ମୁକ୍ତ ହେଲେଣି ୧୬,୭୮୯ କଏଦୀ

କଟକ ଅଫିସ,୩୦।୭: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ବର୍ତ୍ତମାନ କରୋନା ବ୍ୟାପିବାରେ ଲାଗିଛି। ପ୍ରାୟ ୮୫ଟି ଜେଲ୍‌ ମଧ୍ୟରୁ ୮ଟି ଜେଲ୍‌ରେ କରୋନା ପ୍ରବେଶ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜେଲ୍‌ରୁ କଏଦୀମାନଙ୍କୁ ମୁକ୍ତ କରାଯାଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ମୋହର ବାଜିବା ପରେ ରାଜ୍ୟର ୧୬ ହଜାର ୭୮୯ ଜଣ କଏଦୀଙ୍କୁ ମୁକ୍ତି ଦିଆଯାଇଛି। ଏଥିରେ ୧୬ ହଜାର ୬୩୯ ଜଣ ବିଚାରାଧୀନ କଏଦୀ ଥିବାବେଳେ ୧୫୦ ଜଣ ଦଣ୍ଡ ପାଇଥିବା ଆସାମୀ ରହିଛନ୍ତି।
ଓଡ଼ିଶାର ଅଧିକାଂଶ ଜେଲ୍‌ରେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହୁଛନ୍ତି। ଜେଲ୍‌ରେ ଭିଡ଼ ଯୋଗୁ ସଂକ୍ରମଣ ଆଶଙ୍କା ଥିବାରୁ ପ୍ରତ୍ୟେକ ରାଜ୍ୟରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇ କଏଦୀଙ୍କୁ ମୁକୁଳାଇବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ହାଇକୋର୍ଟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠିତ ହୋଇଛି। ଏଥିରେ ସଦସ୍ୟ ଭାବେ ଗୃହ ବିଭାଗର ମୁଖ୍ୟ ଶାସନ ସଚିବ, ଡିଜି (ଜେଲ୍‌) ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ରହିଛନ୍ତି। ଜେଲ୍‌ ନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୨୦୨ ଜଣ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିଭଳି ମାର୍ଚ୍ଚ ୨୦ରୁ ଜୁଲାଇ ୨୮ ସୁଦ୍ଧା ୧୬ ହଜାର ୬୩୯ ଜଣ ବିଚାରଧୀନ କଏଦୀ ଓ ୧୫୦ ଜଣ ଦଣ୍ଡ ପାଇଥିବା କଏଦୀଙ୍କୁ ମୁକ୍ତ କରାଯାଇଛି। ବ୍ରହ୍ମପୁର ସର୍କଲ୍‌ ଜେଲ୍‌ରୁ ସର୍ବଧିକ କଏଦୀଙ୍କୁ ବାହାର କରାଯାଇଛି। ଏହି ଜେଲ୍‌ରୁ ୫,୧୮୪ ଜଣ ବିଚାରାଧୀନ କଏଦୀ ଓ ୪୭ ଜଣ ଦଣ୍ଡପ୍ରାପ୍ତ କଏଦୀଙ୍କୁ ମିଶାଇ ମୋଟ ୫,୨୩୧ ଜଣଙ୍କୁ ମୁକ୍ତି ଦିଆଯାଇଛି। ସମ୍ବଲପୁର ସର୍କଲ୍‌ ଜେଲ୍‌ରୁ ୩,୭୧୬ ଜଣ କଏଦୀ ମୁକ୍ତି ପାଇଛନ୍ତି। ଏଥିରେ ୩,୬୯୭ ଜଣ ବିଚାରାଧୀନ ଓ ୧୯ ଜଣ ଦଣ୍ଡପ୍ରାପ୍ତ କଏଦୀ ରହିଛନ୍ତି। କଟକ ସର୍କଲ୍‌ ଜେଲ୍‌ରୁ ୩,୪୬୫ଜଣ କଏଦୀ ମୁକ୍ତି ପାଇଛନ୍ତି। ଏମାନଙ୍କ ମଧ୍ୟରେ ୩,୪୩୪ ଜଣ ବିଚାରାଧୀନ ଓ ୩୧ ଜଣ ଦଣ୍ଡପ୍ରାପ୍ତ କଏଦୀ ଅଛନ୍ତି। ବାରିପଦା ସର୍କଲ୍‌ ଜେଲ୍‌ରୁ ୨,୭୧୮ ଜଣ ବିଚାରାଧୀନ ଓ ୧୫ ଜଣ ଦଣ୍ଡପ୍ରାପ୍ତ କଏଦୀଙ୍କୁ ମିଶାଇ ୨,୭୩୩ ଜଣଙ୍କୁ ମୁକ୍ତି ଦିଆଯାଇଛି। କୋରାପୁଟ ସର୍କଲ୍‌ ଜେଲ୍‌ରୁ ୧୬୪୪ ଜଣ ମୁକ୍ତି ପାଇଛନ୍ତି। ଏଥିରେ ୧୬୦୬ ଜଣ ବିଚାରାଧୀନ ଓ ୩୮ ଜଣ ଦଣ୍ଡପ୍ରାପ୍ତ କଏଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri