Posted inରାଜ୍ୟ

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ ବିଭାଗର ଆଶ୍ରୟରେ ଚାରି କାନ୍ଥ ମଧ୍ୟରେ ଜୀବନ କାଟୁଛି। ଆଠମଲ୍ଲିକର ପଞ୍ଚଧରା ପାହାଡ଼ରୁ କୁସୁମକୁହୁରୀ ଗାଁକୁ ଆସୁଥିବା ହାତୀପଲ୍ଲୀରୁ ଏହି ଛୁଆଟି ଏକ ନାଳୀରେ ପଡ଼ିଯାଇଥିଲା। ସେପ୍ଟେମ୍ବର ୧୧ ସକାଳେ ଗାଁ ଲୋକେ ତାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ।

କିନ୍ତୁ ବାରମ୍ବାର ଚେଷ୍ଟା ସତ୍ତ୍ୱେ ମା’ ହାତୀଣୀ ଛୁଆକୁ ଗ୍ରହଣ କରିନଥିଲା। ବିଶେଷଜ୍ଞଙ୍କ ମତରେ, ଛୁଆ ଶରୀରରେ ମଣିଷର ଗନ୍ଧ ଲାଗିଯିବାରୁ ମା’ ତାକୁ ଅସ୍ୱୀକାର କଲା। ଆଠମଲ୍ଲିକ ଏସିଏଫ ସଚିଦାନନ୍ଦ ସେଠୀ କହିଛନ୍ତି, “ହାତୀପଲ୍ଲୀ ସେପ୍ଟେମ୍ବର ୧୨ ଦିନ ମଧ୍ୟାହ୍ନରେ ଆସିଥିଲା, କିନ୍ତୁ ଛୁଆକୁ ନେଇନଥିଲେ। ପରେ ରାତିରେ ମଧ୍ୟ ପଲ୍ଲୀ ଦୂରରେ ରହି ଜଙ୍ଗଲକୁ ଫେରିଗଲେ।”

ପରିବେଶବିତ ପ୍ରବୀଣ କୁମାର ଦାସ କହିଛନ୍ତି, “ମା’ଠାରୁ ବିଚ୍ଛିନ୍ନ ହୋଇ ଛୁଆର ଆଖିରୁ ଲୁହ ଝରୁଥିବା ଦୃଶ୍ୟ ହୃଦୟବିଦାରକ। ଏହାର ଭାବନା ଅକଥନୀୟ ହେଲେ ମଧ୍ୟ ତା’ର ଯନ୍ତ୍ରଣା ଅନୁଭବ ହୁଏ।”

ବନ ବିଭାଗ ଏହି ଛୁଆକୁ ‘ପ୍ରିୟାଂଶୀ’ ନାମ ଦେଇ ଯତ୍ନ ନେଉଛି। ପରିଚର୍ଯ୍ୟାକାରୀଙ୍କ ସହ ପ୍ରିୟାଂଶୀ ବନ୍ଧନ ଗଢ଼ିଛି ଏବଂ ସେମାନେ ଦୃଷ୍ଟିରୁ ଓହରିଲେ ବିଭିନ୍ନ ଶବ୍ଦରେ ଡାକୁଛି। ସ୍ଥାନୀୟ ବାସିନ୍ଦା ରତ୍ନାକର ବେହେରା କହିଛନ୍ତି, “ବନ ବିଭାଗର ଏହି ଯତ୍ନ ପ୍ରଶଂସନୀୟ ଓ ଏକ ସୁନ୍ଦର ବାର୍ତ୍ତା ଦେଉଛି।”

ବନ ଅଧିକାରୀଙ୍କ କହିବାନୁସାରେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଇଲେ ପ୍ରିୟାଂଶୀକୁ ଦୀର୍ଘମିଆଦି ଯତ୍ନ ପାଇଁ କପିଳାସ ଚିଡ଼ିଆଖାନା କିମ୍ବା ନନ୍ଦନକାନନ ଜୁଓଲୋଜିକାଲ ପାର୍କକୁ ସ୍ଥାନାନ୍ତର କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଚଳିତ ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ଭୁବନେଶ୍ୱର ଆସିଲା ରାଉରକେଲାରେ କ୍ରାଶ ହୋଇଥିବା ବିମାନ ଇଞ୍ଜିନ, ଏହା ପରେ ସିଧାସଳଖ ଯିବ…

ଭୁବନେଶ୍ୱର,୩୦ା୧: ରାଉରକେଲାରେ କ୍ରାଶ ହୋଇଥିବା ବିମାନର ଇଞ୍ଜିନ ଭୁବନେଶ୍ୱର ଆସିଛି। ଏହା ପରେ ଭୁବନେଶ୍ୱରରୁ ବିମାନ ଇଞ୍ଜିନ ସିଧାସଳଖ କାନାଡ଼ା ଯିବାନେଇ ସୂଚନା ମିଳିଛି। ବିମାନ ଇଞ୍ଜିନ…

ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!

ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା…

ଛାଡପତ୍ର ପରେ ଅନୁଭବଙ୍କୁ ପାନେ ଦେଲେ ବର୍ଷା, ଯୌତୁକ ପାଇଁ …

ଭୁବନେଶ୍ୱର,୩୦।୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢିଛି । ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri