କାର୍ଯ୍ୟ ବୋଝରେ ଠିକା ଶ୍ରମିକ

ବଅଁରପାଳ,୧ା୫ (ଡି.ଏନ.ଏ.): ଶ୍ରମିକଙ୍କ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଏହା ସତ୍ତ୍ୱେ ଶ୍ରମିକମାନେ ଆଜି ଅବହେଳିତ ଅବସ୍ଥାରେ ରହିଛନ୍ତି। ଦୀର୍ଘବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ ହେଁ ଆବଶ୍ୟକ ପାରିଶ୍ରମିକ ଓ ସୁବିଧା ସୁଯୋଗ ସେମାନଙ୍କୁ ମିଳିପାରୁ ନ ଥିବା ଏବେ ବି ଅଭିଯୋଗ ହେଉଛି। ସେହିପରି ସ୍ଥାୟୀ ଶ୍ରମିକମାନେ ଅବସର ନେଉଥିବାବେଳେ ନୂତନ ନିଯୁକ୍ତି କ୍ଷେତ୍ରରେ ଅବହେଳା କରାଯାଉଥିବାରୁ ଦିନକୁ ଦିନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଫଳରେ ଠିକା ଶ୍ରମିକମାନଙ୍କ ଉପରେ କାର୍ଯ୍ୟର ବୋଝ ବଢ଼ୁଛି। ଏପରି କି ଉତ୍ପାଦନ କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ଅନୁଗୋଳ ଜିଲାର ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲ୍‌କୋ ଏହାର ଏକ ଉଦାହରଣ।
ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ସିପିପି ଓ ସ୍ମେଲଟରରେ ସ୍ଥାୟୀ କର୍ମଚାରୀଙ୍କ ବ୍ୟତୀତ ୪ ହଜାରରୁ ଅଧିକ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। ପ୍ଲାଣ୍ଟ ନିର୍ମାଣରେ ଏହି ଶ୍ରମିକମାନଙ୍କର ବହୁ ଅବଦାନ ରହିଛି। ହେଲେ କର୍ତ୍ତୃପକ୍ଷ ଅନେକ ସମୟରେ ଏହି ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେଉଛି। କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଠିକାଶ୍ରମିକ କାର୍ଯ୍ୟରତ ଥିବାବେଳେ ଅନେକ ସମୟରେ କୁଶଳୀ ଶ୍ରମିକଙ୍କୁ ଅଣକୁଶଳୀଙ୍କ ପ୍ରାପ୍ୟ ଦିଆଯାଉଛି। ସେହିପରି ନିୟମ ଅନୁଯାୟୀ ମହିଳା ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ଶିଶୁର ଲାଳନପାଳନ ନିମନ୍ତେ କାରଖାନା ପକ୍ଷରୁ ସାଧାରଣତଃ ଶିଶୁପାଳନ ଗୃହ ବା କ୍ରେଚ୍‌ କରାଯିବାର ଆବଶ୍ୟକତା ରହିଛି। ମହିଳା ଶ୍ରମିକମାନେ ପ୍ଲାଣ୍ଟକୁ ଯିବା ପୂର୍ବରୁ ଶିଶୁମାନଙ୍କୁ ଏହି ଗୃହରେ ଛାଡି ଯାଇଥାନ୍ତି। ମାତ୍ର ସିପିପି ଓ ସ୍ମେଲଟରରେ ଥିବା କ୍ରେଚ୍‌ରେ ଦୀର୍ଘବର୍ଷ ହେଲା ତାଲା ଝୁଲୁଛି। ୨୦୦୭ଠାରୁ ନୂତନ ନିଯୁକ୍ତି କ୍ଷେତ୍ରକୁ ଅଣଦେଖା କରାଯାଉଛି। କେବଳ କେତେଜଣ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନ୍ୟମାନଙ୍କ ପାଇଁ ସୁଯୋଗ ପ୍ରାୟତଃ ନାହିଁ। ଏବେ ପ୍ରତ୍ୟେକ ମାସରେ ନାଲ୍‌କୋରୁ ୩୦ରୁ ୪୦ କର୍ମଚାରୀ ଅବସର ଗ୍ରହଣ କରୁଛନ୍ତି। ଯେଉଁ ଜମିହରା କ୍ଷତିଗ୍ରସ୍ତଙ୍କୁ ଚାକିରି ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅନେକ ୩ରୁ ୪ ବର୍ଷ ମଧ୍ୟରେ ଅବସର ନେଇଯିବେ। ଏଥିଯୋଗୁ ପ୍ଲାଣ୍ଟରେ ମାନବ ସମ୍ବଳ କମିଯିବ। ବରିଷ୍ଠ ଓ ଅଭିଜ୍ଞ କର୍ମଚାରୀମାନେ ଚାକିରିରୁ ଅବସର ନେବା ପରେ ବହୁ ସମସ୍ୟା ଉପୁଜିବ। କିନ୍ତୁ ନୂତନ ନିଯୁକ୍ତି କ୍ଷେତ୍ରରେ ନାଲ୍‌କୋ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରିପାରୁ ନାହାନ୍ତି। ତେଣୁ ଠିକା ଶ୍ରମିକମାନଙ୍କ ଉପରେ କାର୍ଯ୍ୟ ବୋଝ ଅଧିକ ପଡ଼ିବ ବୋଲି ଶ୍ରମିକ ନେତାମାନେ ମତ ପ୍ରକାଶ
କରିଛନ୍ତି। ଏ ସମ୍ପର୍କରେ ନାଲ୍‌କୋ ମାନବ ସମ୍ବଳ ବିଭାଗ ଉପମହାପ୍ରବନ୍ଧକ ସୁନୀଲ ମହାପାତ୍ର କହିଛନ୍ତି, ପ୍ରତ୍ୟେକ ମାସରେ ୩୦ରୁ ୪୦ କର୍ମଚାରୀ ଅବସର ନେଉଛନ୍ତି। ତେଣୁ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ନୂତନ ନିଯୁକ୍ତି ପାଇଁ ନାଲ୍‌କୋ କର୍ପୋରେଟ୍‌ ପକ୍ଷରୁ ନିର୍ଦ୍ଦେଶ ଆସିଲେ ସେ ଦିଗରେ ପଦକ୍ଷେପ ନିଆଯିବ।

ମାନବ ସମ୍ବଳ କମୁଛି
ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ୨୬୦୦ ସ୍ଥାୟୀ କର୍ମଚାରୀ ଥିଲେ। ଏବେ ସେମାନଙ୍କ ସଂଖ୍ୟା ୧୬୦୦। ସେହିପରି ସିପିପିରେ ୧୨oo କର୍ମଚାରୀ ଥିଲେ। ଏବେ ମାତ୍ର ୪୭୮ ଜଣ କାର୍ଯ୍ୟରତ ଅଛନ୍ତି। ପ୍ଲାଣ୍ଟରେ ଧୀରେ ଧୀରେ ମାନବ ସମ୍ବଳ କମୁଥିବାରୁ ନୂତନ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉ।
-ବିଭବ ଜେନା, ସାଧାରଣ ସମ୍ପାଦକ, ନାଲ୍‌କୋ ଶ୍ରମିକ କଂଗ୍ରେସ
ପ୍ରତିବାଦ ନିମନ୍ତେ ଶ୍ରମିକ ଏକତ୍ରିତ ହୁଅନ୍ତୁ
କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ପ୍ରତି ନାଲ୍‌କୋ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। କର୍ମଚାରୀଙ୍କ ସରଳତାର ଫାଇଦା ଉଠାଉଛନ୍ତି। ଶ୍ରମିକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ କଲେ ସମସ୍ତ ଦାବି ପୂରଣ ହୋଇପାରିବ।
-ମନୋଜ ଅମାନ୍ତ, ସାଧାରଣ ସମ୍ପାଦକ, ବିଦ୍ୟୁତ୍‌ ମଜଦୁର ସଂଘ
ସ୍ବୀକୃତିପ୍ରାପ୍ତ ନିର୍ବାଚନ ହେଉନି
ଉଭୟ ସ୍ମେଲଟର ଓ ସିପିପିରେ ଦୀର୍ଘବର୍ଷ ହେଲା ସ୍ବୀକୃତିପ୍ରାପ୍ତ ସଂଘ ପାଇଁ ନିର୍ବାଚନ ହେଉନି। ଫଳରେ ଶ୍ରମିକ ସଙ୍ଗଠନ ଓ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରୁନାହିଁ। ଏଥିଯୋଗୁ ଶ୍ରମିକମାନଙ୍କ ସମସ୍ୟା ସମାଧାନ ହେଉନାହିଁ।
-ବୈରାଗୀ ସେଠ, ସାଧାରଣ ସମ୍ପାଦକ, ନେପୁ
ମୌଳିକ ଦାବି ପୂରଣ ହେଉନି
ନାଲ୍‌କୋରେ କର୍ମଚାରୀମାନଙ୍କ ଅନେକ ସମସ୍ୟା ରହିଛି। ଏ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଉଛି। ହେଲେ ସେସବୁ ପୂରଣ କରିବା ଦିଗରେ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ।
-ମୁନା ସାମଲ, ସଭାପତି, ଆଲୁମିନିୟମ୍‌ ମଜଦୁର ସଂଘ


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri