ଦୀପାବଳିରେ ରେକର୍ଡ ୬ ଲକ୍ଷ କୋଟିର ରେକର୍ଡ ବ୍ୟବସାୟ, ଗ୍ରାହକ ବାଛିଲେ ସ୍ୱଦେଶୀ ସାମଗ୍ରୀ

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ଦୀପାବଳିରେ ସାରା ଦେଶର ବଜାରରେ ରେକର୍ଡ ବ୍ୟବସାୟ ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ରିପୋର୍ଟ ଅନୁଯାୟୀ, ଦୀପାବଳିରେ ମୋଟ ୬.୦୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ।

ଏହି ସମୟରେ, ‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ‘ସ୍ୱଦେଶୀ ଦୀପାବଳି’ ଅଭିଯାନର ପ୍ରଭାବ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ, ୮୭ ପ୍ରତିଶତ ଗ୍ରାହକ ବିଦେଶୀ ସାମଗ୍ରୀ ବଦଳରେ ଭାରତୀୟ ଉତ୍ପାଦକୁ କିଣିବାକୁ ପ୍ରାଥମିକତା ଦେଇଛନ୍ତି।

ଗତ ବର୍ଷ ତୁଳନାରେ ଏଥର ବ୍ୟବସାୟରେ ୨୫% ବୃଦ୍ଧି ଘଟିଛି। ଦେଶୀ ସାମଗ୍ରୀର ଚାହିଦା ବଢ଼ିଥିବାରୁ ଚାଇନା ସାମଗ୍ରୀର ଚାହିଦା କମିଛି। ବ୍ୟବସାୟରେ ୫.୪୦ ଲକ୍ଷ କୋଟି ଟଙ୍କାର ବସ୍ତୁ ବ୍ୟାପାର ଓ ୬୫,୦୦୦ କୋଟି ଟଙ୍କାର ସେବା ବ୍ୟାପାର ସାମିଲ୍ ଅଛି। ଏହି ସମୟରେ ଗ୍ରୋସରୀ, ସୁନା-ରୂପା, ଇଲେକ୍ଟ୍ରୋନିକ୍ସ, ପୋଷାକ ଓ ଉପହାର ସାମଗ୍ରୀର ଚାହିଦା ଅଧିକ ଥିଲା।

CAIT ର କହିବାନୁଯାୟୀ, ଦୀପାବଳି ବ୍ୟବସାୟରୁ ପ୍ରାୟ ୫୦ ଲକ୍ଷ ଅସ୍ଥାୟୀ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ରେକର୍ଡ ବ୍ୟବସାୟ ଭାରତୀୟ ଅର୍ଥନୀତି ପ୍ରତି ବଢ଼ୁଥିବା ଆତ୍ମବିଶ୍ୱାସକୁ ଦର୍ଶାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ସହ ଭାଜପା ନେତାଙ୍କୁ ଜାଳିଦେଲେ

ରାୟପୁର, ୧୯।୬: ଛତିଶଗଡ଼ କୋରିଆ ଜିଲାରେ ବାଲି ଖନନକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଏକ ଜଘନ୍ୟ ହିଂସାକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଏକ କାର୍‌କୁ ଧକ୍କା ଦେଇ…

ଆଜି ଆସିବେ ରାଷ୍ଟ୍ରପତି, ଜନ୍ମଦିନରେ ଯିବେ ଶାଶୁଘର

ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri