ଆକର୍ଷଣ ସାଜିବ ହାଓଡା ପୋଲ ତୋରଣ

ବାଲେଶ୍ୱର ଅଫିସ,୧।୫: ବାଲେଶ୍ୱର ସହର ଦାମୋଦରପୁର ସ୍ଥିତ ଶ୍ରୀଶ୍ରୀ ଶ୍ୟାମସୁନ୍ଦରପୁର ଜୀଉ ମନ୍ଦିର ସମ୍ମୁଖରେ ଥିବା ପୋଖରୀରେ ଚନ୍ଦନ ଯାତ୍ରାର ସୁବର୍ଣ୍ଣଜୟନ୍ତୀ ପାଳନ କରାଯାଉଛି। ଏହି ଉତ୍ସବର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲାଗିଛନ୍ତି ଶ୍ୟାମସୁନ୍ଦରପୁର ଜୀଉ ଯୁବକ ସଂଘର ସଦସ୍ୟ। ଚଳିତବର୍ଷ ଆକର୍ଷଣରେ ରହିବ ବିଭିନ୍ନ ଦାମୀ ଆଲୋକରେ ସୁସଜ୍ଜିତ ‘ହାଓଡା ପୋଲ’ ଓ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ତୋରଣ।
୧୯୭୦ରୁ ଆରମ୍ଭ ହୋଇଥିବା ଏହି ଚନ୍ଦନ ଉତ୍ସବ ଦାମୋଦରପୁରର ପୁରାତନ ଉତ୍ସବ। ପ୍ରତିବର୍ଷ ଉତ୍ସବକୁ ନିଆରା କରିବା ପାଇଁ ଉଦ୍ୟମ ହୋଇଥାଏ। ଯେପରି ପୂର୍ବବର୍ଷଗୁଡ଼ିକରେ ବାହୁବଳୀ ପ୍ୟାଣ୍ଡେଲ, ଅକ୍ଷରଧାମ, ପାଣି ଭିତରେ ଶିବ ମୂର୍ତ୍ତି, ପୋଖରୀ ଭିତରେ ୧୦୦୮ଦୁର୍ଗା ମୂର୍ତ୍ତି ଆଦି ନିର୍ମାଣ କରାଯାଇଥିଲା। ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସେହିପରି ଚଳିତବର୍ଷ ମେ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ଶ୍ୟାମସୁନ୍ଦର ଜୀଉ ସାର୍ବଜନୀନ ସୁବର୍ଣ୍ଣ ଜୟନ୍ତୀ ଚନ୍ଦନ ସମିତି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚନ୍ଦନର ପୁରୁଣା ପ୍ରଥା ଅନୁଯାୟୀ, ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ପାଖରେ ଦହି ପଖାଳ ଓ ଶାଗ ଭୋଗ ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯିବ। ୭ ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଗ୍ରାମର ଯୁବକଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯିବ। ପ୍ରଥମ ୩ଦିନ ସନ୍ଧ୍ୟାରେ ପ୍ରଭୁ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରାଯିବା ପରେ ଆଳତୀ ଏବଂ ପରେ ପୋଖରୀରେ ଚାପଖେଳ ଉତ୍ସବ ଅନୁଷ୍ଠିତ ହେବ। ହରିଦ୍ୱାର, ଋଷିକେଶରେ ଯେଉଁଭଳି ଗଙ୍ଗା ଆଳତି ହୋଇଥାଏ, ସେହିପରି ଏଠାରେ ଆଳତି ହେବାର ଯୋଜନା ରହିଛି। ପ୍ରତିଦିନ ସନ୍ଧ୍ୟାରେ ପୋଖରୀ ଘାଟରେ ଶ୍ରଦ୍ଧାଳୁମାନେ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବେ।
ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ୨୩ରୁ ୨୫ ଲକ୍ଷ ଟଙ୍କା ବଜେଟ୍‌ ହୋଇଛି। କୋଲକାତାର ‘ହାଓ୍ବଡ଼ା ପୋଲ’ ଓ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ସୁସଜ୍ଜିତ ଆଲୋକର ତୋରଣ ନିର୍ମାଣ ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହାଓଡା ପୋଲର ନିର୍ମାଣ ପାଇଁ ବାଲେଶ୍ୱରର କାରିଗର ସୁକୁମାର ମାଈତି ଦାୟିତ୍ୱ ନେଇଥିବା ବେଳେ ଉଭୟ ହାଓଡା ପୋଲ ଓ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଆଲୋକ ସଂଯୋଗୀକରଣ ପାଇଁ ବାଲେଶ୍ୱରର ସଞ୍ଜୀବ ପାତ୍ର ଦାୟିତ୍ୱ ନେଇଛନ୍ତି। ଏହି କାର୍ଯ୍ୟ ପାଇଁ କୋଲକତାରୁ ୪୦ ଜଣ ଦକ୍ଷ କାରିଗରଙ୍କ ସହିତ ବାଲେଶ୍ୱରର କାରିଗର ସାମିଲ୍‌ ହୋଇଛନ୍ତି। ପୋଲ ଉପରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଲାଇଟ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ତ୍ରିରଙ୍ଗାର ୩ରଙ୍ଗକୁ କିଛି ସମୟ ଅନ୍ତରରେ ପ୍ରଦର୍ଶିତ କରାଯିବା ବୋଲି ସମିତିର ସଭାପତି ସୁରଝଙ୍କାର ସେଠୀ ସୂଚନା ଦେଇଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri