ଏଆଇ: ନିୟନ୍ତ୍ରଣ ଲୋଡ଼ା

ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ବଡ଼ ସଫଳତା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)। ଏହି କ୍ରମରେ ନିକଟରେ ଗବେଷକମାନେ ଏକ ନୂଆ ଏଆଇ ବିକାଶ କରିଛନ୍ତି, ଯାହା ବ୍ୟକ୍ତିର ଜୀବନକାଳ ଉପରେ ଆକଳନ କରିପାରିବ। ଅର୍ଥାତ୍‌ ବୁଝିବାକୁ ହେବ ଯେ, ପରୋକ୍ଷରେ ଏହା ଜୀବନକୁ ନିୟନ୍ତ୍ରଣ କରିବାର ବାଟ ଦେଖାଇବ। ଚାଟ୍‌ଜିପିଟି ଭଳି ବୃହତ୍‌ ଭାଷା ମଡେଲ(ଏଲ୍‌ଏଲ୍‌ଏମ୍‌)କୁ ଚଳାଉଥିବା ଟ୍ରାନ୍ସଫର୍ମର ମଡେଲକୁ ବ୍ୟବହାର କରି ଏହି ଏଆଇ ପ୍ରସ୍ତୁତ କରାଯାଇଛି। ଏହି ମଡେଲର ନାମ ରଖାଯାଇଛି ଲାଇଫ୍‌୨ ଭିଇସି। ତେବେ ଦେଖାଯାଉଛି, ନିୟମିତ ଭାବେ ମଣିଷ ଜୀବନକୁ ପ୍ରଭାବିତ କରିବା ଭଳି ଏକାଧିକ ଏଆଇ ସାମ୍ନାକୁ ଆସିବାରେ ଲାଗିଛି। ଏହାର ବ୍ୟବହାର ମଧ୍ୟ ବ୍ୟାପକ ହେବାକୁ ଲାଗିଲାଣି। କିନ୍ତୁ ଏଆଇର ଅନେକ ଭଲ ଦିଗ ଉପରେ ଯୁକ୍ତି କରାଯାଉଥିବାବେଳେ ଏହାର ନକାରାମତ୍କ ପ୍ରଭାବକୁ ଅଣଦେଖା କରାଯିବା ମନେହେଉଛି। ବିଶ୍ୱରେ ଏଆଇର ପ୍ରଭାବକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ନୂଆ ବୈଷୟିକ ନୂତନତ୍ୱ ମାନବତା ପ୍ରତି ବିପଦ ଆଣିବାର ସମ୍ଭାବନା ଅଧିକ। ଏପରି କି ଚାଟ୍‌ଜିପିଟି ସୃଷ୍ଟି କରିଥିବା ଓପନ୍‌ ଏଆଇର ବସ୍‌ ସାମ୍‌ ଅଲ୍ଟମ୍ୟାନ ଏଆଇକୁ ଏକ ବିପଦ ଭାବେ ଦେଖାଗଲାଣି। ଏହାର ଗମ୍ଭୀରତାକୁ ଦେଖି ଗତ ମେ ମାସରେ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କଙ୍କ ସମେତ ଅନ୍ୟ କେତେଜଣ ବିଶେଷଜ୍ଞ ଅତ୍ୟାଧୁନିକ ଏଆଇ ବିକାଶ ଉପରେ ସାମୟିକ କଟକଣା ଲଗାଇବା ସକାଶେ ଦାବି କରିଥିଲେ; ଯାହା ଫଳରେ ଏହାର ସୁରକ୍ଷିତ ଅଗ୍ରଗତି ଉପରେ ନେତୃବର୍ଗ ବିଚାର କରିପାରିବେ। କିନ୍ତୁ ଏ ସମ୍ପର୍କିତ ଗବେଷଣାର କାର୍ଯ୍ୟକାରିତାକୁ ବନ୍ଦ କରାଯାଇ ପାରୁନାହିଁ। ତେବେ ‘ଚ୍ୟାଲେଞ୍ଜର ଗ୍ରେ ଆଣ୍ଡ୍‌ ଖ୍ରୀଷ୍ଟମାସ’ର ମାସିକ ରିପୋର୍ଟ ଦର୍ଶାଇଛି ଯେ, ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ କରିବା ଲାଗି ଅତ୍ୟାଧୁନିକ ଏଆଇ ଚାଟ୍‌ଜିପିଟିର ବହୁଳ ବ୍ୟବହାର ଶ୍ରମ ବଜାରକୁ କ୍ରମଶଃ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି । ଚଳିତବର୍ଷ ଜୁନ ସୁଦ୍ଧା ଆମେରିକାରେ ପାଖାପାଖି ୪ ହଜାର ଲୋକ ଛଟେଇ ହେବା ଏଆଇର ନକାରାତ୍ମକ ପ୍ରଭାବକୁ ପ୍ରତିପାଦିତ କରିଛି । ଏହା ବ୍ୟତୀତ ଗୋଲ୍ଡମ୍ୟାନ ସାକ୍ସ ପୂର୍ବାନୁମାନ କରିଛି ଯେ, ଏଆଇର ବ୍ୟାପକ ବ୍ୟବହାର ଯୋଗୁ ସାରା ବିଶ୍ୱରେ ପ୍ରାୟ ୩୦ କୋଟି ପୂର୍ଣ୍ଣକାଳୀନ କର୍ମଚାରୀ ଛଟେଇ ହୋଇପାରନ୍ତି । ଲୋକମାନେ କାମ ହରାଇଲେ ଅସ୍ଥିରତା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇପାରେ।
ବିଶ୍ୱରେ ଆମେରିକା, କାନାଡା, ସ୍ବିଡେନ, ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଚାଇନା, ନରଓ୍ବେ, ରୁଷିଆ, ଭାରତ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପ୍ରମୁଖ ଦେଶଗୁଡ଼ିକ ଏଆଇ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଏଥିଯୋଗୁ ବିଶ୍ୱରେ ଏଆଇ ବଜାର ୨୦୨୨ରେ ୧୩୬.୫୫ ବିଲିୟନ ଡଲାରରେ ପହଞ୍ଚିଛି। ଏହା ୨୦୩୦ ସୁଦ୍ଧା ୧୮୧୧.୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ଆଧୁନିକ ଟେକ୍ନୋଲୋଜିର ବିକାଶ ଦ୍ୱାରା ସ୍ବାସ୍ଥ୍ୟ, ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ ଭଳି ଶ୍ରମ ଓ ସେବା କ୍ଷେତ୍ର ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଏହାପରେ ଅନ୍ୟସବୁ କ୍ଷେତ୍ର ପ୍ରଭାବିତ ହେବାର ସମ୍ଭାବନା ରହିଛି। ଭାରତର ଅର୍ଥନୀତି ମୁଖ୍ୟତଃ ସେବା କ୍ଷେତ୍ର ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ଏଆଇ ବ୍ୟବହାର ଯେତିକି ବୃଦ୍ଧି ପାଇବ କର୍ମଚାରୀଙ୍କ ଚାହିଦା ସେତିକି କମିବ ଅର୍ଥାତ୍‌ ଅଧିକରୁ ଅଧିକ ଲୋକ ନିଯୁକ୍ତି ସୁଯୋଗରୁ ବଞ୍ଚତ୍ତ ହେବେ। ଭାରତରେ ଏଆଇ ବଜାରର ଅଭିବୃଦ୍ଧିକୁ ଲକ୍ଷ୍ୟ କଲେ ଏଭଳି ସ୍ଥିତି ଶୀଘ୍ର ଆସିବ ବୋଲି କୁହାଯାଇପାରେ। କାରଣ ଭାରତର ଏଆଇ ବଜାର ୨୦୨୨ରେ ୬୮୦ ମିଲିୟନ ଡଲାର ଥିବାବେଳେ ୨୦୨୫ ସୁଦ୍ଧା ୧୧,୭୮୧ ମିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।
ସବୁଠୁ ଚିନ୍ତାଜନକ ହେଉଛି, ଏଆଇର ବ୍ୟବହାର ସେନା କ୍ଷେତ୍ରରେ ବୃଦ୍ଧିପାଇଲେ ପ୍ରତିରକ୍ଷା କାର୍ଯ୍ୟକଳାପ ନିୟନ୍ତ୍ରଣ ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଜି୭ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଏଆଇ ପାଇର୍ଁ ଏହାକୁ ବିକାଶ କରୁଥିବା ଦେଶ କିମ୍ବା ସଂସ୍ଥାଗୁଡ଼ିକ ଲାଗି ‘କୋଡ୍‌ ଅଫ କଣ୍ଡକ୍ଟ’ ଆଣିବାକୁ ଏକମତ ହୋଇଛି। ଏହାକୁ ଲକ୍ଷ୍ୟ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଏଆଇ ପାଇଁ ‘ସେଫ୍ଟି ଆଣ୍ଡ ସିକ୍ୟୁରିଟି’ ମାନକ ସ୍ଥିର କରିଛନ୍ତି। ଏଆଇକୁ କିଭଳି ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରାଯିବ, ତାହା ନିଶ୍ଚିତ କରିବା ଲାଗି ଇଂଲଣ୍ଡ ବୈଶ୍ୱିକ ଏଆଇ ସୁରକ୍ଷା ସମ୍ମିଳନୀ ଆୟୋଜନ କରିସାରିଛି। କିନ୍ତୁ ଏଆଇର କ୍ରମବିକାଶ ଓ ପ୍ରତିଯୋଗିତାକୁ ଲକ୍ଷ୍ୟ କଲେ ଏହାକୁ ନିୟନ୍ତ୍ରଣ କରାଯିବା କଷ୍ଟକର ହୋଇପଡ଼ିଲାଣି। ଆଣବିକ ଅସ୍ତ୍ର କ୍ଷେତ୍ରରେ ଯଦି ଏଆଇ ବ୍ୟବହାର କରାଯାଏ ତେବେ ଭବିଷ୍ୟତରେ ଏହାର ପ୍ରୟୋଗକୁ କେହି ଆଉ ରୋକିପାରିବେ ନାହିଁ। ଅର୍ଥାତ୍‌ ଏକ ବଡ଼ ବିନାଶକୁ ଆମନ୍ତ୍ରଣ କରିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri