ରୁଷିଆ ପାଇଁ ରେଡ ଆଲର୍ଟ! ଜେଲେନ୍‌ସ୍କିଙ୍କୁ ଭେଟିବେ ଆମେରିକାର ୨ ମନ୍ତ୍ରୀ

କ୍ୱିଭ,୨୪ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୂଯାୟୀ, ରୁଷିଆ ସେନା ଏବେ ୟୁକ୍ରେନର ଦକ୍ଷିଣ ସହର ମାରିଉପୋଲର ଏକ ଇସ୍ପାତ କାରଖାନାରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଯୁଦ୍ଧ କାରଣରୁ ଏହି କାରଖାନାକୁ ନାଗରିକଙ୍କ ଆଶ୍ରୟ ସ୍ଥଳ କରାଯାଇଛି । ଏଠାରେ ୟୁକ୍ରେନ୍ ସେନାବି ରହୁଛନ୍ତି । ମାରିଉପୋଲ ସାମରିକ ଭାବେ ମହତ୍ୱପୂର୍ଣ୍ଣ ବନ୍ଦର ସହର । ଏହି ସହରକୁ କବଜା କରିବାକୁ ରୁଷିଆ ସେନା ନାକେଦମ ହେଲେଣି । ଏଠାରେ ରୁଷିଆ ସେନାଙ୍କୁ ୟୁକ୍ରେନବାସୀଙ୍କ କଡା ବିରୋଧର ସାମ୍ନା କରିବାକୁ ପଡୁଛି । ଏବେ ଏହି ଯୁଦ୍ଧ ମଧ୍ୟରେ ଆମେରିକାର ୨ ଟପ ମନ୍ତ୍ରୀ ୟୁକେନ୍‌୍ର ରାଷ୍ଟ୍ରପତିଙ୍କୁ କ୍ୱିଭରେ ସାକ୍ଷାତ୍ କରିବେ ବୋଲି ଜଣାପଡିଛି ।
ୟକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି, ଆମେରିକାର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ କ୍ୱିଭରେ ତାଙ୍କ ସହ ସାକ୍ଷାତ୍ କରିବେ । ସୂଚନାଯୋଗ୍ୟ, ରୁଷିଆ ଆକ୍ରମଣ ଆରମ୍ଭ ହେବା ପରେ ଆମେରିକାର କୌଣସି ମନ୍ତ୍ରଙ୍କ କ୍ୱିଭରେ ପ୍ରଥମ ଉଚ୍ଚସ୍ତରୀୟ ଯାତ୍ରା ହେବ । ଜେଲେନ୍‌ସ୍କି କୌଣସି ଆମେରିକା ନେତାଙ୍କ ସହ ଗତ ଫେବୃୟାରୀ ୧୯ରେ ସାକ୍ଷାତ୍ କରିଥିଲେ । ଆମେରିକା ଆରମ୍ଭରୁ ୟୁକ୍ରେନକୁ ସହଯୋଗ କରି ଆସୁଥିବା ବେଳେ ଏହି ସାକ୍ଷାତକାର ରୁଷିଆ ପାଇଁ ରେଡ ଆଲର୍ଟ ହୋଇପାରେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri