୮.୧କୁ ହ୍ରାସ

ଶ୍ରମିକ ଏବଂ କର୍ମଚାରୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଆସିଛି ବୋଲି ବାରମ୍ବାର ଘୋଷଣା କରାଯାଉଛି। କିନ୍ତୁ ୧୨ ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଉପରେ ଥିବା ସୁଧ ହାରକୁ ୮.୫ ପ୍ରତିଶତରୁ ୮.୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୭୭-୭୮ରୁ ଏହା ସବୁଠାରୁ କମ୍‌ ସୁଧହାର ବୋଲି ବିବେଚନା କରାଯାଉଛି। ସାଧାରଣତଃ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଅର୍ଥ ଜମା କରୁଥିବା ବ୍ୟକ୍ତି ବହୁ କଷ୍ଟରେ ଉପାର୍ଜନ କରିଥାଆନ୍ତି। ଅବସର ବୟସରେ ଏହି ପାଣ୍ଠିରୁ ମିଳୁଥିବା ଅର୍ଥ ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେଇଥାଏ। କୋଭିଡ୍‌-୧୯ ଯୋଗୁ ବହୁ କର୍ମଚାରୀ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ବର୍ତ୍ତମାନ ଆହୁରି ଅନେକ କାରଣ ଯଥା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଫଳରେ ତୈଳ ଦର ବୃଦ୍ଧି ଆଶଙ୍କା, ଖାଦ୍ୟଦ୍ରବ୍ୟ ଆମଦାନୀ ପାଇଁ ଅଧିକ ଅର୍ଥ ବ୍ୟୟ ଭଳି ସମସ୍ୟା ଯୋଗୁ ବଜାରରେ ସାମଗ୍ରୀର ଦର ବହୁଗୁଣା ବଢ଼ିଯାଇଛି। କର୍ମଚାରୀ ଓ ଶ୍ରମିକଙ୍କ ପେଟକୁ ମାରି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅତ୍ୟନ୍ତ ଅନ୍ୟାୟ ବୋଲି କହି ଶ୍ରମିକ ସଙ୍ଗଠନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କରିବେ ବୋଲି ଡାକରା ଦେଇଛନ୍ତି।

କେନ୍ଦ୍ରରେ ବର୍ତ୍ତମାନ କ୍ଷମତାସୀନ ସରକାରଙ୍କ କର୍ପୋରେଟ୍‌ ପ୍ରୀତି ଆଭିମୁଖ୍ୟ ବିଷୟରେ ଦେଶବାସୀ ଅବଗତ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବା ହେଉ ବା ସରକାରୀ ସଂସ୍ଥା ପରିସରରେ ବଳକା ଜମିକୁ ଲିଜ୍‌ ଓ ସ୍ଥଳବିଶେଷରେ ବିକ୍ରି କରି ମନିଟାଇଜେଶନ ବା ମୁଦ୍ରୀକରଣ କରୁଥିବା ସରକାର କେବଳ ରାଜସ୍ବ ଆଦାୟ ପଛରେ ପଡ଼ିଯାଇଛନ୍ତି। କିନ୍ତୁ ଯଦି ଏହିସବୁ ବିକ୍ରିବଟାକୁ ଗଭୀର ଭାବେ ଦେଖାଯାଏ ତେବେ ରାଜକୋଷକୁ ଅଧିକ ସମୃଦ୍ଧ କରିବା ପରିବର୍ତ୍ତେ ଏହି ପଦକ୍ଷେପଗୁଡ଼ିକ କେବଳ ନିଜର ବଛା ଓ ହାତଗଣତି ଶିଳ୍ପପତିଙ୍କୁ ଅତ୍ୟଧିକ ମାତ୍ରାରେ ଧନୀ କରାଇଦେଉଛି। କୃଷକ ଓ ଶ୍ରମିକଙ୍କ ମଙ୍ଗଳ ବିଷୟ କେବଳ ଭାଷଣରେ ଦିଆଯାଉଛି। ବିବାଦୀୟ କୃଷି ଆଇନ ଯୋଗୁ ଦେଶବ୍ୟାପୀ କେଉଁଭଳି ସ୍ଥିତି ଉପୁଜିଲା ତାହା ଜଗତ ଜାଣିଲା। ପୁଣି ଶ୍ରମ ଆଇନରେ ସଂସ୍କାର ଅଣାଯାଇ ଯେଉଁ ୪ଟି ଲେବର କୋଡ୍‌ ଅଣାଯାଇଛି ତାହା ମଧ୍ୟ ବିବାଦମୁକ୍ତ ନୁହେଁ। ଦି କୋଡ୍‌ ଅନ୍‌ ଓ୍ବେଜେସ୍‌ ୨୦୧୯, ଦି କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି ୨୦୨୦, ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍ସ କୋଡ୍‌ ୨୦୨୦ ଏବଂ ଅକ୍ୟୁପେଶନାଲ୍‌ ସେଫ୍ଟି, ହେଲ୍‌ଥ ଆଣ୍ଡ୍‌ ଓ୍ବାର୍କିଂ କଣ୍ଡିସନ୍ସ କୋଡ୍‌ ୨୦୨୦ରେ ଶ୍ରମିକଙ୍କ ମଙ୍ଗଳ ଅପେକ୍ଷା ଶିଳ୍ପକୁ ସୁହାଇଲା ଭଳି ବିଷୟକୁ ସନ୍ନିବେଶିତ କରାଯାଇଛି ବୋଲି ଶ୍ରମିକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଚାଲିଛନ୍ତି। ଏଥିରେ କେନ୍ଦ୍ରର ଆର୍ଥିକ ସହଯୋଗ ନେଇ କୌଣସି ସ୍ପଷ୍ଟତା ରହି ନ ଥିବାରୁ ତାହାକୁ ବିରୋଧ କରାଯାଉଛି। ଏଭଳି ସ୍ଥଳେ ଇପିଏଫ୍‌ ସୁଧ ହାର କମାଇ ଦିଆଯାଇ ସରକାର କେଉଁଭଳି ଭାବେ ଶ୍ରମିକଙ୍କ ମଙ୍ଗଳ ଚିନ୍ତା କରୁଛନ୍ତି ବୁଝିବା କଷ୍ଟକର। ଗୋଟିଏ ପଟେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ଇଚ୍ଛାକୃତ ଖିଲାପକାରୀ ହୋଇଥିବା ବ୍ୟକ୍ତି ଓ କମ୍ପାନୀକୁ ଆର୍ଥିକ ଛାଡ଼ କରିଦିଆଯାଉଥିବା ବେଳେ ସାଧାରଣ ଶ୍ରମିକ ଓ କର୍ମଚାରୀଙ୍କ ଇପିଏଫ୍‌ ଉପରେ ଦିଆଯାଉଥିବା ସ୍ବଳ୍ପ ପରିମାଣର ସୁଧ ହାର କମାଇବା ସକାଶେ ଚିନ୍ତା କରାଯିବା ସରକାରଙ୍କ ଦୋମୁହଁା ନୀତିର ପରିଚୟ ଦେଉଛି। ଏଥିସହିତ ଜୀବନ ବୀମା ନିଗମ (ଏଲ୍‌ଆଇସି) ଭଳି ଲାଭଦାୟକ ସଂସ୍ଥାର ଅଂଶଧନ ବିକ୍ରି କରିବା ପଛରେ କେଉଁ ପ୍ରକାର ଚିନ୍ତାଧାରା ରହିଛି ବୁଝିବା ସହଜ। ଯେତେବେଳେ ଦେଶର ସମଗ୍ର ଶ୍ରମିକ ସମୂହ ଏକ ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସେତେବେଳେ ସେମାନଙ୍କୁ ଆର୍ଥିକ ନିରାପତ୍ତା ଦେବା ପରିବର୍ତ୍ତେ ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ୍ଧନ (ପିଏମ୍‌-ଏସ୍‌ଓ୍ବାଇଏମ୍‌) କିମ୍ବା ବେପାରୀ ଓ ଆର୍ଥିକ ସ୍ବାବଲମ୍ବୀଙ୍କ ପାଇଁ ଜାତୀୟ ପେନ୍‌ସନ ଯୋଜନା ଭଳି କାନକୁ ଭଲ ଶୁଭୁଥିବା କାର୍ଯ୍ୟକ୍ରମ ବିଷୟରେ କେବଳ ଭାଷଣ ଦେଇଚାଲିଛନ୍ତି। ଚିନ୍ତାର ବିଷୟ ଯେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ)ର ଶୀର୍ଷ ନୀତି ନିର୍ଦ୍ଧାରକ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ରେ ସରକାର, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତିନିଧିଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦିଆଯାଇଛି। କିନ୍ତୁ କେନ୍ଦ୍ର ସରକାର ଯାହା ଚାହିଁଥାଆନ୍ତି ସେହି ଅନୁଯାୟୀ ନିଷ୍ପତ୍ତି ନିଆଯାଉଥିବା ଅଭିଯୋଗ ହେଉଛି।
ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ୧୦ ମାର୍ଚ୍ଚରେ ପ୍ରକାଶ ପାଇବା ଓ ସେଥିରେ ଭାଜପା ୪ଟିରେ ବିଜୟ ଲାଭ କଲା ପରେ, ହୁଏତ, କେନ୍ଦ୍ରର ଭାଜପା ସରକାର ପୁନର୍ବାର ନିଜର ନୀତି ପଦାରେ ପକାଇଲେଣି। ଏହାର ଦୁଇ ଦିନ ପରେ ଶ୍ରମିକ ଓ କର୍ମଚାରୀଙ୍କୁ ବାଧିଲା ଭଳି ଇପିଏଫ୍‌ଓ ସୁଧ ହାର କମାଇ ଦିଆଯାଇଥିବାରୁ ବିରୋଧୀ ତାହାକୁ କେନ୍ଦ୍ର ସରକାରଙ୍କ ଭୋଟ୍‌ର ପ୍ରତିଦାନ ବୋଲି ଅଭିହିତ କରିଛନ୍ତି। ପୂର୍ବ ପରିଚିତ ବୃହତ୍‌ ବିରୋଧୀ ଦଳଗୁଡ଼ିକ ନିଜର ସ୍ଥିତି ହରାଇଲା ପରେ କହୁଥିବା ସବୁକଥା ଅବାଞ୍ଛିତ ଶୁଣାଯାଇପାରେ, କିନ୍ତୁ ବାସ୍ତବତାକୁ ଏଡ଼ାଇହେବ ନାହିଁ।

ଯଦି ମୁଦ୍ରୀକରଣ ମାଧ୍ୟମରେ ବିକ୍ରିବଟାକୁ ଗଭୀର ଭାବେ ଦେଖାଯାଏ ତେବେ ରାଜକୋଷକୁ ଅଧିକ ସମୃଦ୍ଧ କରିବା ପରିବର୍ତ୍ତେ ଏହି ପଦକ୍ଷେପଗୁଡ଼ିକ କେବଳ ନିଜର ବଛା ଓ ହାତଗଣତି ଶିଳ୍ପପତିଙ୍କୁ ଅତ୍ୟଧିକ ମାତ୍ରାରେ ଧନୀ କରାଇଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri