ଶାଓମି ଇଣ୍ଡିଆ ସହ ରିଲାଏନ୍ସ ଜିଓର ସହଭାଗିତା

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଶାଓମି ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିତ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ବିଶେଷକରି ଶାଓମି ଉପଭୋକ୍ତାମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ଉକ୍ତ ସହଭାଗିତା କରିଥିବା ଜଣାପଡ଼ିଛି। ଏପରିକି ଶାଓମି ଏବଂ ରେଡ୍‌ମି ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନଙ୍କୁ ନିରବଚ୍ଛିନ୍ନ ଭାବେ ଟ୍ରୁ-୫ଜି ସଂଯୋଗ ହାସଲ କରିବା ଏବଂ ସେମାନଙ୍କ ଡିଭାଇସ୍‌ରେ ଭିଡିଓର ନିରବଚ୍ଛିନ୍ନ ଷ୍ଟ୍ରିମିଂ, ହାଇ-ରିଜଲ୍ୟୁଶନ ଭିଡିଓ କଲ୍‌ ଉପଭୋଗ କରିବା ଏବଂ ଲୋ-ଲାଟେନ୍‌ସି ଗେମ୍‌ ଖେଳିବା ଲାଗି ସକ୍ଷମ କରିବ। ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌ଏଲୋନ୍‌ (ଏସ୍‌ଏ) ନେଟ୍‌ୱର୍କ ହାସଲ କରିବା ଲାଗି ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଶାଓମି ଓ ରେଡ୍‌ମି ସ୍ମାର୍ଟଫୋନ୍‌ ସେଟିଂରେ ପସନ୍ଦର ନେଟ୍‌ୱର୍କ ଟାଇପ୍‌କୁ ୫ଜିକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଅପରପକ୍ଷରେ ରିଲାଏନ୍ସ ଜିଓର ଟ୍ରୁ-୫ଜି ଏସ୍‌ଏ ନେଟ୍‌ୱର୍କରେ ନିରବଚ୍ଛିନ୍ନ ଭାବେ କାମ କରିବା ଲାଗି ଏସ୍‌ଏ ନେଟ୍‌ୱର୍କକୁ ସପୋର୍ଟ କରୁଥିବା ମଡେଲଗୁଡ଼ିକରେ ସଫ୍ଟଓ୍ବେର ଅପ୍‌ଡେଟ୍‌ କରାଯାଇଛି। ଗତ କିଛି ବର୍ଷରେ ଶାଓମି ଇଣ୍ଡିଆ ଓ ରିଲାଏନ୍ସ ଜିଓ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା କରିଥିଲେ ଏବଂ ନିରବଚ୍ଛିନ୍ନ ୫ଜି ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ପୁଣି ଥରେ ସେମାନେ ଏକତ୍ରିତ ହୋଇଛନ୍ତି। ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ସଭାପତି ସୁନୀଲ ଦତ୍ତ କହିଛନ୍ତି, ନୂଆ ପ୍ରଯୁକ୍ତି ହାସଲ କରିବା ଏବଂ ନିଜ ଗ୍ରାହକମାନଙ୍କ ହାତ ପାଆନ୍ତାକୁ ଅଭିନବ ପ୍ରଯୁକ୍ତି ପହଞ୍ଚାଇବାରେ ଶାଓମି ଶିଳ୍ପର ଅଗ୍ରଦୂତ ହୋଇରହିଛି। ସେହିଭଳି ଶାଓମି ଇଣ୍ଡିଆର ସଭାପତି ମୁରଲୀକ୍ରିଷ୍ଣନ ବି କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଭାରତ ପାଇଁ ପ୍ରସ୍ତୁତ ୫ଜି ଫୋନ ତିଆରି କରିବା ଲାଗି ଶାଓମି ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?