Posted inଜାତୀୟ

ସୁଧୁରୁଛି ସମ୍ପର୍କ

ନୂଆଦିଲ୍ଲୀ/ଇସ୍‌ଲାମବାଦ,୧ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୨୨ରେ ଚିଠି ଲେଖି ପାକିସ୍ତାନ ଦିବସର ଶୁଭକାମନା ଜଣାଇବା ସହ କରୋନାରୁ ଶୀଘ୍ର ଆରୋଗ୍ୟ ହେବାକୁ କାମନା କରି ଟୁଇଟ୍‌ କରିଥିଲେ। ମୋଦିଙ୍କ ଶୁଭେଚ୍ଛାର ଉତ୍ତର ରଖିଛନ୍ତି ଇମ୍ରାନ। ଚିଠି ଲେଖି ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସମେତ ଅନ୍ୟ ପଡ଼ୋଶୀ ଦେଶ ସହ ଶାନ୍ତିପୂର୍ଣ୍ଣ ଉପାୟରେ ସବୁ ସମସ୍ୟାର ସମାଧାନ ଚାହାନ୍ତି ବୋଲି ଇମ୍ରାନ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ବିବାଦ ତଥା ଜମ୍ମୁ କଶ୍ମୀର ସହ ଜଡ଼ିତ ସମସ୍ୟାର ସମାଧାନ ଉପରେ ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ନିର୍ଭର କରେ ବୋଲି ଇମ୍ରାନ କହିଛନ୍ତି। ଏକ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଜରୁରୀ। ଏହି ଅବସରରେ କୋଭିଡ୍‌-୧୯ର ମୁକାବିଲା କରୁଥିବା ଭାରତବାସୀଙ୍କୁ ଇମ୍ରାନ ଶୁଭକାମନା ଜଣାଇଛନ୍ତି।
ଦିବସର ଶୁଭେଚ୍ଛା ଜଣାଇ ମୋଦି ଚିଠିରେ ଉଲ୍ଲେଖ କରିଥିଲେ, ପଡ଼ୋଶୀ ଦେଶ ହିସାବରେ ଭାରତ ପାକିସ୍ତାନ ସହ ଏକ ଭଲ ସମ୍ପର୍କ ଚାହେଁ। ଏଥିପାଇଁ ଆତଙ୍କବାଦ ଓ ଶତ୍ରୁତା ଆଚରଣକୁ ବାଦ୍‌ ଦେଇ ଭରସା ଏବଂ ବିଶ୍ୱାସ ଭରା ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ପାକିସ୍ତାନ ଦିବସ ଉପଲକ୍ଷେ ପ୍ରତିପକ୍ଷ ଆରିଫ୍‌ ଅଲ୍‌ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଭାରତରୁ କପା, ଚିନି ନେବ ପାକ୍‌
ଭାରତରୁ କପା, ଚିନି ଆମଦାନୀ କରିବ ପାକିସ୍ତାନ। ୧୯ ମାସ ହେଲା ଭାରତ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଥିବା ଇସ୍‌ଲାମାବାଦ ଏବେ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏ ନେଇ ନୂତନ ଭାବେ ଦାୟିତ୍ୱ ନେଇଥିବା ପାକିସ୍ତାନ ଅର୍ଥମନ୍ତ୍ରୀ ହମ୍ମାଦ୍‌ ଅଜହର୍‌ ବୁଧବାର ଘୋଷଣା କରିଛନ୍ତି। ପାକିସ୍ତାନର ଅର୍ଥନୈତିକ ସମନ୍ବୟ କମିଟି (ଇସିସି) ଏ ନେଇ ସବୁଜ ସଙ୍କେତ ଦେବା ପରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆରମ୍ଭ ହେବାକୁ ଯାଉଛି। ଜୁନ୍‌ ୩୦ରୁ ପାକିସ୍ତାନ କପା ଓ ଚିନି ଆମଦାନୀ କରିବ। ଭାରତରୁ ୫ ଲକ୍ଷ ଟନ୍‌ ଚିନି ଆଣିବାକୁ ଇସିସି ଘରୋଇ ସଂସ୍ଥାଗୁଡ଼ିକୁ ଅନୁମତି ଦେଇଥିବା ଅଜହର୍‌ କହିଛନ୍ତି।

ଏଲ୍‌ଓସିରେ ଅସ୍ତ୍ରବିରତି
ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଘୋଷଣା ସମୟରେ ମୋଦି ଇମ୍ରାନଙ୍କୁ ଚିଠି ଲେଖିଥିଲେ। କିଛି ଦିନ ପୂର୍ବେ ଉଭୟ ଦେଶର ମିଲିଟାରି ଅପରେଶନର ମହାନିର୍ଦ୍ଦେଶକ ନିୟନ୍ତ୍ରଣ ରେଖାଠାରେ ଅସ୍ତ୍ର ବିରତି ଘୋଷଣା କରିଥିଲେ। ସେବେଠାରୁ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ୨ ବର୍ଷ ପରେ ସିନ୍ଧୁ ନଦୀ ଜଳ ପ୍ରସଙ୍ଗରେ ପାକିସ୍ତାନର ୮ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ଇଣ୍ଡସ୍‌ ଓ୍ବାଟର କମିଶନର ସୟେଦ ମେହେର-ଏ-ଆଲମ୍‌ଙ୍କ ନେତୃତ୍ୱରେ ଭାରତୀୟ ପ୍ରତିପକ୍ଷଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରୁଛି। ପୁରୁଣା କଥା ଛାଡ଼ି ଆଗକୁ ବଢ଼ିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri