ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା -ବିପଦସଙ୍କୁଳ ସମୁଦ୍ର ସ୍ନାନ ଉପରେ କଟକଣା

ପୁରୀ ଅଫିସ, ୫ା୫: ଗତ ଦୁଇଦିନରେ ପୁରୀ ସମୁଦ୍ରରେ ବୁଡ଼ି ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ପ୍ରଶାସନର ଚେତା ପଶିଛି। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରି ସୁଖଦ ଅନୁଭୂତି ନେଇ ଫେରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ବେଳାଭୂମିରେ ନାଲିପତାକା ଲଗାଯିବା ସହ ପର୍ଯ୍ୟଟକଙ୍କୁ ସଚେତନତା କରାଯାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ବେଳାଭୂମିର ସେକ୍ଟର ୧୩ରେ ଗତ ଦୁଇଦିନରେ ୪ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଥିବାରୁ ସେଠାରେ ନାଲି ପତାକା ଲଗାଯାଇଛି। ଏହାବ୍ୟତୀତ ସେକ୍ଟର ୧୧, ୧୨ ଓ ୧୪ରେ ମଧ୍ୟ ନାଲି ପତାକା ଲଗାଯାଇଛି। ଏହାଦ୍ୱାରା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରି ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରିଛି। ନାଲି ପତାକା ଲଗାଯାଇଥିବା ସ୍ଥାନରେ ପର୍ଯ୍ୟଟକମାନେ ଯେଭଳି ସ୍ନାନ ନ କରିବେ ସେନେଇ ଲାଗିଛି କଟକଣା। ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡମାନେ ବିପଦପୂର୍ଣ୍ଣ ସ୍ଥାନରେ ନ ଗାଧୋଇବା ପାଇଁ ପର୍ଯ୍ୟଟକଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ଏହାକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି।
ପୁରୀର ବିସ୍ତୀର୍ଣ୍ଣ ବେଳାଭୂମିକୁ ୧୬ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୧୦୦ ଜଣ ସରକାରୀ ଲାଇଫଗାର୍ଡ ଓ ୩୫୦ ଜଣ ବେସରକାରୀ ଲାଇଫଗାର୍ଡ ମୁତୟନ ରହୁଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ଖାମଖିଆଲି ମନୋଭାବ ଏବଂ ଅସାବଧାନତା ଯୋଗୁ ସମୁଦ୍ର ସ୍ନାନ ବେଳେ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି ବୋଲି ଲାଇଫ୍‌ଗାର୍ଡ ବି. ଆରିଆ କହିଛନ୍ତି। ସେହିପରି ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ତେଣୁ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫଗାର୍ଡ ମୁତୟନ ସହ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ମତ ଦେଇଛନ୍ତି। ଅନ୍ୟପଟେ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫଗାର୍ଡଙ୍କ ଅଭାବ ଥିବା ପୁରୀ ଜିଲାପାଳ ସମର୍ଥ ବର୍ମା ସ୍ବୀକାର କରିଛନ୍ତି। ଖୁବଶୀଘ୍ର ଲାଇଫଗାର୍ଡଙ୍କ ସଂଖ୍ୟା ବୃଦ୍ଧି ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ ବର୍ମା କହିଛନ୍ତି। ତେବେ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫଗାର୍ଡ ମୁତୟନ ସହ ପ୍ରଶାସନ ପକ୍ଷରୁ ବିଭିନ୍ନ ଭାଷାରେ ସାଇନ୍‌ ବୋର୍ଡ ଲଗାଯିବା ଦିଗରେ ପ୍ରଶାସନ ଧ୍ୟାନ ଦେଲେ ସମୁଦ୍ରରେ ଏଭଳି ଅଘଟଣକୁ ରୋକାଯାଇପାରନ୍ତା ବୋଲି ଅନେକ ପର୍ଯ୍ୟଟକ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri