ଓ୍ବାନ୍‌ ପ୍ଲସ୍‌ ସହ ରିଲାଏନ୍ସ ଡିଜିଟାଲର ସହଭାଗିତା

ଭୁବନେଶ୍ୱର,୨୨।୧୦: ରିଲାଏନ୍ସ ଡିଜିଟାଲ ଏବଂ ଓ୍ବାନ୍‌ ପ୍ଲସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଛି। ବିଶେଷକରି ଓ୍ବାନ୍‌ ପ୍ଲସ୍‌ର ବହୁ ପ୍ରତୀକ୍ଷିତ ଓ୍ବାନ୍‌ ପ୍ଲସ୍‌ ଓପନ୍‌ ଫୋଲଡେବଲ୍‌ ଫୋନ୍‌ ରିଲାଏନ୍ସ ଡିଜିଟାଲର ସମସ୍ତ ଷ୍ଟୋରରେ ଉପଲବ୍ଧ ବୋଲି ଉଭୟ ସଂସ୍ଥା (କମ୍ପାନୀ) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଗ୍ରାହକମାନେ ସେମାନଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ ଆଉଟଲେଟଠାରେ ଉକ୍ତ ଫୋନ୍‌ର ପ୍ରି-ବୁକ୍‌ ମଧ୍ୟ କରିପାରିବେ। ଅପରପକ୍ଷରେ ଗ୍ରାହକମାନେ ବୁକିଂ ସମୟରେ ମାଗଣା ଓ୍ବାନ୍‌ ପ୍ଲସ୍‌ ବଡ୍‌ସ ପ୍ରୋ ୨ ସହ ଦୁର୍ଘଟଣାଜନିତ ସୁରକ୍ଷା ଯୋଜନା, ଆଇସିଆଇସିଆଇ ବ୍ୟାଙ୍କର କାର୍ଡ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍‌କ୍ଷଣାତ ରିହାତି ଏବଂ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବିନିମୟ ବୋନସ ଭଳି ବିଶେଷ ସୁବିଧା ମଧ୍ୟ ପାଇପାରିବେ। ଏହି ଅଫର ୨୦୨୩ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉପଲବ୍ଧ ରହିବ (ଲାଇଭ୍‌ ଚାଲିବ)। ଏ ସମ୍ପର୍କରେ ରିଲାଏନ୍ସ ଡିଜିଟାଲର ସିଇଓ ବ୍ରେନ୍‌ ବାଡେ କହିଛନ୍ତି,ଓ୍ବାନ୍‌ ପ୍ଲସ୍‌ ସହ ଆମେ ସହଭାଗିତା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଓ୍ବାନ୍‌ ପ୍ଲସ୍‌ର ନୂତନ ଉତ୍ପାଦ ଉନ୍ମୋଚନ (ଶୁଭାରମ୍ଭ) ସହିତ ଆମେ ଆମର ଗ୍ରାହକମାନଙ୍କୁ ଉନ୍ନତ ଟେକ୍ନୋଲୋଜିି ଆଦିର ସୁବିଧା ସହ ଅତ୍ୟାଧୁନିକ ଜ୍ଞାନ ଆଣିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଜାରି ରଖିଛୁ। ବିଶେଷକରି ଓ୍ବାନ୍‌ ପ୍ଲସ୍‌ର ଗ୍ରାଉଣ୍ଡ ବ୍ରେକିଙ୍ଗ୍‌ ୱାନ୍‌ପ୍ଲସ୍‌ ଓପନ୍‌ ସ୍ମାର୍ଟଫୋନ୍‌ର ସ୍ବତନ୍ତ୍ର ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଫୋନ(ଡିଭାଇସ୍‌)ରେ ଅତ୍ୟାଧୁନିକ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ସଞ୍ଚାଳକ ସହିତ ୧୨ ଜିବି ରାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ ସାମିଲ ରହିଛି। ବିଶେଷକରି ଉନ୍ନତ ସ୍ଥାୟିତ୍ୱ ପାଇଁ ଏହା ଏକ ୱାଟରଡ୍ରପ୍‌ ହିଙ୍ଗେ ସହିତ ମଧ୍ୟ ଆସିଥାଏ। ଏପରିକି କ୍ୟାମେରା ସେନ୍‌ସର କମ୍ପାକ୍ଟ ଏବଂ ସୋନି ‘ଡୁଆଲ୍‌-ଲେୟାର ଟ୍ରାଞ୍ଜିିଷ୍ଟର ପିକ୍ସେଲ’ଟେକ୍ନୋଲୋଜି ସହିତ ସଜ୍ଜିତ ହୋଇଛି, ଯାହା ଏହାର ଆକାର ପାଇଁ ୨ଗୁଣ ଆଲୋକ କ୍ୟାପ୍‌ଚର କରିବାକୁ ଅନୁମତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri