Posted inଫୁରସତ

ବିପଦ କମାଇଛି ବିପର୍ଯ୍ୟୟ ନିୟନ୍ତ୍ରଣ

ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମଣିଷ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼। ସେହିପରି ମନୁଷ୍ୟକୃତ ବିପର୍ଯ୍ୟୟ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଉପଯୁକ୍ତ ନିୟନ୍ତ୍ରଣ ତଥା ପରିଚାଳନା ବ୍ୟବସ୍ଥା ଗ୍ରହଣ ଦ୍ୱାରା ବିପର୍ଯ୍ୟୟ ପୂର୍ବ ଏବଂ ପରବର୍ତ୍ତୀ କାର୍ଯ୍ୟ ତ୍ୱରାନ୍ବିତ ହୁଏ। ଫଳରେ ଧନଜୀବନ କମ୍‌ ନଷ୍ଟ ହେବା ସହିିତ କ୍ଷୟକ୍ଷତିକୁ ହ୍ରାସ କରାଯାଇ ପାରିଥାଏ। ତେଣୁ ବିପର୍ଯ୍ୟୟ ନିୟନ୍ତ୍ରଣ ଏବେ ଆଶାର କିରଣ ପାଲଟିଛି। ପୃଥିବୀ ବ୍ୟାପୀ ଗତ ଦୁଇବର୍ଷ ଧରି ଜାରି ରହିଥିବା କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ବିଭିନ୍ନ ଦେଶ ତଥା ଜାତିସଂଘର ଭିନ୍ନ ଭିନ୍ନ ଶାଖା ସଂସ୍ଥା ପକ୍ଷରୁ ଜାରି ରହିଥିବା କାର୍ଯ୍ୟରୁ ଏହା ସହଜରେ ଅନୁମାନ କରାଯାଇ ପାରେ। ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତି ଦ୍ୱାରା ବହୁ ବିପଦ ଟଳି ଯାଇଥାଏ। ତେଣୁ ମାନବ ସମାଜକୁ ବିପର୍ଯ୍ୟୟରୁ ସୁରକ୍ଷା ଯୋଗାଇ ଦେବା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ନେଇ ଜାତିସଂଘର ଅନୁମୋଦନ ଅନୁସାରେ ପ୍ରତିବର୍ଷ ଅକ୍ଟୋବର ୧୩ରେ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଇଥାଏ। ବିପର୍ଯ୍ୟୟ ବିପଦ ହ୍ରାସ, ବାସସ୍ଥାନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବିପର୍ଯ୍ୟୟରୁ ସୁରକ୍ଷିତ କରିବା, ଲୋକଙ୍କୁ ସ୍ଥାନାନ୍ତର ଏହି ଦିବସର ମୂଳ ଲକ୍ଷ୍ୟ। ପ୍ରାକୃତିକ ବିପଦ ହେଉ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକର ପ୍ରସ୍ତୁତି ଦ୍ୱାରା ବହୁ ଜୀବନ ରକ୍ଷା ହୋଇ ପାରିଥାଏ। ମାନବ ସମାଜକୁ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ ପାଇଁ ୧୯୮୯ରୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୨ରେ ଜାତିସଂଘର ମହାସଭାରେ ବିପର୍ଯ୍ୟୟ ନିୟନ୍ତ୍ରଣ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପରେ ୨୦୦୯ରେ ପ୍ରତିବର୍ଷ ଅକ୍ଟୋବର ୧୩କୁ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯିବା ସହିତ ବିପର୍ଯ୍ୟୟର ପ୍ରଭାବ କିପରି ହ୍ରାସ କରାଯିବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri