରେ ବିଶ୍ୱାସ ମଧ୍ୟ ଅସ୍ତିତ୍ୱ ହରାଇଥାଏ। ପରୀକ୍ଷାଗାରର ବାହାରେ ଅନ୍ୟ କୌଣସି ବିଷୟକୁ ସେ ମାନିବାକୁ ପ୍ରସ୍ତୁତ ନୁହେଁ। ମାତ୍ର ଧର୍ମର ପରିସର ସମ୍ପୂର୍ଣ୍ଣ ଭିନ୍ନ। ଧର୍ମର ବିଶ୍ୱାସ ଭଗବାନଙ୍କଠାରେ। ସେ ତାଙ୍କୁ ସର୍ବଶକ୍ତିମାନ୍‌, ସର୍ବବିଦ୍ୟମାନ୍‌ ଓ ସର୍ବଜ୍ଞ କର୍ତ୍ତା ଭାବେ ମାନିଥାଏ। ଧର୍ମର ପରୀକ୍ଷାଗାର ମଣିଷର ହୃଦୟ ଭିତରେ। ମନକୁ ସେ ଦୃଢ଼କରି ହୃଦ୍‌ ପରୀକ୍ଷାଗାରରେ ସୃଷ୍ଟିର ସତ୍ୟକୁ ପରୀକ୍ଷା କରେ।
ବିଜ୍ଞାନ କହେ ଧର୍ମ ହେଉଛି ଏକ ଅନ୍ଧବିଶ୍ୱାସ। ଏଥିରେ ବାସ୍ତବର ସ୍ଥାନ ନାହିଁ। ଏହା ସମ୍ପୂର୍ଣ୍ଣ କାଳ୍ପନିକ, ଯାହା ମଣିଷକୁ ଭୀରୁ କରିଥାଏ। ସେ ଭୟ କରିଥାଏ ଏକ ଅଦୃଶ୍ୟ ଶକ୍ତିକୁ। ଅନ୍ୟପକ୍ଷରେ ଧର୍ମ ବିଜ୍ଞାନକୁ କହିଥାଏ ଏ ଜଗତ ହେଉଛି ଈଶ୍ୱରଙ୍କ ଲୀଳାସ୍ଥଳୀ। ଏ ଜଗତରେ ସତ୍ୟ, ଶିବ, ସୁନ୍ଦର ଭଗବାନ୍‌ ପୂରି ରହିଛନ୍ତି। ବିଜ୍ଞାନ ଏହି ସତ୍ୟ, ଶିବ, ସୁନ୍ଦର ଜଗତକୁ ଧ୍ୱଂସ କରୁଛି। ବିଜ୍ଞାନ ତା’ର ପରିସର ମଧ୍ୟରେ ସୀମାବଦ୍ଧ ମାତ୍ର ଧର୍ମ ଅନନ୍ତ ଓ ଅସୀମ। ଅସୀମର ମହାଭାବ ପ୍ରଚାର କରେ ଧର୍ମ। ଏଥିପାଇଁ ବିଜ୍ଞାନର ବାରମ୍ବାର ଆକ୍ରମଣ ସତ୍ତ୍ୱେ ଧର୍ମ ରହିଛି ଜନମାନସରେ।
ଧର୍ମ ଚିରନ୍ତନ, ଶାଶ୍ୱତ ଏବଂ ସନାତନ। ଧର୍ମ ଶାଶ୍ୱତର କଥା କହିଥାଏ। ଭଗବାନ୍‌ଙ୍କ ସହିତ ବ୍ୟକ୍ତିର ସମନ୍ବୟକୁ ଧର୍ମ ଶେଷ ବୋଲି କହିଥାଏ। ମାତ୍ର ବିଜ୍ଞାନ କୌଣସି କଥାକୁ ଶେଷ ବୋଲି ମାନେନାହିଁ। ବିଜ୍ଞାନାଗାରରେ ଯାହା ପରୀକ୍ଷା କରି ସେ ଯେଉଁ ସତ୍ୟରେ ଉପନୀତ ହୋଇଥାଏ ତାହା ମଧ୍ୟ ଦିନେ ଅସତ୍ୟରେ ପରିଣତ ହୋଇଯାଇଥାଏ। ଧର୍ମ ଶାଶ୍ୱତ ସତ୍ୟର ବାଣୀ ପ୍ରଚାର କରେ, ମାତ୍ର ବିଜ୍ଞାନ ଶାଶ୍ୱତ କଥା କହି ନ ଥାଏ। ଧର୍ମ କହିଥାଏ ଅପାର୍ଥତ୍ବ ଜଗତର ଅସୀମ କଥା, ମାତ୍ର ବିଜ୍ଞାନ କହେ ସସୀମ ହିଁ ମଧୁର ଏବଂ ରମଣୀୟ। ବିଜ୍ଞାନ ସ୍ଥୂଳଦୃଷ୍ଟିର ପରିଚୟ ଦେଇଥିଲା ବେଳେ ଧର୍ମ ଦିବ୍ୟଦୃଷ୍ଟିର ରହସ୍ୟ କହିଥାଏ।
ମଣିଷର ଅଛି ଆତ୍ମା । ତା’ର ଦେହ ଯେପରି ସତ୍ୟ, ଆତ୍ମା ମଧ୍ୟ ସେହିପରି ସତ୍ୟ। ଦେହ ପାଇଁ ଯେପରି ଖାଦ୍ୟପେୟ, ବସ୍ତ୍ର ଓ ବାସର ଦରକାର ପଡ଼େ ଠିକ୍‌ ସେଭଳି ଆତ୍ମାର ଆନନ୍ଦ ପାଇଁ ଭଗବତ୍‌ପ୍ରାପ୍ତିର ନିତାନ୍ତ ଆବଶ୍ୟକ। ତେଣୁ ଧର୍ମ ଓ ବିଜ୍ଞାନ ପରସ୍ପର ବିରୁଦ୍ଧ ହେଇ ନ ପାରନ୍ତି। ଧର୍ମ ହିଁ ସତ୍ୟ ଓ ଶାଶ୍ୱତ। ବିଜ୍ଞାନ ମଧ୍ୟ ସତ୍ୟ ଏବଂ ମଙ୍ଗଳପ୍ରଦ। ବିଜ୍ଞାନ ଦେଇଥାଏ ବଞ୍ଚତ୍ବା ପାଇଁ ଉପାଦାନ, ବିଳାସ ପାଇଁ ଅଭିନବ ପଦାର୍ଥ ମାତ୍ର ଧର୍ମ ଦେଇଥାଏ ଆଧ୍ୟାତ୍ମିକ ଆନନ୍ଦ।
ଧର୍ମଭାବ ସଞ୍ଚରିତ ହେଲେ ବିଜ୍ଞାନ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ ହୋଇଥାଏ। ଆଧୁନିକ ବିଜ୍ଞାନ ମଣିଷର ମଙ୍ଗଳ ପାଇଁ ବିନିଯୁକ୍ତ ହେଉଛି। ସାମ୍ପ୍ରତିକ ସମୟରେ ସୂର୍ଯ୍ୟ ଓ ନକ୍ଷତ୍ରମାନଙ୍କର ପ୍ରଚଣ୍ଡ ଜ୍ୟୋତି ସମ୍ବନ୍ଧରେ ବିଜ୍ଞାନ ଯାହା ଗବେଷଣା କରି ଦେଖାଇପାରିଛି ତାହା ଗୀତାରେ ଭଗବାନଙ୍କ ବିଶ୍ୱରୂପ ଦର୍ଶନ ବେଳେ ମଧ୍ୟ ବର୍ଣ୍ଣିତ ହୋଇଛି। ଅତଏବ ଗୀତା ମଧ୍ୟ ଆଧୁନିକ ବିଜ୍ଞାନ ଭଳି ବହୁ ଉପାଦାନ ପ୍ରଦାନ କରିଥାଏ। ବିଜ୍ଞାନ ଓ ଧର୍ମ ଉଭୟଙ୍କର ସମନ୍ବୟରେ ଜୀବନ ମଙ୍ଗଳମୟ ହୋଇଥାଏ। ଧର୍ମ ବାସ୍ତବ ଜଗତ ବାହାରେ ଆଉ ଏକ ଅଲୌକିକ ଜଗତର କଳ୍ପନା କରିଥାଏ ମାତ୍ର ବିଜ୍ଞାନ ବାସ୍ତବ ଜଗତକୁ ଛାଡ଼ି ଆଉ କିଛି କଳ୍ପନା କରିପାରେନାହିଁ।
ସମ୍ପାଦକ, ମାର୍ଗଦର୍ଶୀ
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri