ଲାଲ୍‌ ରାଇଜ

ଲୋହିତ ଗ୍ରହ ମଙ୍ଗଳ ଜଳ ଓ ଜୀବନର ଉପସ୍ଥିତି ଦୃଷ୍ଟିରୁ ମଣିଷ ପାଇଁ ସର୍ବଦା ଏକ ରହସ୍ୟ, ରୋମାଞ୍ଚଘେରା ରାଇଜ ହୋଇ ରହିଆସିଛି। ପୃଥିବୀ ସହିତ ଏହି ଗ୍ରହର ଅନେକ ସାମଞ୍ଜସ୍ୟ ରହିଛି। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଫଳରେ ଆମ ଗ୍ରହ ଭଳି ମଧ୍ୟ ଏଠାରେ ଋତୁଚକ୍ରର ମଧୁର ରାସଲୀଳା ଦେଖିବାକୁ ମିଳେ। ମଙ୍ଗଳ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍‌ ୩୫ ସେକେଣ୍ଡ ସମୟ ନେଇଥାଏ, ଯାହା ପୃଥିବୀର ଦୈନିକ ଘୂର୍ଣ୍ଣନକାଳ ସଙ୍ଗେ ପ୍ରାୟ ସମାନ। ଫଳରେ ମଙ୍ଗଳରେ ପ୍ରତି ୧୨ ଘଣ୍ଟା ଅନ୍ତରାଳରେ ଦିନ ଓ ରାତିର ପରିବର୍ତ୍ତନ ଘଟିଥାଏ। ମଙ୍ଗଳର ପୃଥିବୀ ଭଳି ଏକ ବାୟୁମଣ୍ଡଳ ଅଛି ଯାହା ବିଭିନ୍ନ ଗ୍ୟାସ୍‌ର ମିଶ୍ରଣ; ଅବଶ୍ୟ ଏହି ବାୟୁମଣ୍ଡଳ ଅତି ପତଳା। ପୃଥିବୀ ଭଳି ମଙ୍ଗଳର ଦୁଇ ମେରୁରେ ପ୍ରଚୁର ଜଳ ବରଫ ଆକାରରେ ଗଚ୍ଛିତ ଅଛି।
ମଙ୍ଗଳର ଦୁଇଟି ଛୋଟ ଚନ୍ଦ୍ର ରହିଛି ଯଥା ଡିମସ୍‌ ଓ ଫୋବସ୍‌। ଏ ପର୍ଯ୍ୟନ୍ତ ମନୁଷ୍ୟ ମଙ୍ଗଳ ଗ୍ରହକୁ ସମୁଦାୟ ୧୮ଟି ଅନ୍ତରୀକ୍ଷ ଅଭିଯାନ ପ୍ରେରଣ କରିଛି, ଯାହାମଧ୍ୟରୁ କେବଳ ୯ଟି ଅଭିଯାନ ସୁରକ୍ଷିତ ରୂପେ ଗ୍ରହର ପୃଷ୍ଠ ଉପରେ ଅବତରଣ କରିଛି। ଆଜିଯାଏ କୌଣସି ଦେଶ ମଙ୍ଗଳ ଗ୍ରହକୁ ମାନବ ରହିଥିବା ଅଭିଯାନ ପ୍ରେରଣ କରିବା ପାଇଁ ସକ୍ଷମ ହୋଇନାହିଁ। ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳକୁ ଏକ ମାନବସ୍ଥିତ ଅଭିଯାନ ପ୍ରେରଣ କରିବା ପାଇଁ ଆଶା ବାନ୍ଧିଛି। ସେହିପରି, ଜାପାନ୍‌ର ଅନ୍ତରୀକ୍ଷ ସଂସ୍ଥା ଜାପାନ୍‌ ଏରୋସ୍ପେସ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍ସି ମଙ୍ଗଳର ଦୁଇ ଚନ୍ଦ୍ରକୁ ଏକ ଅଭିଯାନ ପ୍ରେରଣ କରିବାକୁ ଯୋଜନା କରିଛି। ଏହି ଅଭିଯାନର ନାମ ମାର୍ସ ମୁନ୍‌ସ ଏକ୍ସପ୍ଲୋରେସନ (ଏମ୍‌ଏମ୍‌ଏକ୍ସ), ଯାହା ଫୋବସ୍‌ର ପୃଷ୍ଠରେ ଅବତରଣ କରି ସେଠାରୁ କିଛି ମୃତ୍ତିକା ଓ ନମୁନା ସଂଗ୍ରହ ପୂର୍ବକ ପୃଥିବୀକୁ ୨୦୨୯ ମସିହାରେ ଫେରିଆସିବ। ନାସାର ଯୋଜନା ଅନୁଯାୟୀ, ମଙ୍ଗଳକୁ ମାନବଯୁକ୍ତ ଅଭିଯାନ ଚାରି ପର୍ଯ୍ୟାୟ ବିଶିଷ୍ଟ ହେବ ଏବଂ ଏଥିନିମନ୍ତେ ଏହାର ଚନ୍ଦ୍ର ଫୋବସ୍‌ ଏକ ବିଶେଷ ଭୂମିକା ବହନ କରିବ। ପ୍ରଥମ ଅଭିଯାନ ମଙ୍ଗଳ ଗ୍ରହକୁ ଆବଶ୍ୟକୀୟ ସାମଗ୍ରୀ ପରିବହନ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲାବେଳେ ଦ୍ୱିତୀୟ ଅଭିଯାନକୁ ଫୋବସ୍‌କୁ ବାସୋପଯୋଗୀ କରିବା ଓ ତୃତୀୟ ଅଭିଯାନକୁ ମହାକାଶଚାରୀମାନଙ୍କୁ ପୃଥିବୀ ପ୍ରତ୍ୟାବର୍ତ୍ତନ ନିମନ୍ତେ ବ୍ୟବହାର କରାଯିବ। ଚତୁର୍ଥ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ୪ ଜଣ ଅନ୍ତରୀକ୍ଷଚାରୀଙ୍କୁ ଫୋବସ୍‌ରୁ ନେଇ ଏକ କ୍ୟାପସୁଲ୍‌କୁ ମଙ୍ଗଳର ପୃଷ୍ଠରେ ଅବତରଣ କରାଯିବ। ନାସାର ଏହି ଉଦ୍ୟମ ସଫଳ ହେଲେ ଆଗାମୀ ୨୦୩୦ରୁ ୨୦୪୦ ମସିହା ମଧ୍ୟରେ ପୃଥିବୀର ପ୍ରଥମ ମନୁଷ୍ୟ ମଙ୍ଗଳ ପୃଷ୍ଠରେ ପଦାର୍ପଣ କରିବ ବୋଲି ଆଶା କରାଯାଏ।
ପରିବେଶ ପ୍ରଦୂଷଣ ତଥା ମନୁଷ୍ୟର ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ହେତୁ ଆମର ସୁନ୍ଦର ଗ୍ରହ ପୃଥିବୀ କ୍ରମଶଃ ଜୀବନଅନୁପଯୋଗୀ ପାଲଟି ଯାଉଛି। ଦିନ ଆସିବ, ମଣିଷକୁ ପୃଥିବୀ ଛାଡ଼ି ଅନ୍ୟ କୌଣସି ଗ୍ରହ ରାଇଜରେ ବସା ବାନ୍ଧିବାକୁ ପଡ଼ିବ। ମଣିଷର ଏହି ସୁଦୂର ଓ ମହତ୍ତ୍ୱାକାଂକ୍ଷୀ ଅନ୍ବେଷଣରେ ଆମର ପଡ଼ୋଶୀ ଲୋହିତ ଗ୍ରହ ମଙ୍ଗଳ ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?