ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ସେହି ଟଙ୍କା ଆଣିବାକୁ ଯାଇ କେରଳରେ ବଳରାମଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଜଣାପଡ଼ିବା ପରେ ଆଲୋଡନ ସୃଷ୍ଟି କରିଥିଲା। ସୋମବାର ତାଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ମୃତ ବଳରାମଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଜିଲାପାଳ ଗୌରବ ଶିବାଜୀ ଇସଲୱାର, ଏସ୍‌ପି ଅଭିଳାଷ ଜିଙ୍କୁ ସାକ୍ଷାତ କରିଥିଲେ। ବଳରାମଙ୍କ ପାରିବାରିକ ସମସ୍ୟା ଓ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଏସ୍‌ପି ଅଭିଳାଷ ଜି ସେଠାକାର ପ୍ରଶାସନ ସହ ଆଲୋଚନା କଲା ପରେ କହିଥିଲେ, ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ହେଲା ପରେ ମୃତଦେହ ଗାଁକୁ ଆଣିବା ବ୍ୟବସ୍ଥା କରାଯିବ ବୋଲି କଥା ଦେଇଥିବା ମୃତ ବଳରାମଙ୍କ କାକା ପୁଅ ବଡ ଭାଇ ଗଣେଶ ପଧାନ ଓ ଭେଣଇ ସୁବଳ ସାହୁ ଜଣାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁର ବ୍ଲକ ନଅଗାଁ (କ) ପଞ୍ଚାୟତ ନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ। ମା’ ଏବଂ ୨ଭଉଣୀଙ୍କୁ ନେଇ ତାଙ୍କ ପରିବାର। ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅବସ୍ଥା ଦୋହଲି ପଡ଼ିଥିଲା। କିଛି ବର୍ଷ ପୂର୍ବେ ବଳରାମ କେରଳ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇ ରୋଜଗାର କରି ପରିବାର ପରି ପୋଷଣ କରୁଥିଲେ। ମା’ଙ୍କ ଦେହାନ୍ତ ପରେ ଗାଁକୁ ଚାଲି ଆସି ପୈତୃକ ଜମିରେ ଚାଷ କାମ ଆରମ୍ଭ କରିଥିଲେ। ଇତି ମଧ୍ୟରେ ତାଙ୍କ ଦୁଇ ଭଉଣୀଙ୍କ ବିବାହ ହୋଇସାରିଛି। ବଳରାମ ଅବିବାହିତ ଥିବାବେଳେ ଘରେ ଏକାକୀ ରହୁଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବଳରାମ ତାଙ୍କ ପୈତୃକ ଜମିରେ ଖରିଫ ଧାନ ଚାଷ କରିଥିଲେ। ସ୍ଥାନୀୟ ପାକ୍ସରେ ଚାଷୀ ପଞ୍ଜୀକରଣ ମୁତାବକ ୨୦୨୫ ଡିସେମ୍ବର ୨୨ ତାରିଖରେ ୬୭ ବସ୍ତା ଯଥା ୩୦ କୁଇଣ୍ଟାଲ ବିକ୍ରି କରିଛନ୍ତି। ଧାନ ବିକ୍ରି ବାବଦ ମିଳିବାକୁ ଥିବା ଟଙ୍କା ପାକ୍ସରେ ପଞ୍ଜୀକରଣ ବେଳେ ଦେଇଥିବା ସ୍ଥାନୀୟ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇନାହିଁ। ବଳରାମ କେରଳରେ ଦାଦନ ଖଟିବାକୁ ଯାଇଥିବା ବେଳେ ସେତେବେଳେ ସେଠାରେ ଖୋଲିଥିବା ଏକ ସଞ୍ଚୟ ଖାତାର ଆକାଉଣ୍ଟରେ ଧାନ ବିକ୍ରି ବାବଦ ଟଙ୍କା ଜମା ହୋଇ ଥିବା ଜାଣିବାକୁ ପାଇ ସେହି ଟଙ୍କା କାଢ଼ିବାକୁ ଜଣେ ସହଯୋଗୀଙ୍କ ସହ ସେଠାକୁ ଯାଇଥିଲେ। ସେହି ଟଙ୍କା ଆଣି ଚାଷ ଓ ଅନ୍ୟାନ୍ୟ କରଜ ଟଙ୍କା ପରିଶୋଧ ଆଶା ନେଇ ଯାଇଥିଲେ। କିନ୍ତୁ ନିୟତି ଭିନ୍ନ ଥିଲା। ବଳରାମ କେରଳରେ ପହଞ୍ଚି ଅସୁସ୍ଥ ହୋଇ ପଡିଥିଲେ। ସହଯୋଗୀ ଜଣକ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ବଳରାମଙ୍କ ମୃତ୍ୟୁ ଘଟିଛି। ସାଙ୍ଗରେ ଯାଇଥିବା ସହଯୋଗୀ ଜଣକ ଗାଁକୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ମୃତଦେହ ବ୍ୟବଚ୍ଛେଦ ଓ ଆମ୍ବୁଲାନ୍ସ ଭଡ଼ା ବାବଦକୁ କୁଆଡ଼େ ୮୦ ହଜାର ଟଙ୍କା ଦେବାକୁ ପଡିବ। ବଳରାମ ନିଜର କେହି ନ ଥିବାରୁ ବଡ଼ ଚିନ୍ତାଜନକ ହୋଇ ପଡିଥିଲା। ଯୁବ ନେତା ଆକାଶ ମିଶ୍ର ନିଜ ସାମାଜିକ ଗଣମାଧ୍ୟମରେ ମୁଣ୍ଡି ପରିଚାଳନା ଗତ ଅବ୍ୟବସ୍ଥା ଓ ସରକାରୀ ଅବ୍ୟବସ୍ଥାକୁ ନେଇ ତୀବ୍ର ସମାଲୋଚନା କରିବା ସହିତ ମୃତଦେହ ଗାଁକୁ ଆଣିବା ପାଇଁ ଜିଲା ପ୍ରଶାସନକୁ ନିବେଦନ କରିଥିଲେ। ସୋମବାର ୭ ଜଣିଆ ଏକ ପ୍ରତିନିଧି ଜିଲାପାଳ, ଏସ୍‌ପି ଓ ଜିଲା ଶ୍ରମ ଅଧିକାରୀଙ୍କୁ ଭେଟି ନିବେଦନ କରିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ନେତୃତ୍ୱରେ ପ୍ରତିନିଧି ଯାଇ ସାକ୍ଷାତ କରିଥିଲେ। କେରଳ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା କିପରି ଭାବେ ମୃତକ ବଳରାମଙ୍କ ପରିବାରକୁ ମିଳିବ ସେନେଇ ପଦକ୍ଷେପ ନେବାକୁ ଉକ୍ତ ପ୍ରତିନିଧି ଜିଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri