ଶାଓମି ଇଣ୍ଡିଆ ସହ ରିଲାଏନ୍ସ ଜିଓର ସହଭାଗିତା

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଶାଓମି ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିତ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ବିଶେଷକରି ଶାଓମି ଉପଭୋକ୍ତାମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ଉକ୍ତ ସହଭାଗିତା କରିଥିବା ଜଣାପଡ଼ିଛି। ଏପରିକି ଶାଓମି ଏବଂ ରେଡ୍‌ମି ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନଙ୍କୁ ନିରବଚ୍ଛିନ୍ନ ଭାବେ ଟ୍ରୁ-୫ଜି ସଂଯୋଗ ହାସଲ କରିବା ଏବଂ ସେମାନଙ୍କ ଡିଭାଇସ୍‌ରେ ଭିଡିଓର ନିରବଚ୍ଛିନ୍ନ ଷ୍ଟ୍ରିମିଂ, ହାଇ-ରିଜଲ୍ୟୁଶନ ଭିଡିଓ କଲ୍‌ ଉପଭୋଗ କରିବା ଏବଂ ଲୋ-ଲାଟେନ୍‌ସି ଗେମ୍‌ ଖେଳିବା ଲାଗି ସକ୍ଷମ କରିବ। ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌ଏଲୋନ୍‌ (ଏସ୍‌ଏ) ନେଟ୍‌ୱର୍କ ହାସଲ କରିବା ଲାଗି ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଶାଓମି ଓ ରେଡ୍‌ମି ସ୍ମାର୍ଟଫୋନ୍‌ ସେଟିଂରେ ପସନ୍ଦର ନେଟ୍‌ୱର୍କ ଟାଇପ୍‌କୁ ୫ଜିକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଅପରପକ୍ଷରେ ରିଲାଏନ୍ସ ଜିଓର ଟ୍ରୁ-୫ଜି ଏସ୍‌ଏ ନେଟ୍‌ୱର୍କରେ ନିରବଚ୍ଛିନ୍ନ ଭାବେ କାମ କରିବା ଲାଗି ଏସ୍‌ଏ ନେଟ୍‌ୱର୍କକୁ ସପୋର୍ଟ କରୁଥିବା ମଡେଲଗୁଡ଼ିକରେ ସଫ୍ଟଓ୍ବେର ଅପ୍‌ଡେଟ୍‌ କରାଯାଇଛି। ଗତ କିଛି ବର୍ଷରେ ଶାଓମି ଇଣ୍ଡିଆ ଓ ରିଲାଏନ୍ସ ଜିଓ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା କରିଥିଲେ ଏବଂ ନିରବଚ୍ଛିନ୍ନ ୫ଜି ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ପୁଣି ଥରେ ସେମାନେ ଏକତ୍ରିତ ହୋଇଛନ୍ତି। ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ସଭାପତି ସୁନୀଲ ଦତ୍ତ କହିଛନ୍ତି, ନୂଆ ପ୍ରଯୁକ୍ତି ହାସଲ କରିବା ଏବଂ ନିଜ ଗ୍ରାହକମାନଙ୍କ ହାତ ପାଆନ୍ତାକୁ ଅଭିନବ ପ୍ରଯୁକ୍ତି ପହଞ୍ଚାଇବାରେ ଶାଓମି ଶିଳ୍ପର ଅଗ୍ରଦୂତ ହୋଇରହିଛି। ସେହିଭଳି ଶାଓମି ଇଣ୍ଡିଆର ସଭାପତି ମୁରଲୀକ୍ରିଷ୍ଣନ ବି କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଭାରତ ପାଇଁ ପ୍ରସ୍ତୁତ ୫ଜି ଫୋନ ତିଆରି କରିବା ଲାଗି ଶାଓମି ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri