ଟାଟା ଷ୍ଟିଲ୍‌ ମାଇନିଂର ଇ-ସେଲ୍ସ ପୋର୍ଟାଲ ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୧: ଟାଟା ଷ୍ଟିଲ୍‌ ମାଇନିଂ କମ୍ପାନୀ ପକ୍ଷରୁ ଫେରୋ ଆଲଏଜ ଏବଂ ଖଣିଜ ସମ୍ପଦ ଅନ୍‌ଲାଇନରେ ବିକ୍ରୟ ପାଇଁ ଇ-ସେଲ୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ବରସ୍ଥିତ ଟାଟା ଷ୍ଟିଲ ମାଇନିଂର କର୍ପୋରେଟ୍‌ ଅଫିସ୍‌ରେ ଶନିବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଅଧ୍ୟକ୍ଷ ଡି. ବି. ସୁନ୍ଦରା ରାମମ୍‌, ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପୋର୍ଟାଲ୍‌କୁ ଲୋକାର୍ପଣ କରାଯାଇଛି। ଏହା କ୍ଲାଉଡ୍‌ ଆଧାରିତ ହୋଇଥିବାବେଳେ ତାହା ଟାଟା ଷ୍ଟିଲ୍‌ ମାଇନିଂର ଗ୍ରାହକଙ୍କୁ ସୂଚନା ସଂଗ୍ରହ, ଅର୍ଡର ଫାଇନାଲ କରିବା ଏବଂ ରିୟଲ ଟାଇମ୍‌ ଆଧାରରେ ଅର୍ଡର ଟ୍ରାକ୍‌ କରିବାରେ ସହାୟକ ହେବ। ଏହି ଅବସରରେ ଡି. ବି. ସୁନ୍ଦରା ରାମମ୍‌ କହିଛନ୍ତି, ‘ଏହା ଏକ ଉତ୍ତମ ପଦକ୍ଷେପ, ଯାହା ଆମ ଗ୍ରାହକଙ୍କ ପାଇଁ ଏକ ଯୋଗାଣ ଶୃଙ୍ଖଳ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି। ଆମ ଉତ୍ପାଦ ବିକ୍ରି କରିବା ପଦ୍ଧତିରେ ଏହି ପୋର୍ଟାଲ୍‌ କ୍ରାନ୍ତି ଆଣିବା ସହ ଖଣିଜ ଏବଂ ଫେରୋ ଆଲଏଜ ଶିଳ୍ପରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବ।’ କମ୍ପାନୀର ବ୍ୟବସାୟିକ ଟିମ୍‌ ପକ୍ଷରୁ ବରିଷ୍ଠ ମହାପ୍ରବନ୍ଧକ ରାଜଶ୍ରୀ ପାଲିତଙ୍କ ନେତୃତ୍ୱରେ ଟିଏସ୍‌ଏମ୍‌ଏଲ୍‌ ଇ-ସେଲ୍‌ ପୋର୍ଟାଲ୍‌ ପ୍ରସ୍ତୁତ କରାଯାଇଛି। କମ୍ପାନୀର ଆଇଟି ଟିମ୍‌ ବୈଷୟିକ ସହାୟତା ଯୋଗାଇ ଦେଉଥିବାବେଳେ ଟାଟା ଗ୍ରୁପ୍‌ କମ୍ପାନୀ ମେଟାଲ୍‌ ଜଙ୍କସନ୍‌ ଦ୍ୱାରା ପୋର୍ଟାଲ୍‌କୁ ବିକଶିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

ମହଙ୍ଗା ମାଡ଼! ବଢ଼ିଲା ଅମୂଲ କ୍ଷୀର ଦାମ୍, ଲିଟର ପିଛା….

ନୂଆଦିଲ୍ଲୀ,୧୩ା୫: ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀରର ମୂଲ୍ୟ ପ୍ରତି ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri