ଲାଲ୍‌ ରାଇଜ

ଲୋହିତ ଗ୍ରହ ମଙ୍ଗଳ ଜଳ ଓ ଜୀବନର ଉପସ୍ଥିତି ଦୃଷ୍ଟିରୁ ମଣିଷ ପାଇଁ ସର୍ବଦା ଏକ ରହସ୍ୟ, ରୋମାଞ୍ଚଘେରା ରାଇଜ ହୋଇ ରହିଆସିଛି। ପୃଥିବୀ ସହିତ ଏହି ଗ୍ରହର ଅନେକ ସାମଞ୍ଜସ୍ୟ ରହିଛି। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଫଳରେ ଆମ ଗ୍ରହ ଭଳି ମଧ୍ୟ ଏଠାରେ ଋତୁଚକ୍ରର ମଧୁର ରାସଲୀଳା ଦେଖିବାକୁ ମିଳେ। ମଙ୍ଗଳ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍‌ ୩୫ ସେକେଣ୍ଡ ସମୟ ନେଇଥାଏ, ଯାହା ପୃଥିବୀର ଦୈନିକ ଘୂର୍ଣ୍ଣନକାଳ ସଙ୍ଗେ ପ୍ରାୟ ସମାନ। ଫଳରେ ମଙ୍ଗଳରେ ପ୍ରତି ୧୨ ଘଣ୍ଟା ଅନ୍ତରାଳରେ ଦିନ ଓ ରାତିର ପରିବର୍ତ୍ତନ ଘଟିଥାଏ। ମଙ୍ଗଳର ପୃଥିବୀ ଭଳି ଏକ ବାୟୁମଣ୍ଡଳ ଅଛି ଯାହା ବିଭିନ୍ନ ଗ୍ୟାସ୍‌ର ମିଶ୍ରଣ; ଅବଶ୍ୟ ଏହି ବାୟୁମଣ୍ଡଳ ଅତି ପତଳା। ପୃଥିବୀ ଭଳି ମଙ୍ଗଳର ଦୁଇ ମେରୁରେ ପ୍ରଚୁର ଜଳ ବରଫ ଆକାରରେ ଗଚ୍ଛିତ ଅଛି।
ମଙ୍ଗଳର ଦୁଇଟି ଛୋଟ ଚନ୍ଦ୍ର ରହିଛି ଯଥା ଡିମସ୍‌ ଓ ଫୋବସ୍‌। ଏ ପର୍ଯ୍ୟନ୍ତ ମନୁଷ୍ୟ ମଙ୍ଗଳ ଗ୍ରହକୁ ସମୁଦାୟ ୧୮ଟି ଅନ୍ତରୀକ୍ଷ ଅଭିଯାନ ପ୍ରେରଣ କରିଛି, ଯାହାମଧ୍ୟରୁ କେବଳ ୯ଟି ଅଭିଯାନ ସୁରକ୍ଷିତ ରୂପେ ଗ୍ରହର ପୃଷ୍ଠ ଉପରେ ଅବତରଣ କରିଛି। ଆଜିଯାଏ କୌଣସି ଦେଶ ମଙ୍ଗଳ ଗ୍ରହକୁ ମାନବ ରହିଥିବା ଅଭିଯାନ ପ୍ରେରଣ କରିବା ପାଇଁ ସକ୍ଷମ ହୋଇନାହିଁ। ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳକୁ ଏକ ମାନବସ୍ଥିତ ଅଭିଯାନ ପ୍ରେରଣ କରିବା ପାଇଁ ଆଶା ବାନ୍ଧିଛି। ସେହିପରି, ଜାପାନ୍‌ର ଅନ୍ତରୀକ୍ଷ ସଂସ୍ଥା ଜାପାନ୍‌ ଏରୋସ୍ପେସ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍ସି ମଙ୍ଗଳର ଦୁଇ ଚନ୍ଦ୍ରକୁ ଏକ ଅଭିଯାନ ପ୍ରେରଣ କରିବାକୁ ଯୋଜନା କରିଛି। ଏହି ଅଭିଯାନର ନାମ ମାର୍ସ ମୁନ୍‌ସ ଏକ୍ସପ୍ଲୋରେସନ (ଏମ୍‌ଏମ୍‌ଏକ୍ସ), ଯାହା ଫୋବସ୍‌ର ପୃଷ୍ଠରେ ଅବତରଣ କରି ସେଠାରୁ କିଛି ମୃତ୍ତିକା ଓ ନମୁନା ସଂଗ୍ରହ ପୂର୍ବକ ପୃଥିବୀକୁ ୨୦୨୯ ମସିହାରେ ଫେରିଆସିବ। ନାସାର ଯୋଜନା ଅନୁଯାୟୀ, ମଙ୍ଗଳକୁ ମାନବଯୁକ୍ତ ଅଭିଯାନ ଚାରି ପର୍ଯ୍ୟାୟ ବିଶିଷ୍ଟ ହେବ ଏବଂ ଏଥିନିମନ୍ତେ ଏହାର ଚନ୍ଦ୍ର ଫୋବସ୍‌ ଏକ ବିଶେଷ ଭୂମିକା ବହନ କରିବ। ପ୍ରଥମ ଅଭିଯାନ ମଙ୍ଗଳ ଗ୍ରହକୁ ଆବଶ୍ୟକୀୟ ସାମଗ୍ରୀ ପରିବହନ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲାବେଳେ ଦ୍ୱିତୀୟ ଅଭିଯାନକୁ ଫୋବସ୍‌କୁ ବାସୋପଯୋଗୀ କରିବା ଓ ତୃତୀୟ ଅଭିଯାନକୁ ମହାକାଶଚାରୀମାନଙ୍କୁ ପୃଥିବୀ ପ୍ରତ୍ୟାବର୍ତ୍ତନ ନିମନ୍ତେ ବ୍ୟବହାର କରାଯିବ। ଚତୁର୍ଥ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ୪ ଜଣ ଅନ୍ତରୀକ୍ଷଚାରୀଙ୍କୁ ଫୋବସ୍‌ରୁ ନେଇ ଏକ କ୍ୟାପସୁଲ୍‌କୁ ମଙ୍ଗଳର ପୃଷ୍ଠରେ ଅବତରଣ କରାଯିବ। ନାସାର ଏହି ଉଦ୍ୟମ ସଫଳ ହେଲେ ଆଗାମୀ ୨୦୩୦ରୁ ୨୦୪୦ ମସିହା ମଧ୍ୟରେ ପୃଥିବୀର ପ୍ରଥମ ମନୁଷ୍ୟ ମଙ୍ଗଳ ପୃଷ୍ଠରେ ପଦାର୍ପଣ କରିବ ବୋଲି ଆଶା କରାଯାଏ।
ପରିବେଶ ପ୍ରଦୂଷଣ ତଥା ମନୁଷ୍ୟର ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ହେତୁ ଆମର ସୁନ୍ଦର ଗ୍ରହ ପୃଥିବୀ କ୍ରମଶଃ ଜୀବନଅନୁପଯୋଗୀ ପାଲଟି ଯାଉଛି। ଦିନ ଆସିବ, ମଣିଷକୁ ପୃଥିବୀ ଛାଡ଼ି ଅନ୍ୟ କୌଣସି ଗ୍ରହ ରାଇଜରେ ବସା ବାନ୍ଧିବାକୁ ପଡ଼ିବ। ମଣିଷର ଏହି ସୁଦୂର ଓ ମହତ୍ତ୍ୱାକାଂକ୍ଷୀ ଅନ୍ବେଷଣରେ ଆମର ପଡ଼ୋଶୀ ଲୋହିତ ଗ୍ରହ ମଙ୍ଗଳ ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ

ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ...

ସୋସିଆଲ ମିଡିଆରୁ ସମ୍ପର୍କ କରି ଯାଉଛନ୍ତି କି ଡେଟ୍‌ରେ…

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ...

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ...

ବାୟୁରେ ଅମ୍ଳଜାନ

”ଆଜକୁ ପ୍ରାୟ ୪୦୦ ନିୟୁତ ବର୍ଷ ପୂର୍ବେ ଉଦ୍ଭିଦଜଗତ ଆରମ୍ଭ ହେଲା ଏବଂ କ୍ରମେ ଏହା ଅମ୍ଳଜାନ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ତେବେ...

ଦିନରାତି ମୋବାଇଲ ବ୍ୟବହାର ତ୍ୱଚା ଉପରେ ପକାଏ କୁପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳୁ ରାତି ହେବାଯାଏ ଏହା ଆମ ହାତରେ ରହିଥାଏ ।...

କୋଭିଡ୍‌-୧୯ ଟିକାର ସଫଳତା

”ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌...

ସ୍ବାସ୍ଥ୍ୟପ୍ରଦ ଅଙ୍ଗୁର

ଅଙ୍ଗୁର ଖାଇବା ଅନେକଙ୍କର ପ୍ରିୟ। ବିଶେଷକରି ଖରାଦିନେ ଏହାକୁ ଖାଇଲେ ଆମ ଶରୀରକୁ ଅନେକ ଉପକାର ମିଳିଥାଏ। କାରଣ ଏଥିରେ ଭରିଥାଏ କାର୍ବୋହାଇଡ୍ରେଟ୍‌, ଡାଇଟାରି ଫାଇବର୍‌,...

ଖାଲି ପ୍ରେମରେ କଥା ଚଳେନା, ପୁରୁଷ ସାଥୀଙ୍କଠାରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

Advertisement
Archives

Model This Week