Posted inଖେଳ

ଶରଣାର୍ଥୀ ଦଳ ମୁଖ୍ୟ କରୋନା ପଜିଟିଭ

ଟୋକିଓ,୧୯।୭: ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଶରଣାର୍ଥୀ ଦଳ ମୁଖ୍ୟ ପୂର୍ବତନ ଡିଷ୍ଟାନ୍ସ ରନର ଟେଗ୍‌ଲା ଲୋରୋପ କରୋନା ପଜିଟିଭ ବୋଲି ଜଣାପଡିଛି। କୋଭିଡ୍‌-୧୯ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା। କାତାରର ଦୋହାସ୍ଥିତ ଟ୍ରେନିଂ ସେଣ୍ଟରରୁ ଟୋକିଓ ପ୍ରସ୍ଥାନ କରିବା ପୂର୍ବରୁ ହିଁ ଲୋରୋପ ପଜିଟିଭ ବୋଲି ଜଣାପଡିଥିଲେ। ଆସନ୍ତା ଶୁକ୍ରବାରଠାରୁ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଲୋରୋପ ପଜିଟିଭ ହେବା କାରଣରୁ ଶରଣାର୍ଥୀ ଦଳ ଟୋକିଓ ପହଞ୍ଚିବାରେ ବିଳମ୍ବ ହୋଇଛି।
ଆଗାମୀ କିଛି ଦିନ ମଧ୍ୟରେ ଦଳର ସଦସ୍ୟମାନେ ଟୋକିଓ ଯାତ୍ରା କରିବା ଆଶା କରାଯାଉଛି। କିନ୍ତୁ ଲୋରୋପ ସେଠାରେ ରହିବେ। ଶରଣାର୍ଥୀ ଦଳରେ ଜଣେ ଅଫିସିଆଲ କରୋନା ପଜିଟିଭ ବୋଲି ଆଇଓସି ତରଫରୁ ପୂର୍ବରୁ କୁହାଯାଇଥିଲା। ତେବେ ଦୋହାରେ ଥିବା ୨୬ ଆଥ୍‌ଲେଟ ଓ ଅନ୍ୟ ଅଫିସିଆଲମାନେ ଟେଷ୍ଟରେ ନେଗେଟିଭ ବୋଲି କୁହାଯାଇଥିଲା। ସେପଟେ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ରହୁଥିବା ୨ଜଣ ଆଥ୍‌ଲେଟ ପଜିଟିଭ ବୋଲି ରବିବାର ଆୟୋଜକମାନେ କହିଛନ୍ତି। କ୍ରୀଡ଼ାଗ୍ରାମରେ ଏମାନେ ପ୍ରଥମ ପଜିଟିଭ ବୋଲି କୁହାଯାଇଛି। ଏହି ଦୁଇ ଆଥ୍‌ଲେଟଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ।
ମାନବିକ ଅଧିକାରକୁ ଦୃଷ୍ଟିରେ ରଖି ଏହି ଶରଣାର୍ଥୀ ଦଳକୁ ଆଇଓସି ବେଶ୍‌ ପ୍ରୋତ୍ସାହିତ କରୁଛି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଏକ ୧୦ ଜଣିଆ ଶରଣାର୍ଥୀ ଦଳ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲା। କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଏହାର ଦୁଇଗୁଣରୁ ଅଧିକ ଆଥ୍‌ଲେଟ ଅଂଶଗ୍ରହଣ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri