Posted inଜାତୀୟ

ହାଇ ଆଲର୍ଟରେ ଲାଲ୍‌କିଲ୍ଲା

ନୂଆଦିଲ୍ଲୀ, ୧୨ା୮: ୭୪ତମ ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ନିଷିଦ୍ଧ ଶିଖ୍‌ ଫର୍‌ ଜଷ୍ଟିସ (ଏସ୍‌ଏଫ୍‌ଜେ) ଖଲିସ୍ତାନ ପତାକା ଉଡ଼ାଇବା ଲାଗି ଷଡ଼ଯନ୍ତ୍ର କରୁଛି। ଯଦି କେହି ଏଭଳି କାର୍ଯ୍ୟରେ ସଫଳ ହୁଏ, ତେବେ ତାଙ୍କୁ ୧.୨୫ ହଜାର ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଏସ୍‌ଏଫ୍‌ଜେ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଖବର ମିଳିବା ପରେ ସୁରକ୍ଷା ସଂସ୍ଥାଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏଥିଲାଗି ଲାଲ୍‌କିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।
ସ୍ବାଧୀନତା ଦିବସ ଲାଗି ଦିଲ୍ଲୀର ପ୍ରତି ଗଳିକନ୍ଦିରେ ୪୫ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଏମାନଙ୍କ ସହ ଲାଲ୍‌କିଲ୍ଲା ପରିସରରେ ୫ କି.ମି. ପରିସର ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଅଟ୍ଟାଳିକାରେ ୨ ହଜାରରୁ ଅଧିକ ସ୍ନିପର ମୁତୟନ ହେବେ। ଏସ୍‌ଏଫଜେ କେବଳ ଭୟ ସୃଷ୍ଟିକରିବା ଲାଗି ଏଭଳି ପ୍ରୟାସ କରିଛି ବୋଲି ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ସ୍ବାଧୀନତା ଦିବସରେ ସୁରକ୍ଷାବଳୟ ଭେଦ କରିବା ସହଜ ନୁହେଁ, ଯଦି କୌଣସି ସନ୍ଦିଗ୍ଧଙ୍କୁ ଧରାଯିବ, ତାଙ୍କୁ ହାଜତକୁ ନିଆଯିବ ବୋଲି ସେ କହିଛନ୍ତି।
ଏସ୍‌ଏଫ୍‌ଜେର ଆଟର୍ନି ଆଣ୍ଡ ଜେନେରାଲ କାଉନ୍‌ସେଲ ଗୁର୍‌ପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ ସୋସିଆଲ ନେଟ୍‌ଓ୍ବର୍କ ସାଇଟ୍‌ସରେ ଏଭଳି ମେସେଜ୍‌ ଦେବା ସହ ପୁରସ୍କାର ଘୋଷଣା କରିବା ପରେ ଏନେଇ ବିଶେଷ ସତର୍କତା ଗ୍ରହଣ କରାଯାଇଛି। ଖଲିସ୍ତାନ ସପକ୍ଷବାଦୀମାନେ ଗତ ମାସରେ ବିଚ୍ଛିନ୍ନତାବାଦୀ ଏଜେଣ୍ଡା ସମ୍ପର୍କରେ ଦର୍ଶାଇ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଠାରେ ସ୍ବାଧୀନତା ଦିବସରେ ଭୋଟର ପଞ୍ଜୀକରଣ କ୍ୟାମ୍ପ କରିବା ଲାଗି ଘୋଷଣା କରିଥିଲେ। ଏଥିଲାଗି ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ସତର୍କ କରାଯାଇଥିଲା। ପାକିସ୍ତାନରୁ ଏସ୍‌ଏଫ୍‌ଜେକୁ ବିପୁଳ ଟଙ୍କା ଓ ନୈତିକ ସମର୍ଥନ ମିଳୁଥିବାବେଳେ ଖଲିସ୍ତାନ ଆନ୍ଦୋଳନକୁ ଏମାନେ ବ୍ୟାପକ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri