ଜଳ ସ୍ରୋତ ହ୍ରାସ: ମହାନଦୀ ମଝିରେ ବାଲିପଠା ସୃଷ୍ଟି

ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ପ୍ରବାହିତ ହୋଇଥିବା ମହାନଦୀ ବଙ୍ଗୋସାଗରର ମୁହାଣରେ ମିଶ୍ରଣ ହୋଇଛି। ହେଲେ ମୁହାଣ ମୁହଁ ଅଧ କିମି ଦୂରଠାରୁ ଦଶ କିମି ଦୂର ପର୍ଯ୍ୟନ୍ତ ବାଲି ଚର ବୃଦ୍ଧି ପାଉଛି। ଫଳରେ ସାମୁଦ୍ରିକ ଲୁଣା ଜଳ ଉପର ମୁଣ୍ଡକୁ ପ୍ରବାହିତ ହେଉଛି। ଅପରପକ୍ଷରେ ମହାନଦୀର ଉପର ମୁଣ୍ଡରୁ ମଧୁର ଜଳ ପ୍ରବାହିତ ହ୍ରାସ ପାଉଛି। ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଚାଷୀମାନେ ବିଭିନ୍ନ ସମସ୍ୟାରେ ପଡିଥିବା ଅଭିଯୋଗ କରିଛନ୍ତି।
ଦିନ ଥିଲା ମହାନଦୀ ମୁହାଣର ୨୦ କିମି ଭୂତମୁଣ୍ଡାଇ ସେତୁ ପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ମାଛ ମାରି ମତ୍ସ୍ୟଜୀବୀମାନେ ଜୀବିକା ନିର୍ବାହ କରୁଥିଲେ। ଲବଣାକ୍ତ ଜଳ ବଢିବା ଓ ମଧୁର ଜଳ ପ୍ରବାହିତ ହ୍ରାସ ପାଇବା ଯୋଗୁ ମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ଦିନକୁ ୨ରୁ ୩ ହଜାର ଟଙ୍କାର ମାଛ ମାରୁଥିଲେ। ଅଦ୍ୟାବଧି ଦିନକୁ ମଜୁରି ଉଠିବା କଷ୍ଟ ହେଉଛି ବୋଲି ବହାକୁଦ ଗ୍ରାମର ମତ୍ସ୍ୟଜୀବୀ ଟୁମୁଣି ବେହେରା କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ବରଜ ବାହାକୁଦ, ଆଖଡ଼ାସାହି ସମେତ ଅନ୍ୟ ଅଞ୍ଚଳର ଚାଷୀମାନେ ଏହି ମହାନଦୀ ମଧୁର ଜଳରେ ବର୍ଷ ସାରା ଖରିଫ୍‌ ଫସଲ, ଖରଦିନିଆ ଡାଳୁଆ ଧାନ, ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ବ୍ଲକର ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ଓ ଆଖଡ଼ାସାହି ନିକଟରେ ମହାନଦୀ ମଝି ଅଂଶରେ ବଡ ବଡ ବଣ ବୁଦା, ବାଲି ପଙ୍କ ଜମିବା ସହ ପଠା ସୃଷ୍ଟିହୋଇଛି। ଏଥିଯୋଗୁ ଚିରସ୍ରୋତା ମହାନଦୀ ଜଳ ପ୍ରବାହିତ ପଥ ଅବରୋଧ ହେବାରେ ଲାଗିଛି। ପାରାଦୀପ ଶିଳ୍ପ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ଜଳ ମହାନଦୀକୁ ପ୍ରଦୂଷିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷରେ ମହାନଦୀରେ ଅପ୍ରାକୃତିକ ଭାବେ ପଠା ସୃଷ୍ଟି ହେବା ଯୋଗୁ ତା’ର ପୂର୍ବ ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। ଯେଉଁ ସ୍ଥାନରେ ପୂର୍ବରୁ ଦେଶୀ ବିଦେଶୀ ପକ୍ଷୀମାନଙ୍କର ଜଳ କ୍ରୀଡ଼ାର ଭୂସ୍ବର୍ଗ ପାଲଟିଥିଲା ଓ କୋଳାହଳ ରାବ ଶୁଭୁଥିଲା ତାହା ଏବେ ନିସ୍ତବ୍ଧ ଓ ବାଲିର ଠିକଣା ପାଲଟିଛି। ମହାନଦୀ ଗତିପଥର ଠିକଣା ବଦଳି ଯାଇଛି ବୋଲି ବୁଦ୍ଧିଜୀବୀ ଓ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri