ଆବ୍ରାହମ୍‌ ଆଣ୍ଡ ଠାକୋରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିବେଶ

ମୁମ୍ବାଇ,୧୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆବ୍ରାହମ୍‌ ଆଣ୍ଡ ଠାକୋର ଏକ୍ସପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଂଶଧନ ପାଇଁ ନିବେଶ କରାଯାଇଛି। ଆର୍‌ଆର୍‌ଭିଏଲ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ବ୍ରାଣ୍ଡ୍‌ସ୍‌ ଲିମିଟେଡ୍‌ (ଆର୍‌ବିଏଲ୍‌) ପ୍ରିମିୟମ ବର୍ଗର ଗ୍ରାହକଙ୍କୁ ଯେଉଁଭଳି ଗଭୀର ଭାବେ ବୁଝିଛି ଓ ଡିଜିଟାଲ, ରିଟେଲ ପରିଚାଳନା, ମାର୍କେଟିଂ ଓ ଯୋଗାଣ ଶୃଙ୍ଖଳ ପ୍ଲାଟ୍‌ଫର୍ମ ଆଦିରେ ରହିଥିବା ଶକ୍ତିକୁ ନେଇ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ବର୍ଗରେ ଆବ୍ରାହମ୍‌ ଆଣ୍ଡ ଠାକୋର ବ୍ରାଣ୍ଡ୍‌କୁ ବିଶ୍ୱସ୍ତରୀୟ ଭାବେ ଗଢ଼ିତୋଳିବ ବୋଲି କୁହାଯାଉଛି। ଭାରତୀୟ ବୟନକୁ ବ୍ୟାଖ୍ୟାକରି ଏଆଣ୍ଡଟି ଲାଉଞ୍ଜ ଓୟାର ଓ ହୋମ୍‌ କଲେକ୍ସସନରୁ ଆରମ୍ଭ କରିଥିଲା ଯାହା ପ୍ରଥମେ ଲଣ୍ଡନର ଦିକନରାନ୍‌ ଶପ୍‌ରେ ବିକ୍ରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଲୋକପ୍ରିୟତା ହାସଲ ସହ ବିଶ୍ୱସ୍ତରୀୟ ଷ୍ଟୋର ଯଥା ଲିବର୍ଟି, ବ୍ରାଉନ୍ସ, ହାରୋଡସ୍‌ ଓ ସେଲଫ୍ରିଜ୍ସ ଆଦିରେ ଉପଲବ୍ଧ ହୋଇଥିଲା। ଦୀର୍ଘ ୧୫ ବର୍ଷ ହେବ ମୁଖ୍ୟତଃ ଆନ୍ତର୍ଜାତିକ ଷ୍ଟୋରଗୁଡ଼ିକରେ ଖୁଚୁରା ଭାବେ ଏହା ବିକ୍ରିହେବା ପରେ ସେମାନଙ୍କ ପ୍ରଥମ ଫ୍ୟାଶନ ଶୋ’ ଉପସ୍ଥାପନ କରାଯାଇଥିଲା। ପରିଶେଷରେ ଏହି ବ୍ରାଣ୍ଡ ଭାରତ ଆସିଥିଲା। ଫ୍ୟାଶନର ସାଂସ୍କୃତିକ ଗଠନକୁ ଭଲ ଭାବେ ବୁଝିବାର ଦର୍ଶନ ସହିତ ଏହି ବ୍ରାଣ୍ଡ ଦୃଢ଼ ଭାବେ ଯୋଡ଼ି ହୋଇରହିଛି। ଏ ସମ୍ପର୍କରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି, ଆବ୍ରାହମ୍‌ ଆଣ୍ଡ ଠାକୋର ପକ୍ଷରୁ ପାରମ୍ପରିକ ବୟନ ପଦ୍ଧତିରେ ଉପକରଣ ଓ ସତେଜ ଭାବନାର ଚମତ୍କାର ବ୍ୟବହାରରେ ବ୍ରାଣ୍ଡ ପାଇଁ ଉଚ୍ଚମାନର ନିର୍ଦ୍ଦିଷ୍ଟ ଡିଜାଇନ ସିଗ୍ନେଚର ତିଆରି କରାଯାଇଛି। ଭାରତୀୟ ଲକ୍‌ଜୁରି ଗ୍ରାହକଙ୍କ ଉପଯୋଗିତାରେ ଏକ ପିଢ଼ିର ପରିବର୍ତ୍ତନ ହେଉଥିବା ବେଳେ ଆବ୍ରାହମ୍‌ ଆଣ୍ଡ ଠାକୋରର ଅସୀମ ଡିଜାଇନକୁ ବେଶ୍‌ ପସନ୍ଦ କରାଯାଉଛି। ଆମେ ଭାରତୀୟ କାରିଗରିର ସ୍ବତନ୍ତ୍ର ପରିପ୍ରକାଶକୁ ବିଶ୍ୱସ୍ତରରେ ଥିବା ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଏହି ବ୍ରାଣ୍ଡ୍‌ ସହ ସ୍ଥାପନ କରିଥିବା ସହଯୋଗିତାକୁ ନେଇ ବେଶ୍‌ ଉତ୍ସାହିତ ରହିଛୁ ବୋଲି ଇଶା ମତବ୍ୟକ୍ତ କରିଛନ୍ତି। ସେହିଭଳି ଡେଭିଡ୍‌ ଆବ୍ରାହମ୍‌ କହିଛନ୍ତି, ଭାରତର ଲକ୍‌ଜୁରି ଦୃଶ୍ୟପଟରେ ପୁନର୍ବିନ୍ୟାସ ଘଟାଇଥିବା କମ୍ପାନୀ ଆର୍‌ଆର୍‌ଭିଏଲ୍‌ ସହିତ ସହଯୋଗିତା ସ୍ଥାପନକରି ଆବ୍ରାହମ୍‌ ଆଣ୍ଡ ଠାକୋର ବେଶ୍‌ ଉତ୍ସାହିତ। ଏହି ସହଯୋଗିତା ଜରିଆରେ ଆମେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ବଢ଼ାଇବୁ ଏବଂ ଉଭୟ ଫ୍ୟାଶନ ଓ ଲାଇଫଷ୍ଟାଇଲ୍‌ କଲେକ୍ସନକୁ ଆଣିବୁ ଯେଉଁଥିରେ ହୋମ୍‌ ଫର୍ନିସିଂ ଓ ଲାଉଞ୍ଜ ଓୟାର ସାମିଲ ରହିଛି ବୋଲି ଡେଭିଡ୍‌ ମତବ୍ୟକ୍ତ କରିଛନ୍ତି। ଉକ୍ତ ବ୍ରାଣ୍ଡ୍‌ର କ୍ରିଏଟିଭ୍‌ ନିର୍ଦ୍ଦେଶନା ତିନୋଟି ଡିଜାଇନର ଡେଭିଡ୍‌ ଆବ୍ରାହମ୍‌, ରାକେଶ ଠାକୋର ଓ କେଭିନ୍‌ ନିଗ୍‌ଲିଙ୍କ ପାଖରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri