ସ୍କ୍ରାପ୍‌ ନାମରେ ଚାଲିଛି ଚୋରା କାରବାର

କେନ୍ଦୁଝର,୧ା୫(ସ୍ବ.ପ୍ର.): କେନ୍ଦୁଝର ସହରରେ ବେଆଇନ ଭାବେ ଛତୁ ଫୁଟିଲା ଭଳି ସ୍କ୍ରାପ୍‌ (ଅବ୍ୟବହୃତ ଲୁହା ସାମଗ୍ରୀ)ବ୍ୟବସାୟ ବଢ଼ିବାରେ ଲାଗିଛି। ବିଶେଷ କରି ରାଜ୍ୟ ବାହାରର ବେପାରୀମାନେ ବିଭିନ୍ନ ସ୍ଥାନରେ ଜାଗା ଭଡ଼ାରେ ନେଇ ଗୋଦାମ କରି ବେପାର ଚଳାଇଛନ୍ତି। କଟକଣା ଅଭାବରୁ ବ୍ୟବସାୟୀମାନେ କୌଣସି ନୀତି ନିୟମ ନ ମାନି ବିଭିନ୍ନ ପ୍ରକାର ସ୍କ୍ରାପ ସଂଗ୍ରହ କରିବା ସହ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ବିନା ଜିଏସ୍‌ଟି ବିଲ୍‌ରେ ଲୁଚାଛପାରେ ବାହାରକୁ ଚାଲାଣ କରୁଥିବାରୁ ବ୍ୟାପକ ରାଜସ୍ବହାନି ହେଉଛି। ଏଥିସହ ଭଙ୍ଗା ଗାଡ଼ି ସଂଗ୍ରହ ଓ ଚାଲାଣର ହିସାବ ରହୁ ନ ଥିବାରୁ ବହୁ ଚୋରା ଗାଡ଼ି ସ୍କ୍ରାପ୍‌ କରି ଚାଲାଣ କରିଦିଆଯାଉଥିବା ଅଭିଯୋଗ ହେଉଛି। କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟ ମୋହନ କୁମାରଙ୍କ ସ୍କ୍ରାପ୍‌ ଗୋଦାମରୁ ରୋଡ୍‌ ରୋଲର ଜବତ ଘଟଣା ଏହାର ଉଦାହରଣ ଭାବେ ନିଆଯାଇପାରେ।
ପ୍ରକାଶ ଯେ, କେନ୍ଦୁଝର ସହର କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟ ମୋହନ କୁମାରଙ୍କ ସ୍କ୍ରାପ ଗୋଦାମରୁ ଏପ୍ରିଲ ୨୮ରେ ଦୁଇଟି ରାସ୍ତା କାମରେ ବ୍ୟବହୃତ ରୋଲର ପୋଲିସ ଜବତ୍‌ କରିଥିଲା। ଘଟଣାରେ ରୋଲର ବିକ୍ରି କରିଥିବା ଲୋକଙ୍କୁ ପୋଲିସ ଗିରଫ କରିଥିଲେ ହେଁ ରୋଲର କିଣିଥିବା ବେପାରୀଙ୍କୁ ପୋଲିସ ପଚାରାଉଚୁରା କରି ଛାଡ଼ି ଦେଇଥିଲା। ଏଭଳି ବହୁ ଗାଡ଼ି ଓ ମେଶିନକୁ ବେଆଇନ ଓ ଚୋରାରେ ଅଣାଯାଇ ସ୍କ୍ରାପ୍‌ ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। କେତେକ ଜିଏସ୍‌ଟି ନମ୍ବର ରଖି ବ୍ୟବସାୟ କରୁଥିଲେ ହେଁ ସ୍କ୍ରାପ କିଣିବା ବେଳେ ରସିଦ ଦେଉ ନ ଥିବା, ଲୁଚାଛପାରେ ଚାଲାଣ କରୁଥିବାରୁ ବ୍ୟାପକ ଜିଏସ୍‌ଟି ଫାଙ୍କି ହେଉଛି। କୌଣସି ଗାଡ଼ି କିମ୍ବା ଲୁହା ସାମଗ୍ରୀ ବିକୁଥିବା ଲୋକଙ୍କଠାରୁ କୌଣସି ତଥ୍ୟ ରଖା ଯାଉ ନ ଥିବାରୁ ବହୁ ଚୋରା କାରବାର ହେଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ଟାଉନରେ ୧୫ରୁ ଊର୍ଦ୍ଧ୍ୱ ଛୋଟ, ବଡ଼ ସ୍କ୍ରାପ ଗୋଦାମ ଥିବା ବେଳେ ବଡ଼ ଦୋକାନୀ ତଥ୍ୟ ରଖୁଥିବା କହିଥିବା ବେଳେ ଛୋଟ ଓ ମଧ୍ୟମ ସ୍କ୍ରାପ୍‌ର ତଥ୍ୟ ରଖିବା ସୁବିଧାଜନକ ନୁହେଁ । ଛୋଟ ଛୋଟ ସାମଗ୍ରୀ ବିନା ବିଲରେ ରଖୁଛୁ ଓ ସେମାନଙ୍କୁ ବିଲ ଦେବା ସମ୍ଭବପର ନୁହେଁ ବୋଲି ଗୋଦାମ ମାଲିକମାନେ କହିଥିଲେ। ଏହି ଆଳରେ କିଛି ନିଶାଶକ୍ତ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରି ଏଠାରେ ବିକ୍ରି କରି ଅର୍ଥ ନେଇ ନିଶା ଖାଉଛନ୍ତି। ଏଣୁ ପୋଲିସ ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ନେଇ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି, ବିନା କାଗଜପତ୍ର ଯାଞ୍ଚରେ ଓ ବିକ୍ରେତାଙ୍କ ପରିଚୟ ନ ଜାଣି କିପରି ଗୋଦାମ ମାଲିକ ରୋଲର ଭଳି ମୂଲ୍ୟବାନ ଗାଡ଼ି କିଣିଲେ। ପୋଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ ନ କରି ଛାଡ଼ି ଦେବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି। ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି, ଛତୁ ଫୁଟିବା ଭଳି ସ୍କ୍ରାପ୍‌ ଗୋଦାମ ଖୋଲିବା ଫଳରେ ଚୋରି ବଢ଼ିଛି। ବାହାର ରାଜ୍ୟର ବେପାରୀ ଏହି କାମ କରୁଥିବାରୁ ସେମାନେ କାହାର ଅନୁମତି ନେଇ କରୁଛନ୍ତି। କୌଣସି ଅଘଟଣ ଘଟିଲେ କିଏ ଉତ୍ତରଦାୟୀ ରହିବେ ବୋଲି ପ୍ରଶ୍ନ କରିଥିଲେ। ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି, ସ୍କ୍ରାପ୍‌ ଗୋଦାମ ସବୁ ଜନବସତି ନିକଟରେ ରହିଛି। ଏଣୁ ନିଅଁା ଲାଗିବା ଭଳି କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବେ। ବାହାରୁ ଗାଡ଼ି ଆଣାଯାଇ ଏଠାରେ ବିକ୍ରି ହେଉଛି। ଏଣୁ ଚୋରି ହେଉଥିବା ଗାଡ଼ି ଷ୍କ୍ରାପ୍‌ ହୋଇଯାଉନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ପ୍ରଶାସନ ସବୁ ଦୃଷ୍ଟିକୋଣରୁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି। କେନ୍ଦୁଝର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ସ୍କ୍ରାପ୍‌ ବ୍ୟବସାୟୀଙ୍କ କାର୍ଯ୍ୟ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri