ରିଲାଏନ୍ସ ଫାଉଣ୍ଡେଶନ ସ୍କଲାରଶିପ ଆବେଦନର ଶୁଭାରମ୍ଭ

ମୁମ୍ବାଇ,୧୮।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେଶନର ବହୁ ପ୍ରତୀକ୍ଷିତ ଛାତ୍ରବୃତ୍ତି ଆବେଦନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ଛାତ୍ରୀଛାତ୍ରଙ୍କୁ ଏହି ବୃତ୍ତି ପ୍ରଦାନ କରିବା ସହ ଆବେଦନ ପାଇଁ ମଧ୍ୟ ଆହ୍ବାନ କରାଯାଇଛି। ସେହିଭଳି ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋର ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ଛାତ୍ରବୃତ୍ତିର ଆନୁଷ୍ଠାନିକ ଆବେଦନ ଆରମ୍ଭ ହୋଇଯାଇଥିଲାବେଳେ ୨୦୨୪ ଅକ୍ଟୋବର ୬ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟ ପାଇଁ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଯୋଗ୍ୟ ବିବେଚିତ ୫୦୦୦ ସ୍ନାତକ ଛାତ୍ରୀଛାତ୍ରଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏପରିକି ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷର ଯୋଗଦେଉଥିବା ସମସ୍ତ ଛାତ୍ରୀଛାତ୍ର ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ, ଯାହା ଦ୍ୱାରା ବିନା ଆର୍ଥତ୍କ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ। ସ୍ନାତକୋର ପାଠ୍ୟକ୍ରମରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟଗୁଡ଼ିକ ପାଇଁ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଏହା କେବଳ ଯୋଗ୍ୟତା ଆଧାରରେ ଦିଆଯିବ। ସ୍ନାତକୋର ପାଠ୍ୟକ୍ରମରେ ନାମ ଲେଖାଉଥିବା ୧୦୦ଛାତ୍ରୀଛାତ୍ରଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ବାଲ୍ୟ ଶିକ୍ଷାଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରିଲାଏନ୍ସ ଫାଉଣ୍ଡେଶନ କାର୍ଯ୍ୟର କେନ୍ଦ୍ରରେ ଶିକ୍ଷା ରହିଛି। ୨୦୨୨ ଡିସେମ୍ବରରେ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେଶନ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ ବୋଲି ଘୋଷଣା କରିଥିଲେ। ଫଳରେ ଏହା ଭାରତର ସର୍ବବୃହତ୍‌ ଘରୋଇ ଛାତ୍ରବୃତ୍ତିରେ ପରିଣତ ହୋଇଛି। ସେବେଠାରୁ ପ୍ରତି ବର୍ଷ ୫୧୦୦ ଛାତ୍ରୀଛାତ୍ରଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଛି। ରିଲାଏନ୍ସ ଫାଉଣ୍ଡେଶନର ୱେବ୍‌ସାଇଟ www.scholarships.reliancefoundation.org ମାଧ୍ୟମରେ ଛାତ୍ରୀଛାତ୍ର ଅନ୍‌ଲାଇନରେ ଆବେଦନ କରିପାରିବେ ଏବଂ ଅଧିକ ସୂଚନା ମଧ୍ୟ ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri