ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରତିଫଳନ : ଚ୍ୟାଉ ପଟ୍ଟନାୟକ

ବ୍ରହ୍ମପୁର ଅଫିସ,୨୮ା୨:  ଗଞ୍ଜାମ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୨୨ ଜିଲା ପରିଷଦ ଜୋନର ଫଳାଫଳ ଶନିବାର ପ୍ରକାଶ ପାଇବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁ ଜୋନ ବିଜେଡି ସପକ୍ଷରେ ଯାଇଥିବାରୁ ବିରୋଧୀ ଦଳକୁ ହତୋତ୍ସାହ କରିଦେଇଛି। ଭାଜପା ୨୧ ଜୋନ୍‌ରେ ବିଜେଡିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକର ୫୯ନଂ. ଜୋନରେ ନିର୍ବାଚିତ ଶାସକ ଦଳର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହୋଇଛି କଂଗ୍ରେସ। ସେଠାକାର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ପାରିବାପଣିଆ ପଦାକୁ ଆସିଛି। ୨୨ ଜୋନର ଭୋଟ ଗଣତିରୁ ପ୍ରଚଣ୍ଡ ଶଙ୍ଖ ଧ୍ୱନିରେ ପଦ୍ମ ପାଖୁଡ଼ା ଝଡ଼ି ପଡ଼ିଥିବା ସ୍ପଷ୍ଟ ହୋଇଛି। ରବିବାର ଦ୍ୱିତୀୟ ଗଣତିରେ ମଧ୍ୟ ସବୁଠି ବିଜେଡି ଆଗୁଆ ଥିବା ଖବର ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ବିଜେଡି ପୁନର୍ବାର ବାଜିମାତ କରୁଥିବାରୁ ନେତା ଓ କର୍ମୀ ଅଧିକ ଉତ୍ସାହିତ ହୋଇଛନ୍ତି।
କୁକୁଡ଼ାଖଣ୍ଡି ବ୍ଲକର ୮ନଂ. ଜୋନ୍‌ରେ ୨୦୧୭ ନିର୍ବାଚନରେ ଜିଲାର ଏକମାତ୍ର କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ଖଟେଇ ନିର୍ବାଚିତ ହୋଇଥିଲେ। ଏଥର ସେହି ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ବିଜେଡିରୁ ଶିବାନୀ ସେଠୀ ଓ ଭାଜପାରୁ ଲକ୍ଷ୍ମୀ ଦାସଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ୯୩୦୦ରୁ ଊର୍ଦ୍ଧ୍ୱ ଭୋଟରେ ଶଙ୍ଖ ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହି ଜୋନଟି କଂଗ୍ରେସର ହାତଛଡ଼ା ହୋଇଛି। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ. ଜୋନରେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ବିନୋଦ ମିଶ୍ର ଜିତିଥିଲେ। ଏଥର ସେହି ଜୋନ ମହିଳାଙ୍କ ଲାଗି ସଂରକ୍ଷିତ ଥିବାରୁ ବିଜେଡିରୁ ଏସ୍‌.ରାଜେଶ୍ୱରୀ ଦୋରା ଏବଂ ଭାଜପାରୁ କାଜଲ ପାତ୍ର ମଇଦାନରେ ଥିଲେ। ସଂଘର୍ଷପୂର୍ଣ୍ଣ ଲଢ଼େଇରେ ୨୨୦୦ରୁ ଅଧିକ ଭୋଟରେ ଶଙ୍ଖ ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହି ଜୋନଟି ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ସଭାପତି ବିଭୂତି ଜେନାଙ୍କ ଅଞ୍ଚଳ ହୋଇଥିବାରୁ ତାଙ୍କୁ ଶକ୍ତ ଧକ୍କା ଲାଗିଛି।
ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ପ୍ରଥମ ପର୍ଯ୍ୟାୟ ଜୋନସ୍ତରର ଭୋଟ ଗଣତିରୁ ଅନ୍ୟ ୨୦ ଜୋନରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଥିଲେ ମଧ୍ୟ ସମସ୍ତେ ବିଜେଡିକୁ କଡ଼ା ମୁକାବିଲା କରିଛନ୍ତି। ସେହିପରି ଗଞ୍ଜାମ ବ୍ଲକର ଚର୍ଚ୍ଚିତ ୧୪ନଂ. ଜୋନକୁ ସସ୍ମିତା ସ୍ବାଇଁ ବିଜେଡିରୁ ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଭାସିନୀ ନାୟକ ୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଚିତପଟାଙ୍ଗ ହୋଇଛନ୍ତି। ୧୪ନଂ. ଜୋନ ଅତୀତରେ ସିପିଏମ୍‌ର ଦୁର୍ଗ ଥିଲା ଓ ଏଥର ରସାତଳକୁ ଗଲା। ଏହି ବ୍ଲକର ୧୫ନଂ. ଜୋନରେ ରବିବାର ଭୋଟ ଗଣତି ଚାଲିଛି। ସେଠାରେ ଦୁଇ କମ୍ୟୁନିଷ୍ଟ ସିପିଏମ୍‌ ଓ ସିପିଆଇ ପ୍ରାର୍ଥୀ ଦେଇଛନ୍ତି। ତେବେ ବିଜେଡି ଓ ଭାଜପା ମଧ୍ୟରେ ମୁକାବିଲା ହୋଇଥିବା ବାମପନ୍ଥୀ ନେତାଙ୍କ ସୂତ୍ରରୁ ଜଣାପଡ଼ିିଛି।
ପ୍ରଥମ ପର୍ଯ୍ୟାୟ ଫଳାଫଳ ଏକପାଖିଆ ଭାବେ ବିଜେଡିକୁ ଜୟଯାତ୍ରା କରାଇଥିବାରୁ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆତ୍ମବିଭୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନ, ଗ୍ରାମାଞ୍ଚଳରେ ବହୁମୁଖୀ ବିକାଶ କରିଥିବା ଏବଂ ତାଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବା ବେଳେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ରାଜ୍ୟରେ ସ୍ଥିର ରାଜନୀତି ପାଇଁ ଏହି ସଫଳତା ମିଳିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଭାଜପା ନେତା କାହ୍ନୁ ଚରଣ ପତି କହିଛନ୍ତି, ନିର୍ବାଚନରେ ସରକାରୀ କଳର ବିଜେଡି ପ୍ରତି ଅହେତୁକ ଅନୁଗ୍ରହ, ଭୋଟ ଗ୍ରହଣ ବେଳେ ନାନା ଅସଂଗତି, ବାହୁ ଓ ଅର୍ଥବଳ ପ୍ରୟୋଗ ଆଦି କାରଣରୁ ଶାସକ ଦଳ ଫାଇଦା ମାରିବାକୁ ସକ୍ଷମ ହେଉଛି। ଭାଜପାର ନେତୃତ୍ୱ ସଙ୍କଟ ଆଉ ଏକ କାରଣ ଯୋଗୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପତି ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri