ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି

ନୂଆଦିଲ୍ଲୀ,୨୨।୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲର ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ତା’ର ଅଭିବୃଦ୍ଧି ଧାରା ଜାରି ରଖିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା କମ୍ପାନୀ ମୋଟ ୬୭,୬୨୩ କୋଟି ଟଙ୍କା ରାଜସ୍ବ ଆଦାୟ କରିଛି, ଯାହା ପୂର୍ବ ବର୍ଷ ଏହି ସମାନ ଅବଧି ତୁଳନାରେ ୧୭% ଅଧିକ ରହିଛି। ଉକ୍ତ ବ୍ୟବସାୟରୁ ଟିକସ ପୂର୍ବ ଆୟ (ଇବିଆଇଟିଡିଏ) ୪,୭୭୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ବର୍ଷର ସାମନ ଅବଧି ତୁଳନାରେ ୨୫% ଅଧିକ ବୋଲି କୁହାଯାଉଛି। ସେହିଭଳି ଏହା ୩ୟ ତ୍ରୈମାସରେ ସମସ୍ତ ଉପଭୋକ୍ତା ଆହରଣ ବିଭାଗରେ ଲଗାତର ଅଭିବୃଦ୍ଧି ହାସଲ କରିଥିଲାବେଳେ ତେଜରାତି ସାମଗ୍ରୀ ବ୍ୟବସାୟ ଅଭିବୃଦ୍ଧି ପୂର୍ବ ବର୍ଷର ତ୍ରୈମାସ ତୁଳନାରେ ୬୫%, ଫାଶନ ଓ ଲାଇଫଷ୍ଟାଇଲ ବ୍ୟବସାୟ ୧୩% ଏବଂ ଇଲେକ୍‌ଟ୍ରୋନିକ୍ସ ଉପକରଣକୁ ବାଦ୍‌ ଦେଇ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବସାୟିକ ଅଭିବୃଦ୍ଧି ୪୫% ହୋଇଛି। ଏହି ତ୍ରୈମାସରେ ରିଲାଏନ୍ସ ରିଟେଲ ୨୪୦୦ କୋଟି ଟଙ୍କା ନେଟ୍‌ ଲାଭ ହାସଲ କରିଥିବା ଜଣାପଡ଼ିଛି। ଏହି ତ୍ରୈମାସରେ ରିଲାଏନ୍ସ ରିଟେଲ ୭୮୯ ଟି ନୂଆ ଷ୍ଟୋର ଖୋଲିବା ସହ ତା’ର ଷ୍ଟୋର ଉପସ୍ଥିତିକୁ ପରିବ୍ୟାପ୍ତ କରାଇଛି ଏବଂ ୬ ନିୟୁତ ବର୍ଗଫୁଟ୍‌ ନୂଆ ଯୋଗ କରିବା ସହ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ ଶେଷ ସୁଦ୍ଧା ମୋଟ ଷ୍ଟୋର ସଂଖ୍ୟା ୧୭,୨୨୫ରେ ପହଞ୍ଚତ୍ଛି ଏବଂ ଏହା ମୋଟ ୬୦.୨ନିୟୁତ ବର୍ଗଫୁଟ ଅଞ୍ଚଳରେ ରହିଛି। ଏହାର ଲୋକଶକ୍ତି ୪,୧୮,୦୦୦ ରୁ ଅଧିକ ରହିଥିବାବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମଚାରୀଙ୍କୁ ଅଧିକ କୁଶଳତା ଶିକ୍ଷା ଦେବା ରିଲାଏନ୍ସ ରିଟେଲର ସମାବେଶୀ ଅଭିବୃଦ୍ଧି ଲକ୍ଷ୍ୟରେ ମୁଖ୍ୟ ସ୍ଥାନ ହୋଇ ରହିଛି। ରିଲାଏନ୍ସ ରିଟେଲ ଏହି ତ୍ରୈମାସରେ ଏହାର ବିବିଧ ଏ ସମ୍ପର୍କରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି, ଗ୍ରୁପ୍‌ର ରିଟେଲ ବ୍ୟବସାୟରେ ଆଉ ଏକ ତ୍ରୈମାସରେ ମଜଭୁତ ଅଗ୍ରଗତି ପରିଲକ୍ଷିତ ହୋଇଛି। ଏପରିକି ଅଧିକରୁ ଅଧିକ ଭାରତୀୟ ଗ୍ରାହକ ରିଲାଏନ୍ସ ରିଟେଲ ଷ୍ଟୋରରେ କିଣାକିଣିକୁ ପସନ୍ଦ କରୁଛନ୍ତି। ବିଶେଷକରି ଆମେ ଗ୍ରାହକଙ୍କୁ ଉନ୍ନତର ଉପତ୍ାଦ ଓ ମୂଲ୍ୟ ଯୋଗାଇଦେବା ସହ ଲାଭ ଉପାର୍ଜନରେ ବୃଦ୍ଧି ଘଟାଇବା ଉପରେ ଦୃଷ୍ଟି ନିବଦ୍ଧ କରୁଛୁ ବୋଲି ମୁକେଶ ମତପ୍ରକାଶ କରିଛନ୍ତି। ସେହିଭଳି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ଏକଜିକ୍ୟୁଟିଭ ଡାଇରେକ୍ଟର ଈଶା ଏମ୍‌ ଅମ୍ବାନୀ କହିଛନ୍ତି, ଆଲୋଚ୍ୟ ତ୍ରୈମାସରେ ଆମର ପ୍ରଦର୍ଶନ ଆମ ବ୍ୟବସାୟ ମଡେଲର ମଜଭୁତପଣ ଏବଂ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି, ଯାହା ଆମକୁ ସବୁ ସମୟରେ ଆମ ଗ୍ରାହକମାନଙ୍କୁ ସେବା ଯୋଗାଇଦେବାକୁ ସମର୍ଥ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri