ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ: କେବଳ ଷ୍ଟେଶନରୁ…

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସପ୍ତାହନ୍ତ ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ ରହିବ। କେବଳ ରେଳ ଷ୍ଟେଶନରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ଷ୍ଟେଶନରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ବସ୍‌ ଯିବ। ସେହିଭଳି ବିମାନବନ୍ଦରରୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ସଟଲ ସେବା ମିଳିବ ବୋଲି କ୍ରୁଟ୍‌ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।