ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି

ନୂଆଦିଲ୍ଲୀ,୨୨।୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲର ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ତା’ର ଅଭିବୃଦ୍ଧି ଧାରା ଜାରି ରଖିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା କମ୍ପାନୀ ମୋଟ ୬୭,୬୨୩ କୋଟି ଟଙ୍କା ରାଜସ୍ବ ଆଦାୟ କରିଛି, ଯାହା ପୂର୍ବ ବର୍ଷ ଏହି ସମାନ ଅବଧି ତୁଳନାରେ ୧୭% ଅଧିକ ରହିଛି। ଉକ୍ତ ବ୍ୟବସାୟରୁ ଟିକସ ପୂର୍ବ ଆୟ (ଇବିଆଇଟିଡିଏ) ୪,୭୭୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ବର୍ଷର ସାମନ ଅବଧି ତୁଳନାରେ ୨୫% ଅଧିକ ବୋଲି କୁହାଯାଉଛି। ସେହିଭଳି ଏହା ୩ୟ ତ୍ରୈମାସରେ ସମସ୍ତ ଉପଭୋକ୍ତା ଆହରଣ ବିଭାଗରେ ଲଗାତର ଅଭିବୃଦ୍ଧି ହାସଲ କରିଥିଲାବେଳେ ତେଜରାତି ସାମଗ୍ରୀ ବ୍ୟବସାୟ ଅଭିବୃଦ୍ଧି ପୂର୍ବ ବର୍ଷର ତ୍ରୈମାସ ତୁଳନାରେ ୬୫%, ଫାଶନ ଓ ଲାଇଫଷ୍ଟାଇଲ ବ୍ୟବସାୟ ୧୩% ଏବଂ ଇଲେକ୍‌ଟ୍ରୋନିକ୍ସ ଉପକରଣକୁ ବାଦ୍‌ ଦେଇ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବସାୟିକ ଅଭିବୃଦ୍ଧି ୪୫% ହୋଇଛି। ଏହି ତ୍ରୈମାସରେ ରିଲାଏନ୍ସ ରିଟେଲ ୨୪୦୦ କୋଟି ଟଙ୍କା ନେଟ୍‌ ଲାଭ ହାସଲ କରିଥିବା ଜଣାପଡ଼ିଛି। ଏହି ତ୍ରୈମାସରେ ରିଲାଏନ୍ସ ରିଟେଲ ୭୮୯ ଟି ନୂଆ ଷ୍ଟୋର ଖୋଲିବା ସହ ତା’ର ଷ୍ଟୋର ଉପସ୍ଥିତିକୁ ପରିବ୍ୟାପ୍ତ କରାଇଛି ଏବଂ ୬ ନିୟୁତ ବର୍ଗଫୁଟ୍‌ ନୂଆ ଯୋଗ କରିବା ସହ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ ଶେଷ ସୁଦ୍ଧା ମୋଟ ଷ୍ଟୋର ସଂଖ୍ୟା ୧୭,୨୨୫ରେ ପହଞ୍ଚତ୍ଛି ଏବଂ ଏହା ମୋଟ ୬୦.୨ନିୟୁତ ବର୍ଗଫୁଟ ଅଞ୍ଚଳରେ ରହିଛି। ଏହାର ଲୋକଶକ୍ତି ୪,୧୮,୦୦୦ ରୁ ଅଧିକ ରହିଥିବାବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମଚାରୀଙ୍କୁ ଅଧିକ କୁଶଳତା ଶିକ୍ଷା ଦେବା ରିଲାଏନ୍ସ ରିଟେଲର ସମାବେଶୀ ଅଭିବୃଦ୍ଧି ଲକ୍ଷ୍ୟରେ ମୁଖ୍ୟ ସ୍ଥାନ ହୋଇ ରହିଛି। ରିଲାଏନ୍ସ ରିଟେଲ ଏହି ତ୍ରୈମାସରେ ଏହାର ବିବିଧ ଏ ସମ୍ପର୍କରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି, ଗ୍ରୁପ୍‌ର ରିଟେଲ ବ୍ୟବସାୟରେ ଆଉ ଏକ ତ୍ରୈମାସରେ ମଜଭୁତ ଅଗ୍ରଗତି ପରିଲକ୍ଷିତ ହୋଇଛି। ଏପରିକି ଅଧିକରୁ ଅଧିକ ଭାରତୀୟ ଗ୍ରାହକ ରିଲାଏନ୍ସ ରିଟେଲ ଷ୍ଟୋରରେ କିଣାକିଣିକୁ ପସନ୍ଦ କରୁଛନ୍ତି। ବିଶେଷକରି ଆମେ ଗ୍ରାହକଙ୍କୁ ଉନ୍ନତର ଉପତ୍ାଦ ଓ ମୂଲ୍ୟ ଯୋଗାଇଦେବା ସହ ଲାଭ ଉପାର୍ଜନରେ ବୃଦ୍ଧି ଘଟାଇବା ଉପରେ ଦୃଷ୍ଟି ନିବଦ୍ଧ କରୁଛୁ ବୋଲି ମୁକେଶ ମତପ୍ରକାଶ କରିଛନ୍ତି। ସେହିଭଳି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ଏକଜିକ୍ୟୁଟିଭ ଡାଇରେକ୍ଟର ଈଶା ଏମ୍‌ ଅମ୍ବାନୀ କହିଛନ୍ତି, ଆଲୋଚ୍ୟ ତ୍ରୈମାସରେ ଆମର ପ୍ରଦର୍ଶନ ଆମ ବ୍ୟବସାୟ ମଡେଲର ମଜଭୁତପଣ ଏବଂ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି, ଯାହା ଆମକୁ ସବୁ ସମୟରେ ଆମ ଗ୍ରାହକମାନଙ୍କୁ ସେବା ଯୋଗାଇଦେବାକୁ ସମର୍ଥ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri