ଟିକାକରଣରେ ରେକର୍ଡ

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀରୁ କରୋନା ଟିକାକରଣ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୮,୬୬,୨୫୫ଜଣଙ୍କୁ ଟିକା ଦିଆଯାଇ ସାରିଲାଣି। ତେବେ ଶୁକ୍ରବାର ଟିକାକରଣରେ ରେକର୍ଡ ହୋଇଛି। ଗୋଟିଏ ଦିନରେ ସର୍ବାଧିକ ୨,୫୨,୦୮୦ଜଣ ଟିକା ନେଇଛନ୍ତି। ଏପ୍ରିଲ ୧ରୁ ଦୈନିକ ୨ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଦୁଇଦିନ ହେବ ତାହା ସଫଳ ହୋଇଛି। ପ୍ରଥମ ଦିନରେ ମଧ୍ୟ ୨,୦୩,୧୬୨ଜଣ ଟିକା ନେଇଥିଲେ। ତେବେ ଶୁକ୍ରବାର ୧,୭୦,୦୬୯ଜଣ ୪୫ରୁ ୫୯ ବର୍ଷ ବୟସ୍କ ବ୍ୟକ୍ତି ଟିକା ନେଇଥିବାବେଳେ ୧,୨୯୮ଜଣ ସ୍ବାସ୍ଥ୍ୟ କର୍ମୀ, ୨,୪୦୬ଜଣ ସମ୍ମୁଖ ଯୋଦ୍ଧା ଓ ୭୮,୩୦୭ଜଣ ୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।