Posted inଜାତୀୟ

ବିରୋଧୀଙ୍କୁ ସନ୍ଦେଶଖାଲି ମନା

କୋଲକାତା/ନୂଆଦିଲ୍ଲୀ,୧୭।୨(ପି.ଟି.): ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲି ବ୍ଲକ୍‌ ଅଞ୍ଚଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମିକୁ ବଳପୂର୍ବକ ଦଖଲ ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଭାଜପା ଓ କଂଗ୍ରେସର ବରିଷ୍ଠ ନେତାମାନେ ଉକ୍ତ ଅଞ୍ଚଳକୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ବଢ଼ାଇବା ସହ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଜାତୀୟ ଅନୁସୂଚିତ ଜାତି କମିଶନ (ଏନ୍‌ସିଏସ୍‌ସି) ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିସ କରିଥିବା ଏହାର ଅଧ୍ୟକ୍ଷ ଅରୁଣ ହାଲଦାର କହିଛନ୍ତି। ସନ୍ଦେଶଖାଲିରେ ମହିଳାମାନଙ୍କୁ ଟିଏମ୍‌ସି ସମର୍ଥକମାନେ ହଇରାଣ କରିବା ସହ ନିର୍ଯାତନା ଦେଉଥିବା କମିଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଦିନକ ପୂର୍ବରୁ କମିଶନ ସନ୍ଦେଶଖାଲି ଗସ୍ତ କରିଥିଲେ।
ସନ୍ଦେଶଖାଲିରେ ଟିଏମ୍‌ସିର କେତେଜଣ ନେତା ଗାଁର ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଅତ୍ୟାଚାର କରୁଥିବା ଅଭିଯୋଗରେ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଜୋର୍‌ଦାର ହୋଇଛି। ଜାତୀୟ ସ୍ତରରେ ଇଣ୍ଡିଆ ମେଣ୍ଟରେ ଟିଏମ୍‌ସି ରହିଥିଲେ ମଧ୍ୟ ପଶ୍ଚିମବଙ୍ଗରେ କଂଗ୍ରେସର ବରିଷ୍ଠ ନେତାମାନେ ଟିଏମ୍‌ସିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସନ୍ଦେଶଖାଲି ମାମଲାରେ ସେମାନେ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍‌ ସନ୍ଦେଶଖାଲି ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ମମତା ସନ୍ଦେଶଖାଲି ପ୍ରସଙ୍ଗକୁ ରାଜନୀତିକରଣ ଓ ସାମ୍ପ୍ରଦାୟିକୀକରଣ କରୁଥିବା ଅଧୀର ଅଭିଯୋଗ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଏବଂ ଅନ୍ନପୂର୍ଣ୍ଣା ଦେବୀଙ୍କ ନେତୃତ୍ୱରେ ଭାଜପାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ସନ୍ଦେଶଖାଲି ଯିବାବେଳେ ପୋଲିସ ସେମାନଙ୍କୁ ରାମପୁର ନିକଟରେ ଅଟକାଇଥିଲା। ଘଟଣାସ୍ଥଳକୁ ମାତ୍ର ୪ ଜଣଙ୍କୁ ଛାଡ଼ିବା ପାଇଁ ଭାଜପା ପ୍ରତିନିଧି କହିବା ସତ୍ତ୍ୱେ ପୋଲିସ ସେମାନଙ୍କୁ ଅନୁମତି ଦେଇ ନ ଥିଲା ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ଫଳରେ ପ୍ରତିନିଧି ଦଳ ସେଠାରେ ଧାରଣାରେ ବସିଥିଲେ। ପରେ ସେମାନେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ଭେଟିଛନ୍ତି। ପୋଲିସ ଅପରାଧୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ମନ୍ତ୍ରୀ ଭୌମିକ କହିଛନ୍ତି। ୧୪୪ ଧାରା ଆଳରେ ଭାଜପାର ସତ୍ୟ ଅନୁସନ୍ଧାନକାରୀ ଟିମ୍‌କୁ ସନ୍ଦେଶଖାଲି ଯିବାକୁ ଦିଆଗଲା ନାହିଁ। ଏପରିକି ୨ ଜଣ ମହିଳା ସଦସ୍ୟଙ୍କୁ ଛାଡ଼ିବା ନିମନ୍ତେ ଅନୁରୋଧକୁ ମଧ୍ୟ ପୋଲିସ ପ୍ରତ୍ୟାଖ୍ୟାନ କରିଦେଇଥିଲା ବୋଲି ଭୌମିକ କହିଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗଠନ କରିଥିବା ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ସୁନୀତା ଡୁଗଲ, କବିତା ପଟିଦାର, ସଙ୍ଗୀତା ଯାଦବ ଏବଂ ବ୍ରିଜ୍‌ ଲାଲ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri