୧୮ଟି ଦେଶରେ ପୁଣି ରିଲିଜ ହେବ ଏହି ଫିଲ୍ମ, ଚାହିଁ ରହିଛନ୍ତି ଦର୍ଶକେ

ମୁମ୍ବାଇ: ଶାହାରୁଖ ଏବଂ କାଜଲଙ୍କ ଅଭିନୀତ ଆଇକନିକ ଫିଲ୍ମ‘ ଦିଲ୍‌ଓ୍ବାଲେ ଦୁଲହାନିଆ ଲେ ଜାୟେଙ୍ଗ’ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛି। ଏହି ଫିଲ୍ମଟି ବେଶ୍‌ କିଛିଦିନ ଧରି ହେଡ୍‌ଲାଇନ୍‌ରେ ରହିଆସିଛି। ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫଳସ୍ବରୂପ ୧୮ଟି ଦେଶରେ ପୁଣିଥରେ ଏହା ରିଲିଜ ହେବାକୁ ଯାଉଛି।

ଫିଲ୍ମ ସମାଲୋଚକ ତରଣ ଆଦର୍ଶ କହିଛନ୍ତି ଯେ, ଶାହାରୁଖ-କାଜଲଙ୍କ ଏହି ବ୍ଲକବଷ୍ଟର ଫିଲ୍ମ ୧୮ଟି ଦେଶରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଆମେରିକା, ବ୍ରିଟେନ, ୟୁଏଇ, ସାଉଦି ଆରବ, କାତାର, ମରିସସ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଫିଜି, ଜର୍ମାନୀ, ନରଓ୍ବେ, ସ୍ବିଡେନ, ସ୍ପେନ, ସୁଇଜରଲ୍ୟାଣ୍ଡ, ଇଷ୍ଟୋନିଆ ଏବଂ ଫିନ୍‌ଲ୍ୟାଣ୍ଡ ଆଦି ଦେଶରେ ରିଲିଜ ହେବ। ଏଥରୁ ବୁଝାପଡୁଛି ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ ଫିଲ୍ମର କ୍ରେଜ କେବଳ ଭାରତରେ ସୀମିତ ନୁହେଁ, ଏହି ଫିଲ୍ମଟି ସାରା ବିଶ୍ୱାବାସୀଙ୍କ ହୃଦୟକୁ ଛୁଇଁଛି। ଫିଲ୍ମଟି ପ୍ରକୃତ ପ୍ରେମର ଅର୍ଥ କ’ଣ ସୂଚାଇଛି।

ଉଲ୍ଲେଖଥାଉ କି, ଏହି ଫିଲ୍ମଟି ୨୫ବର୍ଷ ପୂରଣ କରିଥିବାରୁ ଶାହାରୁଖ ଏବଂ କାଜଲଙ୍କୁ ଏକ ବିଶେଷ ସମ୍ମାନ ଦିଆଯିବ। ପ୍ରଥମ ଥର ପାଇଁ ବଲିଉଡ୍‌ର ଏହି ଆଇକନ ଫିଲ୍ମ ଲଣ୍ଡନର ଲିସେଷ୍ଟର୍‌ ସ୍କୋୟାରରେ ସମ୍ମାନିତ ହେବାକୁ ଯାଉଛି। କୁହାଯାଉଛି, ଉଭୟ ଶାହାରୁଖ ଏବଂ କାଜଲଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

୍‌ଫିଲ୍ମରେ ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶନା ଦେଇଥିବା ବେଳେ ଶାହାରୁଖ-କାଜଲଙ୍କ ବ୍ୟତୀତ ଏଥିରେ ଅନୁପମ ଖେର, ଅମରେଶ ପୁରୀ, ଫରିଦା ଜଲାଲ, ସତୀଶ ଶାହାଙ୍କ ଭଳି ଶ୍ରେଷ୍ଠ ଅଭିନେତା ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri