ନିଯୁକ୍ତି ଆଲୋଡ଼ନ

Dillip Cherian

ସିକିମ୍‌ ସରକାର ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏ.ସୁଧାକର ରାଓଙ୍କୁ ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି। କାରଣ ରାଓ ଏହା ପୂର୍ବରୁ ସ୍ପେଶାଲ ବ୍ରାଞ୍ଚର ସ୍ବତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ(ଏସ୍‌ଡିଜିପି) ଭାବେ ନିଯୁକ୍ତ ହୋଇଥିଲେ ଏବଂ ଏପରି କି ସେ ରାଜ୍ୟ ଡିଜିପିର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ। ପର୍ଯ୍ୟବେକ୍ଷକଙ୍କ ମତରେ, ପାରମ୍ପରିକ ଭାବେ ସରକାର ଆଇଏଏସ୍‌ କ୍ୟାଡର ପାଇଁ ଉଦ୍ଦିଷ୍ଟ ପଦବୀରେ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ଅବସ୍ଥାପିତ କରିବା ଧାରାକୁ କେହି ଅଟକାଇପାରୁ ନ ଥିବାବେଳେ ବାସ୍ତବରେ ଏଭଳି ନିଯୁକ୍ତି ନିଶ୍ଚିତ ଭାବେ ନିଆରା। ତେବେ ଉକ୍ତ ଘଟଣାରେ ରାଓଙ୍କ ଅତୀତର ସଫଳତା ଓ ବିଫଳତା ନେଇ ଅନ୍ୟମାନେ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ଯେତେବେଳେ ରାଓଙ୍କୁ ରାଜ୍ୟ ଡିଜିପି ଦାୟିତ୍ୱ ଦିଆଯାଇଥିଲା ସେତେବେଳେ ଏହି ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଥିବାରୁ ତାଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଦୁଇ ଜଣ କନିଷ୍ଠ ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତିକରି ସିବିଆଇ ରାଓଙ୍କୁ ଦୋଷୀ କରିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ମାମଲାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ)କୁ ପଠାଯାଇଥିଲା, ଯାହା ଏଯାବତ ସେଠାରେ ପଡ଼ିରହିଛି। ରାଓଙ୍କ ବିରୋଧରେ ଅଭିଯୋଗ ସ୍ଥଗିତ ରହିଥିବାରୁ ତାଙ୍କୁ ଜଣେ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଦେଇ ରାଜ୍ୟ ସରକାର ସମ୍ଭବତଃ ତାଙ୍କ ପସନ୍ଦ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ରାଓଙ୍କ ବିରୋଧରେ ଅଭିଯୋଗ ଥିବାରୁ ଉକ୍ତ ପଦବୀରେ ରହିବା ଲାଗି ଦାବି କରିବା ତାଙ୍କ ପକ୍ଷେ କଠିନ ଥିଲା। ତେବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ରାଓଙ୍କ ନିଯୁକ୍ତିକୁ ଦେଖିଲେ ଜଣାପଡ଼େ ସେ ଦ୍ୱନ୍ଦ୍ୱରୁ ବାହାରେ ରହିଛନ୍ତି।
ସରକାରରେ ଅସମାନତା
ମହାରାଷ୍ଟ୍ର ସରକାରର ନେତୃତ୍ୱ ଏବେ ଦୁଇ ଜଣ ନେଉଛନ୍ତି। ଜଣେ ହେଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଅନ୍ୟ ଜଣେ ଉପମଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ। ଏଠାରେ ଫଡ୍‌ନବିିସ ଜଣେ ଦୃଢ ନେତା ଓ ପ୍ରକୃତ କ୍ଷମତା କେନ୍ଦ୍ର ଭାବେ ଉଭା ହୋଇଛନ୍ତି। ଏହି ଦୁହଁଙ୍କ ମଧ୍ୟରେ ଥିବା ଅସହଜ ଓ ଅସମାନ ସମ୍ପର୍କ ଏବେ ରାଜ୍ୟ ପ୍ରଶାସନରେ ପ୍ରତିଫଳିତ ହୋଇଛି। ନିକଟରେ ରାଜ୍ୟ ସରକାର ଫଡ୍‌ନବିିସଙ୍କ ନିକଟତମ କୁହାଯାଉଥିବା ଆଇଏଏସ୍‌ ଅଧିକାରୀ ଦେବେନ ଭାରତୀଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇ ପୋଲିସ କମିଶନର ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଆଇପିଏସ୍‌ ବିବେକ ଫାନ୍‌ସାଲକର ପୋଲିସ କମିଶନର ଥିବାବେଳେ ସରକାରଙ୍କ ଏଭଳି ନିଯୁକ୍ତି ଫଡ୍‌ନବିିସ ଏବଂ ଶିନ୍ଦେଙ୍କ ମଧ୍ୟରେ ଏକ ଜୋର୍‌ଦାର ଲଢ଼େଇର ସଙ୍କେତ ବୋଲି ପର୍ଯ୍ୟବେକ୍ଷକମାନେ ସୂଚାଇଛନ୍ତି। ମେଣ୍ଟ ଭାବେ ଉଭା ହୋଇଥିବା ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏଭଳି ପ୍ରଶାସନିକ ଫାଟ ସମ୍ପର୍କିତ ବହୁ ଘଟଣା ବାବୁ ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଶିନ୍ଦେଙ୍କୁ ଜଣେ ପ୍ରତୀକାମତ୍କ ମୁଖ୍ୟମନ୍ତ୍ରୀ ଭାବେ ମନେକରାଯାଉଥିବାବେଳେ ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ଙ୍କୁ ଜଣେ ପ୍ରଭାବଶାଳୀ ତଥା ଅସଲ ନିୟନ୍ତ୍ରକ ଭାବେ ଦେଖାଯାଉଛି। ଏଭଳି ଅସମାନତା ସଚିବାଳୟ ଏପରିକି ଜିଲା ସ୍ତରୀୟ ପ୍ରଶାସନକୁ ବ୍ୟାପିଛି ଏବଂ ବାବୁମାନେ ଉକ୍ତ ଲଢ଼େଇରେ ଫସୁଛନ୍ତି। ଏହାକୁ ନେଇ ବାବୁ ସ୍ତରରେ ଥିବା ଅତ୍ୟଧିକ ଅସନ୍ତୋଷ ଶିିନ୍ଦେ ସରକାରଙ୍କ ପାଇଁ ଶୁଭ ନୁହେଁ।
ରାଜନୈତିକ ପ୍ରତିଧ୍ୱନି
୨୦୧୪ରେ ଆନ୍ଧ୍ରପ୍ରଦେଶ(ଏପି)ର ବିଭାଜନ ହେବା ପରେ ଅପ୍ରୀତିକର ପରିଣାମ ଏବେ ବି ଲାଗିରହିଛି। ତେଲଙ୍ଗାନାରେ କାର୍ଯ୍ୟ କରୁଥିବା ଏପି କ୍ୟାଡର ଅଧିକାରୀମାନଙ୍କୁ ଆନ୍ଧ୍ରପ୍ରଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ତେଲଙ୍ଗାନାରେ ଦାବି ତୀବ୍ର ହେଉଛିି। ଏହି ଘଟଣାକୁ ନେଇ ରାଜନତିକ ପ୍ରତିଧ୍ୱନି ସୃଷ୍ଟି ହୋଇଛି। ନିକଟରେ ତେଲଙ୍ଗାନାର ଜଣେ ବରିଷ୍ଠ ଭାଜପା ନେତା ତାଙ୍କ ରାଜ୍ୟରେ କାର୍ଯ୍ୟକରୁଥିବା ଆନ୍ଧ୍ରପ୍ରଦେଶ କ୍ୟାଡରର ୧୫ ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଅଭିଯୋଗ କରିଛନ୍ତି। ଏପରି କି ସୁପ୍ରିମକୋର୍ଟ ଏହି ଘଟଣା ଉପରେ ତାଙ୍କର ସ୍ପଷ୍ଟୀକରଣ ଦେଇସାରିଥିଲେ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଜଣାପଡ଼ିଛି ଯେ, କିଛିଦିନ ପୂର୍ବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ତାଙ୍କ ଆବଣ୍ଟିତ ଏପି କ୍ୟାଡରକୁ ପଠାଇ ଦିଆଯାଇଥିଲା । ଏବେ ତେଲଙ୍ଗାନା ଡିଜିପି ଅଞ୍ଜାନି କୁମାରଙ୍କୁ ମଧ୍ୟ ଆନ୍ଧ୍ରପ୍ରଦେଶ ପଠାଇଦିଆଯିବା ଉଚିତ ବୋଲି ଦାବି ହେଉଛି। ସୂତ୍ରରୁ ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶ କ୍ୟାଡରର ଅନେକ ଅଧିକାରୀ ତେଲଙ୍ଗାନାରେ ରହିବାକୁ ପସନ୍ଦ କରିଥିଲେ ଏବଂ ତେଲଙ୍ଗାନା କ୍ୟାଡରର କେତେଜଣ ଅଧିକାରୀ ଅବଶିଷ୍ଟ ଆନ୍ଧ୍ରପ୍ରଦେଶରେ ରହିବାକୁ ଚାହଁିଥିଲେ। ପରେ ବିଳମ୍ବରେ କିଛି ପଦବୀ ସୃଷ୍ଟି କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଦ୍‌ ଦିଆଯାଇଥିଲା, ଯାହାଙ୍କ ଉପରେ ଏବେ ତର୍ଜମା ଚାଲିଛି। ଏହିି ସମୟରେ ୨୦୧୪ରେ ଆନ୍ଧ୍ରପ୍ରଦେଶକୁ ବଦଳି କରାଯାଇଥିବା ୧୨ ଜଣ ଆଇଏଏସ୍‌ ଏବଂ ଆଇପିଏଓ୍‌ ଅଧିକାରୀ ସେମାନଙ୍କ ବଦଳିକୁ ଚ୍ୟାଲେଞ୍ଜ କରି ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ସେମାନଙ୍କ ଷ୍ଟେକୁ ରଦ୍ଦ କରି ସୋମେଶ କୁମାରଙ୍କୁ ଆନ୍ଧ୍ରପ୍ରଦେଶକୁ ବଦଳି କରିବାକୁ ନିର୍ଦ୍ଦେଶ ଦେବା ପରେ ସେମାନେ ସୁପ୍ରିମକୋର୍ଟକୁ ଯାଇଛନ୍ତି। ତେବେ ବିନା ନ୍ୟାୟିକ ଯୁଦ୍ଧରେ ସେମାନେ ଛାଡ଼ିଦେବାକୁ ଚାହଁୁ ନ ଥିବା ସ୍ପଷ୍ଟ ହେଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri