Posted inଫୁରସତ

ବିପଦ କମାଇଛି ବିପର୍ଯ୍ୟୟ ନିୟନ୍ତ୍ରଣ

ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମଣିଷ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼। ସେହିପରି ମନୁଷ୍ୟକୃତ ବିପର୍ଯ୍ୟୟ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଉପଯୁକ୍ତ ନିୟନ୍ତ୍ରଣ ତଥା ପରିଚାଳନା ବ୍ୟବସ୍ଥା ଗ୍ରହଣ ଦ୍ୱାରା ବିପର୍ଯ୍ୟୟ ପୂର୍ବ ଏବଂ ପରବର୍ତ୍ତୀ କାର୍ଯ୍ୟ ତ୍ୱରାନ୍ବିତ ହୁଏ। ଫଳରେ ଧନଜୀବନ କମ୍‌ ନଷ୍ଟ ହେବା ସହିିତ କ୍ଷୟକ୍ଷତିକୁ ହ୍ରାସ କରାଯାଇ ପାରିଥାଏ। ତେଣୁ ବିପର୍ଯ୍ୟୟ ନିୟନ୍ତ୍ରଣ ଏବେ ଆଶାର କିରଣ ପାଲଟିଛି। ପୃଥିବୀ ବ୍ୟାପୀ ଗତ ଦୁଇବର୍ଷ ଧରି ଜାରି ରହିଥିବା କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ବିଭିନ୍ନ ଦେଶ ତଥା ଜାତିସଂଘର ଭିନ୍ନ ଭିନ୍ନ ଶାଖା ସଂସ୍ଥା ପକ୍ଷରୁ ଜାରି ରହିଥିବା କାର୍ଯ୍ୟରୁ ଏହା ସହଜରେ ଅନୁମାନ କରାଯାଇ ପାରେ। ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତି ଦ୍ୱାରା ବହୁ ବିପଦ ଟଳି ଯାଇଥାଏ। ତେଣୁ ମାନବ ସମାଜକୁ ବିପର୍ଯ୍ୟୟରୁ ସୁରକ୍ଷା ଯୋଗାଇ ଦେବା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ନେଇ ଜାତିସଂଘର ଅନୁମୋଦନ ଅନୁସାରେ ପ୍ରତିବର୍ଷ ଅକ୍ଟୋବର ୧୩ରେ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଇଥାଏ। ବିପର୍ଯ୍ୟୟ ବିପଦ ହ୍ରାସ, ବାସସ୍ଥାନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବିପର୍ଯ୍ୟୟରୁ ସୁରକ୍ଷିତ କରିବା, ଲୋକଙ୍କୁ ସ୍ଥାନାନ୍ତର ଏହି ଦିବସର ମୂଳ ଲକ୍ଷ୍ୟ। ପ୍ରାକୃତିକ ବିପଦ ହେଉ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକର ପ୍ରସ୍ତୁତି ଦ୍ୱାରା ବହୁ ଜୀବନ ରକ୍ଷା ହୋଇ ପାରିଥାଏ। ମାନବ ସମାଜକୁ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ ପାଇଁ ୧୯୮୯ରୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୨ରେ ଜାତିସଂଘର ମହାସଭାରେ ବିପର୍ଯ୍ୟୟ ନିୟନ୍ତ୍ରଣ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପରେ ୨୦୦୯ରେ ପ୍ରତିବର୍ଷ ଅକ୍ଟୋବର ୧୩କୁ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯିବା ସହିତ ବିପର୍ଯ୍ୟୟର ପ୍ରଭାବ କିପରି ହ୍ରାସ କରାଯିବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri