ଫ୍ୟାନ୍ସି ନମ୍ବରରୁ ରେକର୍ଡ ଆଦାୟ: ୬ମାସରେ ମିଳିଛି ୧୧.୨୪ କୋଟି

ଭୁବନେଶ୍ୱର,୫।୪: ଫ୍ୟାନ୍ସି ଏବଂ ପସନ୍ଦ ଯୋଗ୍ୟ ରେଜିଷ୍ଟ୍ରେଶନ ନମ୍ବର ବାବଦରେ ଗତ ୬ମାସ ଅର୍ଥାତ୍‌ ୨୦୨୦ ଅକ୍ଟୋବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ରାଜ୍ୟ ସରକାର ୧୧.୨୪କୋଟି ଟଙ୍କା ପାଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଟୁଇଟ କରି ଜଣାଇଛନ୍ତି। ପୂର୍ବବର୍ଷ ଏହି ସମୟ ଅର୍ଥାତ୍‌ ୨୦୧୯ ଅକ୍ଟୋବରରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଫ୍ୟାନ୍ସି ନମ୍ବର ବାବଦକୁ ୬କୋଟି ଟଙ୍କା ମିଳିଥିଲା। ଚଳିତବର୍ଷ ଏହା ୨ଗୁଣ ହୋଇଛି। ରାଜ୍ୟ ସରକାରଙ୍କ ୫-ଟି ନୀତି ଆଧାରରେ ଏସ୍‌ଟିଏ ଗତ ଅକ୍ଟୋବର ୬ତାରିଖରୁ ଡିଲର ପଏଣ୍ଟ ଅଟୋମେଶନ ବ୍ୟବସ୍ଥା ଆରମ୍ଭ କରିଥିଲା। ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ଡିଲରଙ୍କ ଡିଜିଟାଲ ସିଗ୍ନେଚର ମାଧ୍ୟମରେ କାଗଜ ବିହୀନ ଏବଂ କଣ୍ଟାକ୍ଟ ଲେସ୍‌ ଗାଡ଼ି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଥିଲା। ଫଳରେ ସ୍ବୟଂକ୍ରୀୟ ଭାବେ ଗାଡ଼ିର ପଞ୍ଜୀକରଣ କମ୍ପ୍ୟୁଟର ମାଧ୍ୟମରେ କରାଯାଇପାରୁଛି। ଏହାଦ୍ୱାରା ଗାଡ଼ି କିଣୁଥିବା ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)କୁ ବ୍ୟକ୍ତିଗତଭାବେ ନ ଯାଇ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ ଗାଡ଼ି ପଞ୍ଜୀକରଣ କରିପାରୁଛନ୍ତି। ପୂର୍ବରୁ ଗାଡ଼ି ପଞ୍ଜୀକରଣ ନିମନ୍ତେ ସର୍ବନିମ୍ନ ୫ ରୁ ୭ଦିନ ଲାଗୁଥିବାବେଳେ ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଗୋଟିଏ ଦିନରେ ଗାଡ଼ି ପଞ୍ଜୀକରଣ ନମ୍ବର ମିଳିପାରୁଛି। ସ୍ବୟଂକ୍ରୀୟ ବ୍ୟବସ୍ଥାରେ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବା ପରେ ୧୧,୫୪୩ଜଣ ଗାଡ଼ି ମାଲିକ ସେମାନଙ୍କ ପସନ୍ଦର ନମ୍ବର ପାଇଁ ଆବେଦନ କରିଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ମାତ୍ର ୫,୫୬୨ ଜଣ ଆବେଦନ କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ-୧ ରେ ସର୍ବାଧିକ ୨.୮୧କୋଟି ଟଙ୍କା ଆଦାୟ କରାଯାଇଥିବାବେଳେ କଟକ ଆର୍‌ଟିଓରେ ୧.୨୩ କୋଟି ଟଙ୍କା ଆଦାୟ ହୋଇଛି। ଓଡି-୦୨ ଏକ୍ସଏକ୍ସ ୦୦୦୧ ନମ୍ବର ପାଇଁ ସର୍ବାଧିକ ୧.୭୫ଲକ୍ଷ ଟଙ୍କା ଆଦାୟ କରାଯାଇଛି।
୨୦୧୬ ଜୁନ୍‌ରେ ପ୍ରଥମ ଥର ପାଇଁ ଏସ୍‌ଟିଏ ରାଜ୍ୟରେ ‘ଫ୍ୟାନ୍ସି ରେଜିଷ୍ଟ୍ରେଶନ ନମ୍ବର’ ନିଲାମ ଏବଂ ‘ଆଡ୍‌ଭାନ୍ସ ରେଜିଷ୍ଟ୍ରେଶନ ନମ୍ବର’ ବୁକିଂ ବ୍ୟବସ୍ଥା ଆରମ୍ଭ କରିଥିଲେ। ଫ୍ୟାନ୍ସି ନମ୍ବର ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ନାମ ଏବଂ ପସନ୍ଦଯୋଗ୍ୟ ନମ୍ବରକୁ ପ୍ରତ୍ୟେକ ମାସର ୧ ରୁ ୭ତାରିଖ ମଧ୍ୟରେ ଆବେଦନ କରିପାରିବେ। ୮ରୁ ୧୫ତାରିଖ ମଧ୍ୟରେ ଏହାର ଅନ୍‌ଲାଇନ ନିଲାମ କରାଯାଇଥାଏ। ନିର୍ଦ୍ଦିଷ୍ଟ ନମ୍ବର ପାଇଁ ସର୍ବାଧିକ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଉକ୍ତ ନମ୍ବର ପ୍ରଦାନ କରାଯାଇଥାଏ। ଅନ୍‌ଲାଇନ ନିଲାମ ୪ଟି ବର୍ଗରେ ୬୧ଟି ବିଜ୍ଞପିତ ନମ୍ବର ପାଇଁ ଉଦ୍ଦିଷ୍ଟ ଅଟେ। ୦୦୦୧ ଏବଂ ୦୦୦୯ ନମ୍ବର ପାଇବାକୁ ସର୍ବାଧିକ ୧ଲକ୍ଷ ଟଙ୍କା ମୂଳ ରାଶି ରଖାଯାଇଥିବାବେଳେ ୨ୟ, ୩ୟ ଏବଂ ୪ର୍ଥ ବର୍ଗରେ ଯଥାକ୍ରମେ ୬୦ହଜାର, ୪୦ ହଜାର ଏବଂ ୨୦ହଜାର ଟଙ୍କା ମୂଳ ରାଶି ରଖାଯାଇଛି। ଉପରୋକ୍ତ ବର୍ଗରେ ଥିବା ନମ୍ବର ବ୍ୟତୀତ ଜଣେ ଗାଡ଼ି ମାଲିକ ତାଙ୍କ ପସନ୍ଦ ଯୋଗ୍ୟ ନମ୍ବର ଆଗୁଆ ନେବାକୁ ଚାହିଁଲେ ସେମାନଙ୍କୁ ୨ଚକିଆ ଗାଡ଼ି ପାଇଁ ୫ହଜାର ଏବଂ ଅନ୍ୟ ସବୁ ଗାଡ଼ି ପାଇଁ ୧୦ହଜାର ଟଙ୍କା ପଇଠ କରିବାକୁ ପଡ଼ିଥାଏ। ତେବେ ଏହା ଫାଷ୍ଟ କମ୍‌ ଫାଷ୍ଟ ସର୍ଭ ନୀତି ଅନୁସାରେ ମିଳିଥାଏ। ଅର୍ଥାତ୍‌ ଯିଏ ଆଗୁଆ ଆବେଦନ କରିବ ସେ ସେହି ନମ୍ବର ପାଇବାକୁ ଯୋଗ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri